27.1 C
Bhubaneswar
Thursday, April 25, 2024
Homeଓଡିଶାଶ୍ରମିକଙ୍କୁ ସ୍ଥାନାନ୍ତର

ଶ୍ରମିକଙ୍କୁ ସ୍ଥାନାନ୍ତର

କୋଲନରା : ରାୟଗଡ଼ା ଜିଲ୍ଲା ପ୍ରଶାସନର ସ୍ୱତନ୍ତ୍ର ଗୋଟିଏ ଗାଡ଼ିରେ କୋଲନରା ବ୍ଲକ୍ ଥେରୁବାଲି କୋଭିଡ୍‌-୧୯ ଆଶ୍ରୟସ୍ଥଳୀରୁ ଗଞ୍ଜାମକୁ ୫ଜଣ ଶ୍ରମିକ ଓ ସ୍ୱରୀ ପଞ୍ଚାୟତର ଜାମୁକେଲିବାଡ଼ି ଆଶ୍ରୟସ୍ଥଳୀରୁ ଗଜପତି ରାୟଗଡ଼ାକୁ ୪ଜଣ ଶ୍ରମିକଙ୍କୁ ଏକ ବୋଲେରୋ ଯୋଗେ ପଠାଯାଇଛି । ଏ ସମସ୍ତ ଶ୍ରମିକଙ୍କୁ ମାସ୍କ, ନୂତନ ଗାମୁଛା, ପାଣିବୋତଲ, ମଧ୍ୟାହ୍ନଭୋଜନ,ଟିଫିନ୍ ସହ ପାସ୍ ଦେଇ କୋଲନରା ପଞ୍ଚାୟତ ସମିତି ଅଧ୍ୟକ୍ଷା ଗୀତା କଣ୍ଡାଗରୀ, ବିଡ଼ିଓ ତାପସ ଭୋଇ,ଏବିଡିଓ କେଶିବ ଗୋପାଳ ରାଓ, ଡିଏସଏସଓ ଶ୍ରୀକାନ୍ତ ପାଣିଗ୍ରାହୀ, ଜିପିଇଓ ରମେଶ ଯୋଶୀ, ପିଇଓ ଭି.ମୂରଲୀ କ୍ରିଷ୍ଣା ସ୍ୱେଚ୍ଛାସେବୀ ଇପିଲି ଶେଖର ଓ ଆଗୁଲୁ ପାତ୍ର, ପିଏ ପଦ୍ମଚରଣ ପାଢ଼ୀ ଏମାନଙ୍କୁ ପଠାଇଥିଲେ । ସମସ୍ତ ଶ୍ରମିକ ମାସ୍କ ବ୍ୟବହାର କରିବା ସହ ସାମାଜିକ ଦୂରତା ବଜାୟ ରଖିବା ସହିତ ଖୁସିରେ ଗସ୍ତ କରିଛନ୍ତି । ଥେରୁବାଲିରୁ ଗଞ୍ଜାମର ବେଲଗୁଣ୍ଠା ବ୍ଲକର ଆମ୍ବପୁଆ ଗାଁକୁ ୫ଜଣ ଶ୍ରମିକ ମଧ୍ୟ ଯାଇଥିଲେ । ଗଜପତିକୁ ରାୟଗଡ଼ା ବ୍ଲକର ଜଳଙ୍ଗ ଗାଁ’କୁ ୪ଜଣ ଶ୍ରମିକଙ୍କୁ ପଠାଯାଇଥିଲା ।

କ୍ୱାରେଣ୍ଟାଇନ୍ ସେଣ୍ଟରକୁ ଗ୍ରାମବାସୀଙ୍କ ବିରୋଧ, ଘଟଣାସ୍ଥଳରେ ଉତ୍ତେଜନା


ରାୟଗଡ଼ା : କ୍ୱାରେଣ୍ଟାଇନ୍ ସେଣ୍ଟରକୁ ନେଇ ଗ୍ରାମବାସୀଙ୍କ ବିରୋଧ । ପ୍ରବାସୀ ଶ୍ରମିକଙ୍କୁ ଗାଁ’ରେ ରଖିବା ପାଇଁ ବିରୋଧ କରୁଛନ୍ତି ଗ୍ରାମବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ସଦର ଥାନା ଅର୍ନ୍ତଗତ କୋଡ଼ାପାଡ଼ି ଗ୍ରାମରେ । ଏହି ଗାଁ’ର ଲୋକେ ନିଜ ଗାଁ’ ସ୍କୁଲରେ ବାହାରୁ ଆସୁଥିବା ଶ୍ରମିକମାନଙ୍କୁ ରହିବା ପାଇଁ ବିରୋଧ କରୁଛନ୍ତି । ଗତକାଲି ଏଠାକୁ ରାୟଗଡ଼ା ଉପଜିଲ୍ଲାପାଳ ଆସିଥିବା ବେଳେ ଗାଁ’ ଲୋକେ ତାଙ୍କୁ ଗାଁ ଭିତରକୁ ନ ଛାଡ଼ିବା ସହ ଏଠାରେ କ୍ୱାରେଣ୍ଟାଇନ୍ ସେଣ୍ଟର ପାଇଁ ମନା କରିଥିଲେ । ଆଜି ତହସିଲଦାର ଯିବା ପରେ ମଧ୍ୟ ଏକା ଅବସ୍ଥା । ଗ୍ରାମବାସୀ ପ୍ରବଳ ବିରୋଧ କରିବାରୁ ବାଧ୍ୟ ହୋଇ ପୁଲିସ ଫୋର୍ସର ମୁତୟନ କରାଯାଇଛି । ଗାଁରେ ବାହାର ଜିଲ୍ଲାରୁ ଆସୁଥିବା ଶ୍ରମିକମାନଙ୍କୁ ରଖିଲେ ସେମାନଙ୍କ ଠାରୁ କରୋନା ସଂକ୍ରମିତ ହେବାର ଆଶଙ୍କା ଥିବାରୁ ଏହାକୁ ବିରୋଧ କରୁଥିବା କହିଛନ୍ତି ଗ୍ରାମବାସୀ । ଅନ୍ୟପଟେ ଲୋକଙ୍କୁ ବୁଝାସୁଝା କରାଯାଇ ପରବର୍ତ୍ତି ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ରାୟଗଡ଼ା ତହସିଲଦାର ଉମାକାନ୍ତ ବେହେରା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking