40.1 C
Bhubaneswar
Thursday, April 25, 2024
Homeଓଡିଶାକ୍ୱାରେନଟାଇନ ସେଂଟର ବୃଦ୍ଧି କରାଯିବ : ଜିଲ୍ଲାପାଳ

କ୍ୱାରେନଟାଇନ ସେଂଟର ବୃଦ୍ଧି କରାଯିବ : ଜିଲ୍ଲାପାଳ

ଯାଜପୁର: ଯାଜପୁର ଜିଲ୍ଲାରେ ଅଦ୍ୟାବଧି ୧୯ ଜଣ କରୋନା ପଜେଟିଭ ଚିହ୍ନଟ ହୋଇଥିବା ବେଳେ ଜଣେ ସୁସ୍ଥ ହୋଇ ଫେରିଛନ୍ତି । ବର୍ତମାନ ଜଣେ କଟକ ଅଶ୍ୱିନୀ ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ୧୭ ଜଣ କଳିଙ୍ଗ ନଗରସ୍ଥିତ କୋଭିଡ ହସପିଟାଲରେ ଚିକିତ୍ସାଧିନ ଅଛନ୍ତି । ତେବେ ସୁସ୍ଥ ହୋଇଥିବା ଜଣକ ଦିଲ୍ଲୀ ନିଜାମୁିଦିନ ଲିଙ୍କ ରହିଥିବା ବେଳେ ଅନ୍ୟ ୧୮ଜଣଙ୍କର ପଶ୍ୱିମବଙ୍ଗ ଲିଙ୍କ ରହିଥିବା ଜଣାପଡିଛି । ଏହାକୁ ନେଇ  ପଶ୍ଚିମବଙ୍ଗ ଫେରନ୍ତାଙ୍କ ଉପରେ ପ୍ରଶାସନ ପକ୍ଷରୁ ଅଧିକ ନଜର ରଖାଯାଇଛି । ଆଜିସୁଦ୍ଧା ୧୨ଶହରୁ ଉର୍ଦ୍ଧ ପଶ୍ୱିମବଙ୍ଗ ଫେରନ୍ତାଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକଙ୍କ ନମୁନା ପରିକ୍ଷା କରାଯାଇଛି । ଚିହ୍ନଟ ପ୍ରକ୍ରିୟାରୁ ବାଦ ପଡିଥିବା ପଶ୍ୱିମବଙ୍ଗ ଫେରନ୍ତାଙ୍କୁ ଠାବ କରିବାକୁ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେହିପରି ବାହାର ରାଜ୍ୟରୁ ଜିଲ୍ଲାକୁ ଆସିବା ଲାଗି ବର୍ତମାନ ସୁଦ୍ଧା ୩୨ ହଜାରରୁ ଉର୍ଦ୍ଧ ପଞ୍ଜିକରଣ କରିଛନ୍ତି । ଏହି ସଂଖ୍ୟା  ପାଖାପାଖି ୫୦ ହଜାର ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଆକଳନ କରାଯାଇଛି । ବାହାର ରାଜ୍ୟରୁ ଫେରିବା ପରେ ଏମାନଙ୍କୁ କ୍ୱାରେନଟାଇନରେ ରଖିବା ଲାଗି ଜିଲ୍ଲାରେ ୪୩୬ଟି କ୍ୱାରେନଟାଇନ ସେଂଟର ଖୋଲାଯାଇଛି । ଆଗକୁ ଏମାନଙ୍କ ଲାଗି କ୍ୱାରେନଟାଇନ ସେଂଟରକୁ ଆହୁରି ବୃଦ୍ଧି କରାଯିବାର ବ୍ୟବସ୍ଥା କରାଯାଉଛି ବୋଲି ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି ।

 ଅମାନିଆ ଙ୍କୁ ଜୋରିମାନା 


ଯାଜପୁର ରୋଡ ପୋଲିସ ପକ୍ଷ ରୁ ଅମାନିଆ ମୋଟର ସାଇକେଲ ଚାଳକ  ଙ୍କୁ ସାଵାଡ଼ କରିବା ପାଇଁ ଫାଇନ ଆଦାୟ କରାଯାଇଛି !ଆଜି ସକାଳେ ଯାଜପୁର ରୋଡ ପୋଲିସ ପକ୍ଷ ରୁ ନହକା ଛକ ଠାରେ  ରେ  ହେଲମେଟ ଓ  ମାସ୍କ ଲଗାଇ ନ ଥିବା ବ୍ୟକ୍ତି ମାନଂକୁ କଡାକଡି ଭାବେ ଚେକିଙ୍ଗ କରାଯାଇ ଥିଲା !ସେଥି ମଧ୍ୟ୍ 42 ଟି  ମୋଟର ସାଇକେଲ କୁ ସିଜ ସହ 61 ହଜାର ଜୋରିମାନା ଆଦାୟ କରାଯାଇଥିଲା ଓ ବିନା ମାସ୍କ ପିନ୍ଧିଥିବା   ଲୋକଙ୍କ ଠାରୁ 1200 ଟଙ୍କା ଆଦାୟ କରାଯାଇଥିଲା, ପୋଲିସ ପକ୍ଷ ରୁ ସୂଚନା ଦିଆଯାଇଛି  ଆଇନ ଭଙ୍ଗ କରୁ ଥିବା ବ୍ୟକ୍ତି ବିଶେଷ ଙ୍କ ପାଇଁ ଆହୁରି କଡାକଡି କରାଯିବ  !
 
ରିପୋର୍ଟ ଅଭିମନ୍ୟୁ ମିଶ୍ର

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking