30.1 C
Bhubaneswar
Wednesday, April 24, 2024
Homeଓଡିଶାଭୁବନେଶ୍ୱରରହସ୍ୟ ଘେରରେ ରାଇମୋହନଙ୍କ ଆତ୍ମହତ୍ୟା ଘଟଣା

ରହସ୍ୟ ଘେରରେ ରାଇମୋହନଙ୍କ ଆତ୍ମହତ୍ୟା ଘଟଣା

ଭୁବନେଶ୍ୱର : ଓଲିଉଡ୍‌ର ପ୍ରଖ୍ୟାତ ଖଳନାୟକ ରାଇମୋହନ ପରିଡ଼ାଙ୍କ ମୃତ୍ୟୁ କିପରି ଘଟିଲା ତାକୁ ନେଇ କମିଶନରେଟ୍‌ ପୋଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଏହି ମାମଲାରେ ପୋଲିସ ମୃତ ରାଇମୋହନଙ୍କ ପତ୍ନୀ, ଝିଅ, ପୁତୁରା ଓ ଜ୍ୱାଇଁଙ୍କୁ ପଚରାଉଚୁରା କରିଛି । ଭିସେରା ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ରାଇମୋହନଙ୍କ ମୋବାଇଲ୍‌କୁ ମଧ୍ୟ ଜବତ କରି ପୋଲିସ ତଦନ୍ତ ଜାରି ରଖିଛି ।

ସେହିପରି ରାଇମୋହନଙ୍କ ପଡ଼ୋଶୀମାନଙ୍କୁ ମଧ୍ୟ ପୋଲିସ ପଚରା ଉଚୁରା କରିବ ବୋଲି ସୂଚନା ଦେଇଛି । ତେବେ ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ଘଟଣା ବୋଲି ପୋଲିସ ସ୍ପଷ୍ଟ କରିଛି । ଆତ୍ମହତ୍ୟା ପୂର୍ବରୁ ପତ୍ନୀ ଓ ଦୁଇ ଝିଅଙ୍କୁ ମୋବାଇଲ୍‌ରେ ସେ ବାଏ ମେସେଜ ଲେଖିଥିଲେ । ତେବେ ପୋଲିସ ଉଭୟ ହତ୍ୟା ଓ ଆତ୍ମହତ୍ୟାକୁ ନେଇ ତଦନ୍ତ ଚଳାଇଛି ବୋଲି ସୂଚନା ଦେଇଛନ୍ତି ଜୋନ୍‌-୫ ଏସିି ହିମାଂଶୁ ସ୍ୱାଇଁ । ମୃତ୍ୟୁ ପୂର୍ବରୁ ରାଇମୋହନଙ୍କ ପରିବାରରେ ପାରିବାରିକ ଗଣ୍ଡଗୋଳ ଲାଗିଥିଲା କି ? ଏମିତି ଏକ ପ୍ରଶ୍ନକୁ ନେଇ ମଧ୍ୟ ପୋଲିସ ତଦନ୍ତ ଚଳାଇଛି ।

ଘଟଣା ଘଟିବା ଦିନ ରାଇମୋହନ ଘରେ ଏକୁଟିଆ ଥିଲେ । ସେହିଦିନ ସକାଳ ସାଢ଼େ ୧୦ଟାରେ ତାଙ୍କ ଡ୍ରାଇଭର ଅଶୋକର ବାହାଘର ପାଇଁ ପତ୍ନୀ ଓ ବଡ଼ଝିଅ କଟକ ଯାଇଥିଲେ । ୧୧ଟା ୫୭ରେ ରାଇମୋହନ ପତ୍ନୀଙ୍କୁ ଶେଷ କଲ୍‌ କରିଥିଲେ । ଏହାପରେ ୧୨ଟା ପରେ ହିଁ ସେ ଆତ୍ମହତ୍ୟା କରିଥିଲେ । ଦିନ ୧୨ଟା ୩୦ରେ ପ୍ରଥମେ ପୁତୁରା ଆସିଥିଲେ । ୧୨ଟା ୪୫ରେ ପତ୍ନୀ ଓ ବଡ଼ଝିଅ ଘରେ ପହଞ୍ଚିଥିଲେ । ଗତ ମଇ ମାସ ୩୦ ତାରିଖରେ ପରିବାର ମଧ୍ୟରେ ଝଗଡ଼ା ହୋଇଥିବା ନେଇ ପୋଲିସକୁ ସୂଚନା ମିଳିଛି । ସପ୍ତାହ ତଳେ କୌଣସି କଥାକୁ ନେଇ ପରିବାର ଲୋକଙ୍କ ସହ ରାଇମୋହନ ଥାନାକୁ ଆସିଥିଲେ ବୋଲି ପୋଲିସ ସୂଚନା ଦେଇଛି । ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଛି । ତେବେ ବହୁ ଲୋକ ଏହି ଆତ୍ମହତ୍ୟା ଘଟଣାକୁ ବିଶ୍ୱାସ କରୁନଥିବାବେଳେ ପ୍ରକୃତ ତଦନ୍ତ କରାଗଲେ ସତ୍ୟ ଲୋକଲୋଚନକୁ ଆସିବ ବୋଲି ସେମାନେ ମତ ରଖୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking