39.1 C
Bhubaneswar
Wednesday, April 24, 2024
Homeଖେଳଆଫଗାନିସ୍ତାନ ଦିନିକିଆ ଦଳରେ ରହମାନ୍‌; ନାଏବ୍ ବାଦ୍‌

ଆଫଗାନିସ୍ତାନ ଦିନିକିଆ ଦଳରେ ରହମାନ୍‌; ନାଏବ୍ ବାଦ୍‌

କାବୁଲ୍ : ଆଗାମୀ ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଅଲ୍‌ରାଉଣ୍ଡର୍ ଗୁଲ୍‌ବଦିନ୍ ନାଏବ୍‌ଙ୍କ ସ୍ଥାନରେ ବାମହାତୀ ସ୍ପିନର୍ ଜିଆ ଉର୍ ରହମନ୍ ଆକବର୍‌ଙ୍କୁ ଆଫଗାନିସ୍ତାନ ଦଳରେ ସାମିଲ କରାଯାଇଛି । ଫର୍ମକୁ ନେଇ ସଂଘର୍ଷ କରୁଥିବା ୨୦୧୯ରେ କ୍ୟାପ୍‌ଟେନ୍ ଥିବା ନାଏବ୍‌ଙ୍କର ୨୦୨୧ ପରଠାରୁ ଏହି ଫର୍ମାଟ୍‌ରେ ସର୍ବାଧିକ ସ୍କୋର୍ ୩୬ ରହିଛି । ଫେବୃଆରୀ-ମାର୍ଚ୍ଚରେ ବାଂଲାଦେଶ ବିପକ୍ଷ ସିରିଜ୍‌ର ଦୁଇଟି ମ୍ୟାଚ୍ ଖେଳି ମାତ୍ର ୩ଟି ୱିକେଟ୍ ହାସଲ କରିଥିଲେ । ଅନ୍ୟପକ୍ଷରେ ଉନ୍ନତ ଫର୍ମରେ ଥିବା ଜିଆ ଘରୋଇ ଦିନିକିଆ କପ୍‌ରେ ୧୨ ହାରାହାରିରେ ମୋଟ ୧୪ ୱିକେଟ୍ ଅକ୍ତିଆର କରିଥିଲେ ।

ସେହିପରି ଷ୍ଟାର୍ ସ୍ପିନର୍ ମୁଜିର ଉର୍ ରହମନ୍ କେବଳ ଦିନିକିଆ ଦଳରେ ସ୍ଥାନ ପାଇଛନ୍ତି । ଟି-୨୦ ବ୍ଲାଷ୍ଟ୍ ଖେଳିବାକୁ ଥିବାରୁ ଟି-୨୦ରେ ନାହାନ୍ତି । ସେହିପରି ଟି-୨୦ ବ୍ଲାଷ୍ଟ୍‌ର ସଦସ୍ୟ ଥିବା କ୍ୱାଇସ୍ ଅହମଦ୍‌ଙ୍କୁ ଟି-୨୦ ଚୟନ ପାଇଁ ବିବେଚନାକୁ ନିଆଯାଇ ନଥିଲା । ତିନିଟି ଦିନିକିଆ ଓ ସମାନ ସଂଖ୍ୟକ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବା ପାଇଁ ଆଫଗାନିସ୍ତାନ ଚଳିତ ସପ୍ତାହରେ ଜିମ୍ବାୱେ ଯାତ୍ରା କରିବ । ଦିନିକିଆ ସିରିଜ୍ ଜୁନ୍ ୫ରୁ ଆରମ୍ଭ ହେବାକୁ ଥିବାବେଳେ ଟି-୨୦ ସିରିଜ୍ ଜୁନ୍ ୧୧ ତାରିଖରୁ ଖେଳାଯିବ । ସମସ୍ତ ଛଅଟିଯାକ ମ୍ୟାଚ୍ ହରାରେ ସ୍ପୋର୍ଟ୍ସ କ୍ଲବ୍‌ରେ ଖେଳାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking