ଆଇନ ଛାତ୍ରୀଙ୍କୁ ରାଗିଂ !

ଭୁବନେଶ୍ୱର : ଘରୋଇ ବିଶ୍ୱବିଦ୍ୟାଳୟ ଆଇନ ଛାତ୍ରୀଙ୍କୁ ରାଗିଂ । ପ୍ରଥମ ବର୍ଷ ଛାତ୍ରୀଙ୍କୁ ହଷ୍ଟେଲରେ ପିଟିଲେ ୩ ସିନିୟର ଛାତ୍ରୀ । ମାଡରେ ପ୍ରଥମ ବର୍ଷ ଆଇନ ଛାତ୍ରୀଙ୍କ ହାତ ଓ ଦାନ୍ତ ଭାଙ୍ଗିଲା । ଏ ସଂପର୍କରେ ବିଶ୍ୱବିଦ୍ୟାଳୟ ଶୃଙ୍ଖଳା କମିଟି ପାଖରେ ଅଭିଯୋଗ । ତେବେ ଶୃଙ୍ଖଳା କମିଟିରେ ହାଜର ହେଲେନି ୩ ସିନିୟର ଛାତ୍ରୀ । ଶୃଙ୍ଖଳା କମିଟିରେ ହାଜର ନହେବାରୁ ଥାନାରେ ଏତଲା କଲେ ଛାତ୍ରୀ ।