27.1 C
Bhubaneswar
Thursday, April 25, 2024
Homeଅପରାଧମାଙ୍କଡା ଖଣିରେ ଚଢାଉ; ଗୋଟିଏ ପାୱାରଟିଲର, ୧୫ଟ୍ରକ ଜବତ, ୪ଗିରଫ

ମାଙ୍କଡା ଖଣିରେ ଚଢାଉ; ଗୋଟିଏ ପାୱାରଟିଲର, ୧୫ଟ୍ରକ ଜବତ, ୪ଗିରଫ

ଖୋର୍ଦ୍ଧା : ଖୋର୍ଦ୍ଧା ଶିଳ୍ପାଂଚଳ ଫାଣ୍ଡି ଅନ୍ତର୍ଗତ କୁମାରବସ୍ତ ଅଂଚଳରେ ଚାଲିଥିବା ମାଙ୍କଡା ଖଣି ରେ ଚଢାଉ କରି ପୁଲିସ ଗୋଟିଏ ପାୱାରଟିଲର, ଓ ୧୫ଟି ଟ୍ରକ କୁ ଜବତ କରିଛି । ଏହି ଘଟଣାରେ ଇନଫୋଭ୍ୟାଲି ଥାନା ଅନ୍ତର୍ଗତ ଗୌଡକାଶୀପୁର ର ରବୀନ୍ଦ୍ର ଦିହୁଡି(୪୨), ଜଟଣୀ ଥାନା ଅନ୍ତର୍ଗତ ଜାଁଆଳାର ଦିଲିପ ପ୍ରଧାନ(୩୫), ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଜାମୁକୋଳିର ରାଜକିଶୋର ସାହୁ ଏବଂ ଜଙ୍କିଆ ଥାନା ଅନ୍ତର୍ଗତ ଓଳସିଂହର ରତିରଞ୍ଜନ ବେହେରା (୨୩) ପ୍ରମୁଖ ୪ଜଣ ପଥର ମାଫିଆଙ୍କୁ ପୁଲିସ ଗିରଫ କରିଛି ।
ପୁଲିସ ସୂଚନା ଅନୁସାରେ, କୁମାରବସ୍ତ ମୌଜା ଅଂଚଳରେ ରାତି ପାଟ୍ରୋଲିଂ କରୁଥିବା ସମୟରେ ଭୋର ସମୟରେ ମାଙ୍କଡା ଚୋଚାଲାଣ ହେଉଥିବା ପୁଲିସ ଖବର ପାଇଥିଲା । ସକାଳ ପ୍ରାୟ ୭ଟାବେଳେ ପୁଲିସ ର ଏକ ଟିମ ମାଙ୍କଡା ଖଣିରେ ଚଢାଉ କରିଥିଲେ। ଏହି ସମୟରେ ଉକ୍ତ ଖଣିରେ ବହୁ ଟ୍ରକ ଥିବା ଦେଖବଥିଲେ । ମାତ୍ର ପୁଲିସକୁ ଦେଖି କେତେକ ଟ୍ରକ ସେଠାରୁ ବାହାରକୁ ପଳାଇଥିବାବେଳେ ଆଉକିଛି ପୁଲିସ କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ । ପୁଲିସ ଏହି ସମୟରେ ରବୀନ୍ଦ୍ର, ଦିଲିପ, ରାଜକିଶୋର ଏବଂ ରତିରଞ୍ଜନକୁ କାବୁ କରିଥିବାବେଳେ ଘଟଣାସ୍ଥଳରେ ଥିବା ଗୋଟିଏ ପାୱାରଟିଲର, ଓ ୧୫ଟି ଟ୍ରକ କୁ ଜବତ କରିଛି । ଗିରଫ ଅଭିଯୁକ୍ତମାନଙ୍କୁ ୨୩୨/୨୨ନଂ ମାମଲାରେ କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking