39.1 C
Bhubaneswar
Tuesday, April 23, 2024
HomeUncategorized୧୮୭୮ରୁ ୧୯୩୨ ମସିହା ମଧ୍ୟରେ ୩୦ଟି ଦେଶ ଯାତ୍ରା କରିଥିଲେ ରବୀନ୍ଦ୍ର

୧୮୭୮ରୁ ୧୯୩୨ ମସିହା ମଧ୍ୟରେ ୩୦ଟି ଦେଶ ଯାତ୍ରା କରିଥିଲେ ରବୀନ୍ଦ୍ର

ଭୁବନେଶ୍ୱର:୧୮୮୦ ବିନା ଲ’ ଡିଗ୍ରୀରେ ଲଣ୍ଡନରୁ ଫେରିଆସିଥିଲେ ରବୀନ୍ଦ୍ର । ତାଙ୍କ ପିତା ସିନା ଚାହୁଁଥିଲେ ସେ ଜଣେ ବାରିଷ୍ଟର ହୁଅନ୍ତୁ, ହେଲେ ତାଙ୍କର ଇଛା ଆଉ କିଛି ଥିଲା । ସେ ଜଣେ ସାହିତ୍ୟିକ ହେବାକୁ ଚାହୁଁଥିଲେ । ଏହାଛଡା ସେ ଯେତେବେଳେ ତାଙ୍କ ପରିବାର ସହିତ ବିଭିନ୍ନ ସ୍ଥାନ ପରିଭ୍ରମଣ କରୁଥିଲେ , ଗରିବ ଲୋକଙ୍କୁ ମଧ୍ୟ ସେ ଅତି ନିକଟରୁ ଦେଖିଥିଲେ । ସେଥିପାଇଁ ସେ ୧୯୦୧ ମସିହାରେ ଶାନ୍ତି ନିକେତନ ଚାଲିଯାଇଥିଲେ । ସେଠାରେ ଏକ ଆଶ୍ରମ ସ୍ଥାପନ କରିବାକୁ ଚାହିଁଥିଲେ ରବୀନ୍ଦ୍ର । ପରେ ସେ ସେଠାରେ ଏକ ସ୍କୁଲ, ପୁସ୍ତକାଳୟ ଓ ପୂଜାସ୍ଥଳ ନିର୍ମାଣ କରିଥିଲେ । ଖାଲି ଏତିକି ନୁହେଁ, ବରଂ ସେ ସେଠାରେ ଏକ ସୁନ୍ଦର ବଗିଚା ଏବଂ ଗଛ ମାନ ଲଗାଇଥିଲେ । ଦୀର୍ଘ ଦିନ ପରେ ତାଙ୍କ ସ୍ତ୍ରୀ ଓ ଦୁଇ ପିଲାଙ୍କର ମୃତ୍ୟୁ ମଧ୍ୟ ସେହିଠାରେ ହିଁ ହୋଇଥିଲା ବୋଲି ଜଣାଯାଏ । ପରେ ତାଙ୍କୁ ୧୯୧୩ ମସିହା ନଭେମ୍ବର ୧୪ ତାରିଖରେ ଗୀତାଞ୍ଜଳୀ ପାଇଁ ସାହିତ୍ୟରେ ନୋବେଲ ପୁରସ୍କାର ମିଳିଥିଲା । ଇଂରେଜ ସରକାର ମଧ୍ୟ ତାଙ୍କୁ ୧୯୧୫ ମସିହାରେ ନାଇଟ୍ ହୁଡ୍ ପ୍ରଦାନ କରିଥିଲେ । ଯାହାକୁ ସେ ୧୯୧୯ରେ ଜାଲିଆନାଓାଲାବାଗ ହତ୍ୟାକାଣ୍ଡ ପରେ ସେହି ପୁରସ୍କାରକୁ ରବୀନ୍ଦ୍ର ଫେରାଇ ଦେଇଥିଲେ । ପରେ ୧୯୨୧ ମସିହାରେ ରବୀନ୍ଦ୍ର ଉକ୍ତ ଆଶ୍ରମ ପାଖରେ ସେ ଗ୍ରାମୀଣ ପୁନଃନିର୍ମାଣ ସଂସ୍ଥା ସ୍ଥାପନ କରିଥିଲେ । ଯାହା ପରବର୍ତ୍ତୀ ସମୟରେ ଶାନ୍ତି ନିକେତନ ନାମରେ ନାମିତ ହୋଇଥିଲେ । ୧୮୭୮ରୁ ୧୯୩୨ ମସିହା ମଧ୍ୟରେ ସେ ୩୦ଟି ଦେଶ ଯାତ୍ରା କରିଥିଲେ । ତେବେ ଏହି ଯାତ୍ରାର ଉଦ୍ଦେଶ୍ୟ ଥିଲା ସାହିତ୍ୟର ରଚନାରୁ ଲୋକଙ୍କ ନିକଟରେ ପହଞ୍ଚାଇବା । ପ୍ରସିଦ୍ଧ ଇଂରାଜୀ କବି ବିଲିୟମ୍ ବଟଲର୍ ରବିନ୍ଦ୍ରଙ୍କ ରଚନା ଗୀତାଞ୍ଜଳୀକୁ ଇଂରାଜୀରେ ରଚନା କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ୭ ତାରିଖ ଅଗଷ୍ଟ ମାସ ୧୯୪୧ ମସିହାରେ ଏହି ମହାନ କବିଙ୍କର ମୃତ୍ୟୁ ହୋଇଥିଲା । ସେ ସମସ୍ତଙ୍କୁ ଛାଡି ବିଦାୟ ନେଇଥିଲେ । କିନ୍ତୁ ଆଜି ବି ସାରା ଦେଶ ତାଙ୍କ ରାଷ୍ଟ୍ରଗାନକୁ ସମ୍ମାନ ଦେଇଛନ୍ତି । ୧୯୦୩ରୁ ୧୯୦୭ ମସିହା ତାଙ୍କ ପାଇଁ ବହୁତ କଷ୍ଟଦାୟକ ଥିଲା । ସବୁପରେ ବି ସେ କେବେ ସାହିତ୍ୟ ରଚନା, କବିତା ରଚନା କରିବାରେ କେବେ ଅଟକି ନଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking