ଅବୈଧ ସମ୍ବନ୍ଧକୁ ସଫଳ କରିବା ପାଇଁ ଶାଶୂ ସହ ବୋହୂ କଲା ଏମିତି..

ନୂଆଦିଲ୍ଲୀ: ହତ୍ୟା ମାମଲା ସାଧାରଣ ଭାବରେ ଶୁଣିବାକୁ ମିଳେ । ଯେତେବେଳେ କିଏ କାହାର ଜୀବନ ନେବା ପାଇଁ ସାପକୁ ହତିଆର ଭାବରେ ବ୍ୟବହାର କରେ ଓ ତା ଦ୍ୱାରା ଦଂଶନ କରି ହତ୍ୟା କରେ , ଏହା ଟିକିଏ ଅଜବ ଲାଗୁଥିବ । ସୁପ୍ରିମକୋର୍ଟଙ୍କ ଦ୍ୱାରା କୌଣସି ମାମଲାରେ ଅଭିଯୁକ୍ତଙ୍କ ଜାମିନ ଖାରଜ ହୋଇଯିବା ସାଧାରଣ କଥା ନୁହେଁ । କାରଣ ସାଧାରଣ ଭାବରେ ମାମଲା ସୁପ୍ରିମକୋର୍ଟରେ ସେତେବେଳେ ପହଂଚେ, ଯେତେବେଳେ ତଳ କୋର୍ଟ ଓ ହାଇକୋର୍ଟ ଅଭିଯୁକ୍ତକୁ ଜାମିନ ଦେବା ପାଇଁ ମନା କରିଦିଅନ୍ତି । ଆଉ ଏଇଟା ସେତେବେଳେ ହୁଏ ଯେଉଁ ସମୟରେ ମାମଲା ସଂଗୀନ ଥାଏ ଓ ଅଜବ । ରାଜସ୍ଥାନର ଝୁଂଜୁନରେ ଜଣେ ମହିଳାଙ୍କ ସହ ଏମିତି କିଛି ହୋଇଛି ।
ପ୍ରତିଦିନ ଭଳି ରାତି ଖାଇବା ପରେ ସୁବୋଧ ଦେବୀ ନିଜ ରୁମକୁ ଶୋଇବାକୁ ଯାଇଥିଲେ । ହେଲେ ସକାଳେ ବିଳମ୍ବିତ ପଯ ର୍୍ୟନ୍ତ ସେ ରୁମରୁ ବାହାରିନଥିଲେ । ଏହା ଦେଖିବା ପରେ ତାଙ୍କ ବୋହୂୂ ଅଳ୍ପନା ଆଶ୍ଚର୍ଯ୍ୟ ହୋଇଥିଲେ । ଶାଶୁଙ୍କ ରୁମରେ ତାଙ୍କୁ ଉଠାଇବାକୁ ସେ ଗଲେ । ହେଲେ ଭିତର ଘଟଣା ଦେଖିବା ପରେ ସେ ଚକିତ ହୋଇଯାଇଥିଲେ । ତାଙ୍କ ଶାଶୂ ବିଛଣା ଉପରେ ପଡିତିଲେ ଓ କୋଠରୀର ଏକ କୋଣରେ ଏକ ବିଷଧର ସାପ ଥିଲା । ପରେ ସେ ସାଙ୍ଗେ ସାଙ୍ଗେ ତାଙ୍କ ପଡୋଶୀଙ୍କୁ ଡାକିଥିଲେ । ସେମାନେ ବି ସୁବୋଧଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ । ହେଲେ ତାଙ୍କ ମୃତ୍ୟୁ କେମିତି ହେଲା ସେ ନେଇ କିଛି ଅଘଟଣ ରୁମ ଭିତରେ ଘଟିଥିବା ଦେଖିବାକୁ ମିଳିନଥିଲା । ପରେ ଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତି କରାଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସାପ କାମୁଡିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ସମସ୍ତେ ମାନି ନେଲେ । ପୋଲିସ ବି ଏହି କେସର ଫାଇଲ ବନ୍ଦ ବନ୍ଦ କରିଦେଲା । ହେଲେ ଏକ ମାସ ପରେ ସୁବୋଧ ଦେବୀଙ୍କ ପରିବାର ଲୋକେ ଏମିତି ଏକ କଥା ଶୁଣିଲେ । ଯାହାକୁ ସେମାନେ କଳ୍ପନା କରିପାରିବେ ନାହିଁ । ପ୍ରକୃତରେ ଘରର ବୋହୂ ଅଳ୍ପନା ଫୋନରେ କାହାକୁ ଏହା କହୁଥିଲା ଯେ, ସୁବୋଧ ଦେବୀଙ୍କ ମୃତ୍ୟୁ ନେଇ ତୁମକୁ ଓ ତୁମ ବନ୍ଧୁଙ୍କୁ ଦେଖି ନାହାନ୍ତି ତ । କାରଣ ଯଦି ସେମାନଙ୍କୁ କିଏ ଦେଖିଦେବ, ତେବେ ବଡ ଅସୁବିଧା ହୋଇଯିବ । ବାସ ଏତିକି କଥା ଥିଲା, ଯାହା ପୁରା ମାମଲାକୁ ଓଲଟାଇ ରଖିଦେଲା । ସୁବୋଧଙ୍କ ସ୍ୱାମୀ ରାଜେଶ ନିଜ ବୋହୂ ଅଳ୍ପନାଙ୍କ ନାମରେ ପୋଲିସ ନିକଟରେ ଅଭିଯୋଗ କରି ଏହାର ତଦନ୍ତ ପୁଣି କରିବା ପାଇଁ କହିଥିଲେ । ତେବେ ତଦନ୍ତ ସମୟରେ ଜଣାପଡିଛି ଯେ, ଅଲ୍ପନାର ମନୀଷ ମୀଣା ନାମକ ଜଣେ ଯୁବକଙ୍କ ସହ ପ୍ରେମ ସଂପର୍କ ଥିଲା । ଏହାକୁ ନେଇ ସର୍ବଦା ଅଳ୍ପନା ଓ ତା ଶାଶୂଙ୍କ ମଧ୍ୟରେ ଝଗଡା ହେଉଥିଲା । ପରେ ପୁଲିସ ଅଳ୍ପନାର ମୋବାଇଲ ଫୋନ ଓ କଲ୍ ଡିଟେଲ୍ସ ବାହାର କରିଥିଲା । ଯେଉଁ ଦିନ ଅଲ୍ପନାଙ୍କ ଶାଶୂର ମୃତ୍ୟୁ ହୋଇଥିଲା ସେହିଦିନ ଅଳ୍ପନା ନିଜ ପ୍ରେମିକ ମନିଷ ସହ ଫୋନରେ ୧୨୪ ଥର ଫୋନରେ କଥା ହୋଇଥିବା ପୋଲିସ ଜାଣିବାକୁ ପାଇଥିଲା । ଏହାସହ ମନୀଷର ବନ୍ଧୁ ସହ ୧୯ ଥର କଥା ହୋଇଥିବା ଜଣାପଡିଥିଲା ।
ତେବେ ପଚାରଉଚୁରା ସମୟରେ ମନୀଷ ନିଜ ପ୍ରେମିକା ସହ ମିଶି ସୁବୋଧ ଦେବୀଙ୍କ ସାପ ଦ୍ୱାରା ଦଂଶନ କରାଇ ହତ୍ୟା କରିଥିବା ମାନିଥିଲା ।

LEAVE A REPLY

Please enter your comment!
Please enter your name here