30 C
Bhubaneswar
Tuesday, April 16, 2024
Homeକରୋନାଟିକାର ବୋଷ୍ଟର ଡୋଜ୍‌କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିରୋଧ

ଟିକାର ବୋଷ୍ଟର ଡୋଜ୍‌କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିରୋଧ

ୱାଶିଂଟନ: ମହାମାରୀ କରୋନାର ଡେଲ୍ଟା ଭାରିଏଣ୍ଟ ସମଗ୍ର ବିଶ୍ୱରେ ବ୍ୟାପୁଥିବାରୁ ଏହା ବିରୋଧରେ ଟିକାର ବୁଷ୍ଟର ବା ଥାର୍ଡ ଡୋଜ୍ ଲୋକଙ୍କୁ ଦେବାକୁ ଏକାଧିକ ଦେଶ ଚିନ୍ତା କରୁଛନ୍ତି । ତେବେ ବୁଷ୍ଟର ଡୋଜ୍ ବିରୋଧରେ ମତ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଡବ୍ଲୁଏଚ୍‌ଓ(ହୁ)। ଅତି କମରେ ସେପ୍ଟମ୍ବର ଶେଷ ଯାଏ ବୁଷ୍ଟର ଡୋଜ୍ ଉପରେ ସମସ୍ତ ରୋକ ଲଗାନ୍ତୁ ବୋଲି ହୁ’ର ମୁଖ୍ୟ ଟେଡ୍ରୋସ ଆଧାନୋମ ଘେବ୍ରିୟସ ଆଜି କହିଛନ୍ତି।

ଏହି ପ୍ରୟାସ ଦ୍ୱାରା ପ୍ରତି ଦେଶରେ ଅତି କମରେ ୧୦ପ୍ରତିଶତ ଲୋକଙ୍କ ଟିକାକରଣ ହୋଇପାରିବ ବୋଲି ସେ କହିଛନ୍ତି । ପୂର୍ବରୁ ମଧ୍ୟ ଜାତିସଂଘ ଏଜେନ୍ସି ବୁଷ୍ଟର ଡୋଜ୍ ବ୍ୟବହାର ନକରିବାକୁ କହି ଆସିଛି । ତଥାପି ଧନୀ ଓ ଗିରବ ଦେଶଗୁଡ଼ିକ ମଧ୍ୟରେ ଟିକାକରଣ ହାର ବଢ଼ିବାରେ ଲାଗିଛି ।ଟେଡ୍ରୋସ କହିଛନ୍ତି, “ମୁଁ ବୁଝି ପାରୁଛି ପ୍ରତିଟି ଦେଶ ସେମାନଙ୍କ ନାଗରିକଙ୍କ ସୁରକ୍ଷା ପାଇଁ ଚିନ୍ତିତ । ସେମାନେ ନିଜର ନାଗରିକଙ୍କୁ ଡେଲ୍ଟା ଭାରିଏଣ୍ଟରୁ ସୁରକ୍ଷା ଦେବାକୁ ଚାହୁଁଛନ୍ତି । କିନ୍ତୁ ବିଶ୍ୱ ଟିକା ସପ୍ଲାଏର ଅଧିକାଂଶ ଡୋଜ୍ ବ୍ୟବହାର କରି ସାରିଥିବା ଦେଶଗୁଡ଼ିକ ପୁଣି ଏହାର ଅତିରିକ୍ତ ଡୋଜ୍ ବ୍ୟବହାର କରନ୍ତୁ ବୋଲି ଆମେ କେବେ ହେଲେ ଗ୍ରହଣ କରିପାରିବୁ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking