36.7 C
Bhubaneswar
Tuesday, April 16, 2024
Homeଦେଶ ବିଦେଶଜମୁ କଶ୍ମୀରର ୮ଟି ସ୍ଥାନରେ ଚଢ଼ଉ, ଆଇଏସଆଇଏସର ୩ ସଦସ୍ୟ ଗିରଫ

ଜମୁ କଶ୍ମୀରର ୮ଟି ସ୍ଥାନରେ ଚଢ଼ଉ, ଆଇଏସଆଇଏସର ୩ ସଦସ୍ୟ ଗିରଫ

କଶ୍ମୀର: ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନ୍‌ଆଇଏ) ଜମୁ କଶ୍ମୀରର ୮ଟି ସ୍ଥାନରେ ଅତର୍କିତ ଚଢ଼ଉ କରିଛି। ଏହି ଚଢ଼ଉ ସମୟରେ ସଂସ୍ଥା ଇସଲାମିକ ଷ୍ଟେଟ ଅଫ ଇରାକ ଆଣ୍ଡ ସିରିଆ (ଆଇଏସ୍‌ଆଇଏସ୍‌)ର ୩ ଜଣ ସଦସ୍ୟଙ୍କୁ ଗିରଫ କରିଛି। ଶ୍ରୀନଗର ଓ ଅନନ୍ତନାଗରେ ବିଭିନ୍ନ ସ୍ଥାନରେ ଚଢ଼ଉ ସମୟରେ ତୱିଦ ଲତିଫ, ସହିଲ ଅହମଦ ଓ ଅଫ୍‌ସାନ ପରଭେଜ ଗିରଫ ହୋଇଛନ୍ତି। ସେମାନଙ୍କ ପାଖରୁ ଏକାଧିକ ସଂଖ୍ୟାରେ କାଗଜପତ୍ର ଜବତ ହେବା ସହିତ ଡିଜିଟାଲ ସାମଗ୍ରୀ, ମୋବାଇଲ ଫୋନ, ଟାବଲେଟ, ଲାପଟପ, ହାର୍ଡଡିକ୍ସ ଜବତ ହୋଇଛି। ଜାତୀୟ ତଦନ୍ତକାରୀ ସଂସ୍ଥାକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା ଯେ, ପ୍ରତିବନ୍ଧିତ ଆତଙ୍କବାଦୀ ସଂଗଠନ ଆଇଏସଆଇଏ କଶ୍ମୀର ଓ ଅନନ୍ତନାଗ ଅଞ୍ଚଳରେ ଯୁବକମାନଙ୍କୁ ନିଜ ସଂଗଠନରେ ସାମିଲ କରିବାକୁ ଷଡ଼ଯନ୍ତ୍ର କରୁଛି। ଏହି ଯୁବକମାନଙ୍କ ମାଧ୍ୟମରେ ଦେଶରେ ହିଂସା ସୃଷ୍ଟି କରିବାକୁ ଚାହୁଁଛି। ଏହି ସୂଚନା ହସ୍ତଗତ ହେବା ପରେ ଏନଆଇର ଅଧିକାରୀ ଓ କର୍ମଚାରୀମାନେ ଅତର୍କିତ ଭାବେ ଚଢ଼ଉ ଆରମ୍ଭ କରିଥିଲେ। ଚଢ଼ଉ ସମୟରେ ୩ ଜଣଙ୍କୁ ଗିରଫ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking