ଟ୍ରେନ ଧକ୍କାରେ ରେଳ କର୍ମଚାରୀଙ୍କ ମୃତ୍ୟୁ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ସୀତାବିଞ୍ଜ ରେଳ ଷ୍ଟେସନ ନିକଟରେ ଟ୍ରେନ ଧକ୍କାରେ ରେଳ ବିଭାଗର ଟ୍ରାକ ସେକ୍ସନ ଇଂଜିନିୟରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କେନ୍ଦୁଝର ସହରର ଶିବନାରାୟଣପୁରର ଶାନ୍ତନୁ କୁମାର ଦାସ ବୋଲି ଜଣାପଡିଛି। ସେ ଆଜି ସେକ୍ସନ ତଦାରଖ ପାଇଁ ସୀତାବିଞ୍ଜ ଷ୍ଟେସନକୁ ଆସିଥିବା ବେଳେ ହଠାତ ଏକ ଟ୍ରେନ ମାଡ଼ିଆସି ତାଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଖବର ପାଇ ଘଟଣାସ୍ଥଳରେ ରେଳ ବିଭାଗର ବରିଷ୍ଠ ଅଧିକାରୀ, ରେଲୱେ ପୋଲିସ, ଢେଙ୍କିକୋଟ ଫାଣ୍ଡି ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here