31.1 C
Bhubaneswar
Friday, March 29, 2024
Homeଓଡିଶାଆଗାମୀ ରବି ଚାଷ ପାଇଁ ଜଳସେଚନ ବ୍ୟବସ୍ଥାର ଚିଠା ପ୍ରସ୍ତୃତି

ଆଗାମୀ ରବି ଚାଷ ପାଇଁ ଜଳସେଚନ ବ୍ୟବସ୍ଥାର ଚିଠା ପ୍ରସ୍ତୃତି

କଳାହାଣ୍ଡି – କଳାହାଣ୍ଡି ଜିଲ୍ଲାରେ ବିଶେଷତଃ ରବି ଋତୁରେ ଇନ୍ଦ୍ରାବତୀ ଜଳବିଦ୍ୟୁତ ଯୋଜନା ମାଧ୍ୟମରେ ଅଧିକାଂଶ ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା କରାଯାଉଥିବା ବେଳେ ଆଗାମୀ ରବି ଋତୁ ପାଇଁ ଚିଠା ପ୍ରସ୍ତୃତି ହୋଇଯାଇଥିବା ଜଣାପଡିଛି । କଳାହାଣ୍ଡି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମ୍ମୀଳନୀ କକ୍ଷରେ ଅନୁଷ୍ଠିତ ହୋଇଥିବା ଏହି ଚିଠା ପ୍ରସ୍ତୃତି ବୈଠକରେ ଜିଲ୍ଲା କୃଷି ଉପନିର୍ଦ୍ଦେଶକଙ୍କ ଆହ୍ୱାନରେ ଇନ୍ଦ୍ରାବତୀ ଜଳସେଚନ, କ୍ଷୁଦ୍ର ଜଳସେଚନ, ଉଠାଜଳସେଚନ ଆଦି ବିଭାଗ ସମେତ ସମସ୍ତ ବିଭାଗୀୟ ପଦାଧିକାରୀ ମାନେ ଯୋଗ ଦେଇଥିଲେ । କଳାହାଣ୍ଡି ଜିଲ୍ଲାରେ କୃଷି କ୍ଷେତ୍ରରେ ନିର୍ଣ୍ଣାୟକ ଭୂମିକା ନେଉଥିବା ଇନ୍ଦ୍ରାବତୀ ଯୋଜନା ର ଦକ୍ଷିଣ ଓ ବାମ କେନାଲ ଦ୍ୱୟର ମୋଟ ୮୬୫୦୪.୧୩୭ ହେକ୍ଟର ଆୟାକଟ ଏରିଆ ମଧ୍ୟରୁ ୫୨୬୧୩.୦୮୬ ହେକ୍ଟର ଚାଷ ଜମିରେ ଆଗାମୀ ରବି ଋତୁରେ ଜଳସେଚନ ବ୍ୟବସ୍ଥା କରାଯିବ ବୋଲି ନିଷ୍ପତି ଗ୍ରହଣ କରାଯାଇଥିଲା । ଇନ୍ଦ୍ରାବତୀ ଜଳସେଚନ ବ୍ୟବସ୍ଥା ମଧ୍ୟରେ ଧର୍ମଗଡ ଉପଖଣ୍ଡର ୬ ଗୋଟି ବ୍ଲକ ମଧ୍ୟରୁ ଗୋଲାମୁଣ୍ଡା ବ୍ଲକକୁ ବାଦ ଦିଆଯାଇ ଧର୍ମଗଡ, କୋକସରା, ଜୟପାଟଣା, କଲମପୁର, ଜୁନାଗଡ ବ୍ଲକ ଅଂଚଳର ମୋଟ ୩୧୯ ଖଣ୍ଡ ଗ୍ରାମର ୫୨୬୧୩.୦୮୬ ହେକ୍ଟର ଚାଷ ଜମିରେ ଜଳ ସେଚନ କରାଯାଇପାରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଜୁନାଗଡ ନିର୍ବାଚନ ମଣ୍ଡଳୀର ଜୁନାଗଡ ବ୍ଲକ ଓ ଏନଏସି ଅଂଚଳରେ ୧୬୭ ଟି ଗ୍ରାମର ୨୦୨୮୦. ୮୨୬ ହେକ୍ଟର ଚାଷ ଜମି, ଧର୍ମଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜୟପାଟଣା ବ୍ଲକର ଦୁଇ ଗୋଟି ଗ୍ରାମ ପଂଚାୟତ ସମେତ ଧର୍ମଗଡ, କୋକସରା, କଲମପୁର ମଧ୍ୟରେ ୧୪୯୪୨.୦୪୨ ହେକ୍ଟର ଚାଷ ଜମିରେ ଜଳସେଚନ କରାଯିବାର ବ୍ୟବସ୍ଥା ହୋଇଛି । ସେହିପରି ସର୍ବନିମ୍ନ ଲାଂଜିଗଡ ନିର୍ବାଚନ ମଣ୍ଡଳୀର ୭୮ ଟି ଗ୍ରାମରେ ହିଁ ଜଳସେଚନ କରାଯାଇପାରିବ ବୋଲି ୧୭୩୯୦.୨୧୮ ହେକ୍ଟର ଚାଷ ଜମିରେ ଜଳସେଚନ ଲକ୍ଷ୍ୟ ରଖାଯାଇଛି । ସେହିପରି ଇନ୍ଦ୍ରାବତୀ ବାମ ମୂଖ୍ୟ କେନାଲ ଆୟାକଟ ଅଂଚଳ ମଧ୍ୟରେ ୧୬୫ ଖଣ୍ଡ ଗ୍ରାମର ୩୪୮୨୯.୫୪୮ ହେକ୍ଟର ଜମିରେ ଜଳସେଚନ ଲକ୍ଷ୍ୟ ରଖାଯାଇଥିବା ବେଳେ ଦୀର୍ଘ ତିନି ବର୍ଷ ହେବ ବିବାଦୀୟ ସ୍ଥିତିରେ ଥିବା ଦକ୍ଷିଣ ମୂଖ୍ୟ କେନାଲ ର ୧୨୪ ଖଣ୍ଡ ଗ୍ରାମର ୨୦୦୬୩. ୦୪୦ ହେକ୍ଟର ଚାଷ ଜମିରେ ଜଳସେଚନ ବ୍ୟବସ୍ଥା ରଖାଯାଇଛି । ଇନ୍ଦ୍ରାବତୀ ଜଳଭଣ୍ଡାର ମଧ୍ୟରେ ଚଳିତ ବର୍ଷ ଭରପୁର ଭାବେ ୬୪୦.୪୪ ମିଟର ଜଳସଂରକ୍ଷଣ ରହିଥିବା ବେଳେ ଆଗାମୀ ରବି ଋତୁରେ ନିର୍ଦ୍ଧାରିତ ଚାଷ ଜମିରେ ସଠିକ ଭାବେ ଜଳସେଚନ କରାଯାଇପାରିବ ବୋଲି ବିଭାଗ ପକ୍ଷରୁ କୁହାଯାଉଛି । ଆଗାମୀ ଜାନୁଆରୀ ୧ ତାରିଖରୁ ରବି ଋତୁପାଇଁ ଜଳସେଚନ ଆରମ୍ଭ ହେବ ବୋଲି ବିଭାଗୀୟ ପଦାଧିକାରୀ ମାନଙ୍କ ସୂତ୍ରରୁ ପ୍ରକାଶ । ଅନ୍ୟପକ୍ଷରେ ମାଇନର, ସବମାଇନର ତଥା ଶାଖା କେନାଲ ଗୁଡିକ ମରାମତି ଅଭାବରୁ ଏବଂ ପଙ୍କ ମାଟି, ବାଲି ଜମିଯାଇ ପୋତି ହୋଇପଡିଥିବା ହେତୁ କେନାଲ ପାଣି ପ୍ରବାହରେ ବାଧା ସୃଷ୍ଟି ହେଉଥିବା ଚାଷି ମହଲରେ ଅଭିଯୋଗ ହେଉଛି । ଅନ୍ୟ ପକ୍ଷରେ ବିଭାଗୀୟ ଉଦାସୀନତା ଯୋଗୁଁ ଅନେକ ସବମାଇନର କେନାଲ ଗୁଡିକର ତଲମୁଣ୍ଡରେ ଥିବା ଚାଷ ଜମି ମାନଙ୍କରେ ଆବଶ୍ୟକ ସ୍ଥଳେ ପାଣି ମିଳୁନଥିବା ବେଳେ ଅନାବଶ୍ୟକ ସ୍ଥଳେ ପ୍ରଚୁର ପାଣି ପ୍ରବାହିତ ହେଉଥିବା ଯୋଗୁଁ ଚାଷ କ୍ଷତି ହେଉଥିବା କେନାଲ ପାଣି ପରିଚାଳନାରେ ଅବହେଲା କରାଯାଉଥିବା ସ୍ପଷ୍ଟ ପ୍ରମାଣିତ କରୁଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking