27.8 C
Bhubaneswar
Friday, April 19, 2024
Homeଓଡିଶାଓଡ଼ିଶାର ଜାତୀୟ ପର୍ବ 'ରଜ'

ଓଡ଼ିଶାର ଜାତୀୟ ପର୍ବ ‘ରଜ’

ଭୁବନେଶ୍ୱର : ଓଡ଼ିଶାର ଜାତୀୟ ପର୍ବ ରଜ । ବସୁଧା, ପ୍ରକୃତି ମାତାକୁ ପୂଜା କରିବାର ମହାର୍ଘ୍ୟ ପରମ୍ପରା ରଜ । କୃଷିଭିତିକ ସାମାଜିକ ଚଳଣିରେ ଏକ ଗୁରୁତ୍ୱପୂର୍ଣ୍ଣ ମନୋରଞ୍ଜନର ଆସର ରଜ । ଉତ୍କଳୀୟ ସଂସ୍କୃତିର ଆନନ୍ଦ ଉଲ୍ଲାସ, ସର୍ବାଧିକ ଲୋକପ୍ରିୟ ଓ ବୈଶିଷ୍ଟ୍ୟମୟ ଅବସର ରଜ । ରଜପାନ, ପୋଡ଼ପିଠା, ରଜଦୋଳି ଏବଂ ଭ୍ରମଣର ପ୍ରିୟପର୍ବ ରଜ । ଆଷାଢ଼ ମାସରେ ପଡ଼ୁଥିବା ସଂକ୍ରାନ୍ତିକୁ ରଜ ସଂକ୍ରାନ୍ତି କୁହାଯାଏ । ଧରିତ୍ରୀ ମାତାର ପୂଜାର୍ଚ୍ଚନା ନିମନ୍ତେ ଉଦ୍ଦିଷ୍ଟ ଏହି ତିନି ଦିନର ରଜପର୍ବ ସମୁଦାୟ ପାଂଚଦିନ (ରଜ ସଂକ୍ରାନ୍ତିର ପୂର୍ବ ଦୁଇଦିନ ଓ ପରବର୍ତୀ ଦୁଇଦିନ)ର କର୍ମବିଧି ପରମ୍ପରା ରହିଥାଏ । ପାଂଚଦିନ ମଧ୍ୟରୁ ପ୍ରଥମ ଦିବସକୁ ‘ସଜବାଜ’ କୁହାଯାଏ ।

ଏହି ଦିନ ଘରଦ୍ୱାର ପରିଷ୍କାର, କୃଷି କର୍ମରେ ବ୍ୟବହୃତ ଉପକରଣ ସଫା କରିବା, ନୂତନ ବସ୍ତ୍ର କିଣିବା, ପିଲାମାନଙ୍କ ପାଇଁ ଦୋଳି ଲଗାଇବା, ପୋଡ଼ପିଠା ଓ ଅନ୍ୟ ସ୍ୱାଦିଷ୍ଟ ବ୍ୟଞ୍ଜନ ପାଇଁ ପ୍ରସ୍ତୁତି ହୋଇଥାଏ । ଜ୍ୟେଷ୍ଠମାସର ଶେଷଦିନ ବା ମାସାନ୍ତକୁ ‘ପହିଲି ରଜ’ କୁହାଯାଏ । ତା ପରଦିନ ‘ରଜ ସଂକ୍ରାନ୍ତି’ । ଏହା ଆଷାଢ଼ ମାସର ପ୍ରଥମ ଦିବସ । ସଂକ୍ରାନ୍ତି ପରଦିନ ‘ଶେଷ ରଜ’ ବା ‘ଭୂଇଁ ନହଣ’ ପାଳିତ ହୋଇଥାଏ । ଏହିଦିନ ଭୂଇଁକୁ ଖୋଳିବା ନିଷିଦ୍ଧ । ଶେଷରେ ଆଷାଢ଼ ମାସର ତୃତୀୟ ଦିନ ‘ବସୁମତୀ ସ୍ନାନ’ ଅନୁଷ୍ଠିତ ହୋଇଥାଏ । ଏହା ଅତି ଗୁରୁତ୍ୱପୂର୍ଣ୍ଣ ବାର୍ତା ବହନ କରିଥାଏ । ଗ୍ରୀଷ୍ମ ଶେଷରେ ମୌସୁମୀ ବାୟୁର ଆଗମନ ପରେ ଆଦ୍ୟ ଆଷାଢ଼ରେ ଧରିତ୍ରୀ ରଜସ୍ୱଳା ହୋଇଥାଏ ।

ଆଷାଢ଼ ମାସରେ ସାଧାରଣତଃ ବର୍ଷାର ଆଗମନ ହୋଇଥାଏ । ଶୁଷ୍କ ଭୂମିରେ ବର୍ଷାର ପ୍ରଥମ ଅସରା ପଡ଼ିବା ମାତ୍ରେ ଏକ ପ୍ରଜନନ ଶକ୍ତି ଜାତ ହୁଏ । ସେଥିପାଇଁ ଏହି ସମୟରେ ବସୁଧା ରାଣୀକୁ ରଜସ୍ୱଳା ମହିଳା ସହିତ ତୁଳନା କରାଯାଏ । ରଜରେ କୁମାରୀ କନ୍ୟାମାନେ ରଜସ୍ୱଳା ନାରୀର କର୍ତବ୍ୟ ସମ୍ପାଦନ ପାଇଁ ଗୁରୁଜନ ଶ୍ରେଣୀର ମହିଳାଙ୍କ ଠାରୁ ତାଲିମ୍ ପାଆନ୍ତି । ଭୂଇଁରେ ଚାଲନ୍ତି ନାହିଁ କିମ୍ବା ତିନିଦିନ ପର୍ଯ୍ୟନ୍ତ ସ୍ନାନ କରନ୍ତି ନାହିଁ । ଲୁଣ ଖାଆନ୍ତି ନାହିଁ । ପିଠା ଓ ଫଳମୂଳ ଖାଇ ରହନ୍ତି । ପୂର୍ବରୁ ପୋଡ଼ପିଠା ପ୍ରସ୍ତୁତ ହୋଇ ରହିଥାଏ । ଚାଉଳ, ନଡ଼ିଆ, ଗୁଡ଼ ସହିତ ଅଦା, ଯୁଆଣି ଆଦି ମସଲା ସଂଯୋଗରେ ପ୍ରସ୍ତୁତ ପୋଡ଼ପିଠା ବେଶ୍ ସୁସ୍ୱାଦୁ ଓ ଉପାଦେୟ । ଆମ ସଂସ୍କୃତିର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଏହି ପୋଡ଼ପିଠା ପ୍ରତିଦିନ ଭୋଗ ହେବାର ପରମ୍ପରା ରହିଆସିଛି । ଏଥିସହ ରଜରେ ପୁରଦିଆ ରଜମଣ୍ଡା, ରଜକାକରା, ରଜଏଣ୍ଡୁରୀ, ରଜଆରିଶା ଆଦି ପ୍ରସ୍ତୁତ ହୋଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking