34.1 C
Bhubaneswar
Friday, March 29, 2024
Homeଓଡିଶାପୁଣି ପ୍ରଶ୍ନପତ୍ର ଲିକ

ପୁଣି ପ୍ରଶ୍ନପତ୍ର ଲିକ

ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟ ଯୁକ୍ତ ତିନି ପ୍ରଶ୍ନପତ୍ର ଲିକ୍ ଘଟଣାର କ୍ରାଇମ ବ୍ରାଞ୍ଚ ତଦନ୍ତ ପାଇଁ ଉଚ୍ଚ ଶିକ୍ଷା ବିଭାଗକୁ ଆବେଦନ କରାଯିବ । ପୁଣି ସମ୍ବଲପୁର ବିଶ୍ୱବିଦ୍ୟାଳରେ ଆଜିର ପରୀକ୍ଷା ପ୍ରଶପତ୍ର ଲିକ ହୋଇଥିବା ସନ୍ଦେହ କରାଯାଇଛି । +୩ ତୃତୀୟ ସେମିଷ୍ଟର ପରୀକ୍ଷା ଚାଲିଛି । ତେବେ ଆଜିର ଗଣିତ ( ସମ୍ମାନ) ପ୍ରଶ୍ନପତ୍ର ଲିକ ହୋଇଛି । ବିଭିନ୍ନ କଲେଜକୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଆଜି ଦିନ ୧୧ଟାରୁ ୧୨ଟା ୩୦ ମଧ୍ୟରେ ଇମେଲରେ ପ୍ରଶ୍ନ ପଠାଯିବ । ପ୍ରଶ୍ନପତ୍ର ଡାଉନଲୋଡ କରି ପରୀକ୍ଷା କରିବାକୁ ନିର୍ଦ୍ଦେଶ ହୋଇଛି । ଅନ୍ୟ ପରୀକ୍ଷା ପାଇଁ କଲେଜକୁ ପ୍ରଶ୍ନପତ୍ର ପଠାଯିବ ବୋଲି ଜଣାଯାଇଛି । ପ୍ରଶ୍ନପତ୍ର ଲିକ୍ କିଏ ଏବଂ କିଭଳି କରିଛି ଏହାକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ପଷ୍ଟ କରି ନାହାନ୍ତି । ନାମ ଲେଖା ବାବଦରେ ବିଦ୍ୟାର୍ଥୀଙ୍କ ଠାରୁ ମୋଟା ଅଙ୍କର ଫି ନେଉଥିବା ଆବାସିକ କଲେଜଗୁଡ଼ିକ ହିଁ ପ୍ରଶ୍ନପତ୍ର ଲିକରେ ସଂପୃକ୍ତ ଥିବା ଆଶଙ୍କା କରାଯାଉଛି ।
https://onakhabar.com/2020/02/15/cbse-exam-starts-from-today/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking