27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶସମ୍ପୂର୍ଣ୍ଣ ଟିକେଟ୍‍ ବାତିଲ : ଅର୍ଥ ଫେରସ୍ତ କରିବ ରେଳବାଇ

ସମ୍ପୂର୍ଣ୍ଣ ଟିକେଟ୍‍ ବାତିଲ : ଅର୍ଥ ଫେରସ୍ତ କରିବ ରେଳବାଇ

ନୂଆଦିଲ୍ଲୀ : କୋଭିଡ-୧୯ ସଂକ୍ରମଣକୁ ପ୍ରତିହତ କରିବା ଲାଗି ଦେଶବ୍ୟାପୀ ଯାତ୍ରୀବାହୀ ଟ୍ରେନ ଚଳାଚଳ ବନ୍ଦ ରଖାଯାଇଥିବା ଦୃଷ୍ଟିରୁ ସମସ୍ତ ଯାତ୍ରୀଙ୍କ ଟିକେଟକୁ ୧୪ ଅପ୍ରିଲ ୨୦୨୦ ପର୍ଯ୍ୟନ୍ତ ବାତିଲ କରାଯାଇଛି । ତେବେ ୨୧ ମାର୍ଚ୍ଚରୁ ଆରମ୍ଭ କରି ୧୪ ଅପ୍ରିଲ ୨୦୨୦ପର୍ଯ୍ୟନ୍ତ ଯାତ୍ରା ଅବଧିର ସମସ୍ତ ଟିକେଟ ବାବଦ ଅର୍ଥ ସମ୍ପୂର୍ଣ୍ଣ ଭାବେ ଫେରସ୍ତ କରିବା ଲାଗି ଭାରତୀୟ ରେଳପଥ ପକ୍ଷରୁ ନିଷ୍ପତି ନିଆଯାଇଛି ।
କାଉଂଟରରେ ବୁକିଂ ହୋଇଥିବା ପିଆରଏସ ଟିକେଟ କ୍ଷେତ୍ରରେ ମାର୍ଚ୍ଚ ୨୭ ପୂର୍ବରୁ ବାତିଲ କରାଯାଇଥିବା ଟିକେଟର ଜମା ରସିଦ ଯେକୌଣସି ଜୋନାଲ ରେଳ ମୁଖ୍ୟାଳୟ ବାଣିଜ୍ୟିକ ପ୍ରବନ୍ଧକ କିମ୍ବା ମୁଖ୍ୟ ଦାବି ଅଧିକାରୀଙ୍କ ନିକଟରେ ଜୁନ ୨୧ ସୁଦ୍ଧା ଜମା କରିବାକୁ ହେବ। ପରେ ରେଳପଥ ପକ୍ଷରୁ ଏକ ନିର୍ଦ୍ଦିଷ୍ଟ ଫର୍ମ ମାଧ୍ୟମରେ ଯାତ୍ରୀ ଟିକେଟ ରଦ୍ଦ କରିବା ସମୟରେ କଟାଯାଇଥିବା ଅର୍ଥରାଶି ଫେରାଇ ନେବାର ଲାଭ ପାଇପାରିବେ। ଅନ୍ୟପକ୍ଷରେ ମାର୍ଚ୍ଚ ୨୭ ପୂର୍ବରୁ ରଦ୍ଦ କରାଯାଇଥିବା ସମସ୍ତ ଟିକେଟ, ଇ ଟିକେଟର ସମ୍ପୂର୍ଣ୍ଣ ଦେୟ ଫେରସ୍ତ ପାଇଁ ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking