32.8 C
Bhubaneswar
Tuesday, April 16, 2024
Homeଓଡିଶାଲଘୁଚାପରେ ବର୍ଷା ନାହିଁ : ୨୦ ପରେ ବର୍ଷା ସମ୍ଭାବନା

ଲଘୁଚାପରେ ବର୍ଷା ନାହିଁ : ୨୦ ପରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଗତ ୨୪ ଘଣ୍ଟାରେ ରାଜ୍ୟରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ରେକର୍ଡ ହୋଇଛି । ବାଲେଶ୍ୱରରେ ସର୍ବାଧିକ ବର୍ଷା ରେକର୍ଡ ହୋଇଥିବାବେଳେ ଏଯାବତ ଓଡ଼ିଶାରେ ପ୍ରାୟ ୩୦୦ ମିମି ବର୍ଷା ରେକର୍ଡ ହୋଇଛି । ଯାହାକି ଆବଶ୍ୟକ ବର୍ଷା ପରିମାଣ ଠାରୁ ୨୧% କମ ରହିଛି । ରାଜ୍ୟରେ ଲଗାତାର ଭାବେ ମୌସୁମୀ ବର୍ଷା ନିଷ୍କ୍ରିୟ ରହିଛି । ଲଘୁଚାପ ଜନିତ ବର୍ଷା ମଧ୍ୟ ହେଉନାହିଁ । ତେଣୁ ରାଜ୍ୟରେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଏହି ମଧ୍ୟରେ ଓଡ଼ିଶାର ଉପରମୁଣ୍ଡ ରେ ବର୍ଷା ଲାଗି ହୀରାକୁଦର ଜଳସ୍ଥର କ୍ରମନୁଗତ ଭାବେ ବଢିବାର ଲାଗିଛି, ତେଣୁ ବନ୍ୟାଜଳ ନିଷ୍କାସନ ଜରିରହିଛି । ଏହି ସ୍ଥିତିରେ ବଙ୍ଗୋସାଗରରେ ସୃଷ୍ଟି ହୋଇଥିବା ଟ୍ରପ ଲାଇନ୍ ସକ୍ରିୟ ଅଛି । ବର୍ତ୍ତମାନ ସମୁଦ୍ର ପତ୍ତନରେ ଥିବା ପୂର୍ବ-ପଶ୍ଚିମ ନିମ୍ନଚାପ ରେଖା ଉତ୍ତରପଶ୍ଚିମ ରାଜସ୍ଥାନରୁ ଓଡିଶା ଦେଇ ଉତ୍ତର-ପୂର୍ବ ବଙ୍ଗୋପସାଗର ଯାଏଁ ଲମ୍ବିଛି । ତାଛଡା ଉପକୂଳ ଓଡ଼ିଶାର ବାୟୁମଣ୍ଡଳରେ ଥିବା ସାଇକ୍ଲୋନିକ ସରକ୍ୟୁଲେସନ ଓ ଲଘୁଚାପ ମଧ୍ୟ କ୍ରିୟଶୀଳ ରହିଛି । ଜୁଲାଇ ୨୦ ପରେ ବଡ ବର୍ଷା ସମ୍ଭାବନା ରହିଛି । ଯାହାକି ରାଜ୍ୟରେ ବର୍ଷା ପରିମାଣ ବଢାଇବ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ୧୭ ପରେ ରାଜ୍ୟକୁ ଆଉ ଏକ ଲଘୁଚାପ ରହିଛି । ଯାହାକି ଅନ୍ୟ ପାଣିପାଗ ନିୟମକ ପ୍ରଭାବରେ ଆସି ଅଧିକ କ୍ରିୟାଶୀଳ ହେବ ବୋଲି ଜଣା ପଡ଼ିଛି ।  ସୂଚାନଥାଉ କି, ଜୁନ ମାସରେ ମୌସୁମୀ ବର୍ଷା ପରିମାଣ କମିଥିଲା, ଜୁଲାଇ ମାସରେ ଏକାଧିକ ଲଘୁଚାପ ଥିବା କାରଣରୁ ବର୍ଷାର ପରିମାଣ ବଢିବା ଆଶଙ୍କା କରାଯାଇଥିଲା । ହେଲେ ଏବେ ତାହା ପ୍ରଭାବଶୂନ୍ୟ ହୋଇଥିବା ଅନୁମାନ କରାଯାଉଛି । ବିଶେଷ କରି ଦକ୍ଷିଣ ଉପକୂଳ ଅଂଚଳରେ ଏହି ଲହୁଛପ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତ ମାରିବା ସମ୍ଭାବନା ଥିଲା । ହେଲେ ଏହି ଭିତରେ ରାଜ୍ୟରେ କିଛି ବିଶେଷ ବର୍ଷା ରେକର୍ଡ ହୋଇନାହିଁ । ଏପରିକି ଏହି ମଧ୍ୟରେ ୧୬ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପ୍ରକାଶ କରିଛି । ରାଜ୍ୟରେ ହଲୁକାରୁ ମଧ୍ୟମ ଧରଣର ବର୍ଷା ଜରିରହିଥିବା ବେଳେ ଆଗକୁ ଏହି ପରିମାଣ ବଢୁଛି କି ନାହିଁ ତାହା ଦେଖିବାକୁ ରହିଲା ।  ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ରାଜ୍ୟର ଦକ୍ଷିଣ ଓ ଉତ୍ତର ଅଞ୍ଚଳର କିଛି ଜିଲ୍ଲାରେ ପ୍ରାୟ ୧୦୦ ମିମି ବର୍ଷା ରେକର୍ଡ ହୋଇଛି । ବୁଧବାର ରାଜ୍ୟର କୌଣସି ଜିଲ୍ଲାକୁ ଭାରୀ ବର୍ଷା ନାହିଁ । ହେଲେ ମୌସୁମୀ ପ୍ରଭାବରୁ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking