31.1 C
Bhubaneswar
Friday, March 29, 2024
Homeଓଡିଶାସଂଗରୋଧ ଗୃହରେ ଟିକଟକ୍ ଭିଡିଓ ଭାଇରାଲ୍

ସଂଗରୋଧ ଗୃହରେ ଟିକଟକ୍ ଭିଡିଓ ଭାଇରାଲ୍

ଭଦ୍ରକ : ସଂଗରୋଧ ଗୃହରେ ବିଶୃଙ୍ଖଳା ସୃଷ୍ଟି କରିବା ସହ ଟିକଟକ୍ ଭିଡିଓ ଘଟଣା ନୂଆ ମୋଡ଼ ନେଇଛି। ଆଜି ଏହି ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରି ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍ ଅନ୍ତର୍ଗତ ଭାଟପଡ଼ା ପଞ୍ଚାୟତର ମହିଳା ସରପଞ୍ଚ ଥାନାରେ ଏତଲା ଦେଇଛନ୍ତି। ତିହିଡ଼ି ଥାନା ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।
ସୂଚନା ଅନୁଯାୟୀ, ଗତ ଏପ୍ରିଲ ୨୩ ତାରିଖରେ ତିହିଡ଼ିରୁ ଦୁଇଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଉକ୍ତ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ପ୍ରଶାସନ ପକ୍ଷରୁ ସ୍ଥାନୀୟ ସିଆରଏସ୍ ହାଇସ୍କୁଲରେ ତିଆରି ହୋଇଥିବା ସଂଗରୋଧ ଗୃହରେ ରଖାଯାଇଥିଲା। ହେଲେ ସେଠାରେ ରହୁଥିବା କିଛି ଲୋକ ସାମାଜିକ ଦୂରତ୍ବ ବଜାୟ ନ ରଖି ବିଶୃଙ୍ଖଳା ସୃଷ୍ଟି କରିବା ସହ ଟିକଟକ୍ ଭିଡିଓ ପ୍ରସ୍ତୁତ କରିଥିଲେ। ସେହି ଭିଡିଓକୁ ବି ଭାଇରାଲ୍ କରିଥିଲେ ସେମାନେ। ଏଥିରେ ଅସନ୍ତୋଷ ପ୍ରକାଶ କରି ତିହିଡ଼ି ବ୍ଲକ୍ ଅନ୍ତର୍ଗତ ଭାଟପଡ଼ା ପଞ୍ଚାୟତର ସରପଞ୍ଚ ସ୍ବର୍ଣ୍ଣମୟୀ ଜେନା ତିହିଡ଼ି ଥାନାରେ ଏତଲା ଦେଇଛନ୍ତି। ତିହିଡ଼ି ଥାନା ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିବାର ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking