26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶବର୍ଷା ବିତ୍ପାତ: କାନ୍ଥ ପଡ଼ି ୪ ଶିଶୁଙ୍କ ସମେତ ୧୦ ମୃତ

ବର୍ଷା ବିତ୍ପାତ: କାନ୍ଥ ପଡ଼ି ୪ ଶିଶୁଙ୍କ ସମେତ ୧୦ ମୃତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ବର୍ଷା ବିତ୍ପାତ । ଗତ ୩ ଦିନ ଧରି ଲଗାଣ ବର୍ଷା ଜାରି ରହିବା ଫଳରେ ଜନଜୀବନକୁ ବିପର୍ଯ୍ୟସ୍ତ କରି ଦେଇଛି । ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ କାନ୍ଥ ପଡି ଏବଂ ବଜ୍ରପାତ ଘଟି ଅତି କମ୍‌ରେ ୧୦ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଏପରି ହୃଦୟ ବିଦାରକ ଘଟଣା ଘଟିଛି ଅଟାୱା, ଫିରୋଜାବାଦ ଏବଂ ବଲରାମପୁରରେ । ଇଟାୱାର ଚନ୍ଦ୍ରପୁରାରେ ରାତିରେ ଶୋଇଥିବାବେଳେ କାନ୍ଥ ପଡି ଗୋଟିଏ ପରିବାରର ୪ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି । ଉକ୍ତ ପରିବାର ୨ ଜଣ ସଦସ୍ୟ ଗୁରୁତର ହୋଇଛନ୍ତି । ସେହିପରି କ୍ରିପାଲପୁରରେ ଏକ ପେଟ୍ରୋଲ ପମ୍ପ ବାଉଣ୍ଡ୍ରିୱାଲ ଭୁଶୁଡି ପଡ଼ିବାରୁ ବୃଦ୍ଧ ଦମ୍ପତିଙ୍କର ମୃତ୍ୟୁ ଘଟିଛି । ଏଥି ସହିତ ୧୧ ଜଣ ଆହତ ହୋଇଛନ୍ତି ।

ଅନ୍ୟ ଏକ ଦୁର୍ଘଟଣାରେ ଅଟାୱାର ଏକ ଗାଁରେ କାନ୍ଥ ପଡ଼ି ଜଣେ ୩୫ ବର୍ଷୀୟ ବୃଦ୍ଧ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଏବେ ବି ଉତ୍ତର ପ୍ରଦେଶରେ ବର୍ଷା ତାଣ୍ଡବ ରଚୁଛି । ଏମିତି ପାଗ ଆହୁରି କିଛି ଦିନ ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଗତ ୨୪ ଘଣ୍ଟାରେ ୧୪୦ ମିମି ବର୍ଷା ହୋଇଯାଇଛି । ଭାରି ବର୍ଷା ଯୋଗୁ ଗାଁଠାରୁ ସହରର ଅବସ୍ଥା ବେହାଲ ହୋଇ ଯାଇଛି ।

ରାସ୍ତାରେ ପାଣି ଯୋଗୁ ଲୋକେ ଘରୁ ବାହାରି ପାରୁନାହାନ୍ତି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବର୍ଷା ସ୍ଥିତିର ଏରିଏଲ ସର୍ଭେ କରିଛନ୍ତି। ତଳିଆ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପରିସ୍ଥିତି ଉପରେ ନଜର ରଖିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ କଡା ନିର୍ଦ୍ଦେଶ ରହିଛି । ଶନିବାର ପର୍ଯ୍ୟନ୍ତ ପ୍ରଭାବିତ ଅଞ୍ଚଳର ସମସ୍ତ ସ୍କୁଲ ବନ୍ଦ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking