39.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶରାବଣଙ୍କର କରାଯାଇନଥିଲା ଅନ୍ତିମ ସଂସ୍କାର, ଏହି ଗୁମ୍ଫାରେ ରହିଛି ଦଶାନନଙ୍କ ଶବ, ଜାଣନ୍ତୁ କ’ଣ ରହିଛି...

ରାବଣଙ୍କର କରାଯାଇନଥିଲା ଅନ୍ତିମ ସଂସ୍କାର, ଏହି ଗୁମ୍ଫାରେ ରହିଛି ଦଶାନନଙ୍କ ଶବ, ଜାଣନ୍ତୁ କ’ଣ ରହିଛି ରହସ୍ୟ

ନୂଆଦିଲ୍ଲୀ : ଦଶହରା, ଅଧର୍ମ ଉପରେ ଧର୍ମର ବିଜୟ ଉତ୍ସବ। ଭଗବାନ ଶ୍ରୀରାମ ଏହି ଦିନ ଅହଙ୍କାରୀ ଲଙ୍କାପତି ରାବଣଙ୍କୁ ବଧ କରିଥିଲେ। ହିନ୍ଦୁ ଧର୍ମରେ ଦଶହରା ଅର୍ଥାତ ବିଜୟା ଦଶମୀର ବିଶେଷ ମହତ୍ୱ ରହୁଛି। ଏହି ଦିନ ବିଭିନ୍ନ ସ୍ଥାନରେ ରାବଣ ପୋଡ଼ି ଅନୁଷ୍ଠିତ ହୋଇଥାଏ। ଏହି ଅବସରରେ ଆଜି ଆମେ ଆପଣଙ୍କୁ ରାମାୟଣ ସହ ଜଡ଼ିତ କିଛି ରହସ୍ୟ ଘଟଣା ବାବଦରେ ଜଣାଇବୁ। ଯାହା ସମସ୍ତଙ୍କୁ ଜାଣିବା ପାଇଁ ଇଚ୍ଛା ରହିଥାଏ।

କୁହାଯାଏ ଯେ ଶ୍ରୀଲଙ୍କାରେ ରାମାୟଣ ଓ ଭଗବାନ ରାମଙ୍କ ସହ ଜଡ଼ିତ ଅନେକ ଚିହ୍ନ ଓ ପ୍ରମାଣ  ଆଜି ମଧ୍ୟ ରହିଛି। ଏହି ବିଷୟରେ ଜାଣିବା ପାଇଁ ପ୍ରାୟ ସମସ୍ତଙ୍କୁ ଇଚ୍ଛା ହୋଇଥାଏ। ନବରାତ୍ରୀ ସରିବା ପରେ ଦଶମୀ ତିଥିରେ ଦଶହରା ମନାଯାଇଥାଏ। ଯାହାକୁ ବିଜୟା ଦଶମୀ କୁହାଯାଏ। ଧାର୍ମିକ ମାନ୍ୟତା ଅନୁସାରେ ଦଶମୀ ଦିନ ହିଁ ଭଗବାନ ଶ୍ରୀରାମ ରାବଣଙ୍କୁ ବଧ କରିଥିଲେ।

ଏକ ରିସର୍ଚ୍ଚ ଅନୁସାରେ, ଶ୍ରୀଲଙ୍କାର ପ୍ରାୟ ୫୦ ଟି ସ୍ଥାନ ଏମିତି ରହିଛି, ଯାହା ରାମାୟଣ ସହ ସମ୍ପର୍କ ରହିଛି। ଏହି ରିସର୍ଚ୍ଚରେ କୁହାଯାଇଛି, ଶ୍ରୀଲଙ୍କାର ଏକ ପାହାଡ଼ୀ ଗୁମ୍ଫାରେ ବର୍ତ୍ତମାନ ଯାଏ ମଧ୍ୟ ରାବଣଙ୍କ ଶବ ସୁରକ୍ଷିତ ରହିଛି। ଏହି ଗୁମ୍ଫା ଶ୍ରୀଲଙ୍କା ରୈଗଲା ସ୍ଥିତ ଏକ ଘନ ଜଙ୍ଗଲରେ ରହିଛି। ବିଶ୍ୱାସ କରାଯାଏ ଯେ ଭଗବାନ ଶ୍ରୀରାମ ରାବଣଙ୍କୁ ୧୦ ହଜାର ବର୍ଷ ପୂର୍ବେ ବଧ କରିଥିଲେ।

କୁହାଯାଏ ଯେ ରୈଗଲା ଜଙ୍ଗଲରେ ୮ ହଜାର ଫୁଟ୍‌ ଉଚ୍ଚତାରେ ଥିବା ଏକ ଗୁମ୍ଫାରେ ରାବଣଙ୍କ ମୃତ ଦେହ ରଖାଯାଇଛି। ରାବଣଙ୍କ ଶବକୁ ଏକ କଫିନ୍‌ରେ ରଖାଯାଇଛି। ତେବେ ରାବଣଙ୍କ ଶରୀରରେ ଏକ ସ୍ୱତନ୍ତ୍ର ଆବରଣ କରାଯାଇଛି, ଯାହା ହଜାର ହଜାର ବର୍ଷ ଯାଏ ମୃତ ଶରୀରକୁ ସେମିତି ତାଜା କରି ରଖିପାରିବ।

ଶ୍ରୀଲଙ୍କାର ଇଣ୍ଟରନ୍ୟାସନାଲ ରାମାୟଣ ରିସର୍ଚ୍ଚ ସେଣ୍ଟର ଏ ନେଇ ଗବେଷଣା କରିଛି। ଏହି ଗବେଷଣା ଅନୁସାରେ, ଯେଉଁ କଫିନ୍‌ରେ ରାବଣଙ୍କ ଶବ ରଖାଯାଇଛି, ଏହା ୧୮ ଫୁଟ୍‌ ଲମ୍ୱ ଓ ୫ ଫୁଟ ପ୍ରସ୍ଥ। ଏହା ମଧ୍ୟ କୁହାଯାଏ ଯେ ଏହି କଫିନ ତଳେ ରାବଣଙ୍କ ମୂଲ୍ୟବାନ ଧନ ରହିଛି। ଯାହାର ସୁରକ୍ଷା ଦେଉଛି ଭୟଙ୍କର ନାଗ ଓ କିଛି ହିଂସ୍ର ପଶୁ।

ମାନ୍ୟତା ରହିଛି ଯେ ଭଗବାନ ଶ୍ରୀରାମ ରାବଣଙ୍କୁ ବଧ କରିବା ପରେ ତାଙ୍କର ଶବକୁ ଅନ୍ତିମସଂସ୍କାର ପାଇଁ ବିଭୀଷଣଙ୍କୁ ହସ୍ତାନ୍ତର କରାଯାଇଥିଲା। ହେଲେ ବିଭୀଷଣ ରାଜ ସିଂହାସନ ହାତେଇବା ବ୍ୟସ୍ତତା ଭିତରେ ରାବଣଙ୍କ ଅନ୍ତିନ ସଂସ୍କାର କରିପାରିନଥିଲେ ଏବଂ ଶବକୁ ସେମିତି ହିଁ ରଖିଦେଇଥିଲେ।

ଇଣ୍ଟରନ୍ୟାସନାଲ ରାମାୟଣ ରିସର୍ଚ୍ଚ ସେଣ୍ଟର ଦ୍ୱାରା କରାଯାଇଥିବା ରିସର୍ଚ୍ଚରେ ଦାବି କରାଯାଇଛି ଯେ, ଏହା ମଧ୍ୟ ଜଣା ପଡ଼ିଛି ଯେ ରାବଣଙ୍କ ଅଶୋକ ଭାଟିକା କେଉଁଠାରେ ଥିଲା ଓ ତାଙ୍କର ପୁଷ୍ପକ ବିମାନ କେଉଁଠାରେ ଅବତରଣ କରିଥିଲା। ଏହା ବ୍ୟତୀତ ଭଗବାନ ହନୁମାନଙ୍କ ପାଦ ଚିହ୍ନ ମିଳିଥିବା ରିସର୍ଚ୍ଚରେ ଦାବି କରାଯାଇଛି। ହେଲେ ଏହି ସବୁକୁ ବର୍ତ୍ତମାନ ଯାଏ ପ୍ରମାଣ କରାଯାଇ ପାରିନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking