40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶକାତାର ଏୟାରୱେଜ୍ ବିଶ୍ୱର ଶ୍ରେଷ୍ଠ ଏୟାରଲାଇନ୍ସ

କାତାର ଏୟାରୱେଜ୍ ବିଶ୍ୱର ଶ୍ରେଷ୍ଠ ଏୟାରଲାଇନ୍ସ

ଲଣ୍ଡନ: ବେସାମରିକ ବିମାନ ଚଳାଚଳ ପ୍ରସଙ୍ଗରେ କାତାର ଏୟାରୱେଜ୍ ବିଶ୍ୱର ସର୍ବଶ୍ରେଷ୍ଠ ଏୟାରଲାଇନ୍ସଭାବେ ମାନ୍ୟତାଲାଭ କରିଛି । କରୋନା ମହାମାରୀ ସମୟରେ ଏହି ଏୟାରଲାଇନ୍ସ ଯାତ୍ରୀଙ୍କୁ ଯେପରି ସୁବିଧା ସୁଯୋଗ ପ୍ରଦାନ କରିଛି, ତାହା ବାସ୍ତବିକ୍ ପ୍ରଶଂସନୀୟ ବୋଲି ସର୍ଭେ କରିଥିବା ସଂସ୍ଥା ଏୟାରଲାଇନରେଟିଂ ଡଟ୍ କମ୍ ପକ୍ଷରୁ କୁହାଯାଇଛି । ଯାତ୍ରୀଙ୍କ ସୁରକ୍ଷା ଓ ଯାତ୍ରାକାଳୀନ ସୁବିଧାକୁ ଆଧାର କରି ଯେଉଁ ଏୟାରଲାଇନ୍ସ ୭ ଷ୍ଟାର ହାସଲ କରିଥାଏ, କେବଳ ସେହ ଏୟାରଲାଇନକୁ ଶ୍ରେଷ୍ଠ ୨୦ ମଧ୍ୟରେ ସ୍ଥାନିତ କରାଯାଇଥାଏ । ଶ୍ରେଷ୍ଠ ୨୦ ତାଲିକା ଅନୁଯାୟୀ କାତାର ଏୟାରେଓଔ୍‌ବଜ୍ ପଛକୁ ଏୟାର ନ୍ୟୁଜିଲାଣ୍ଡ, ସିଙ୍ଗାପୁର ଏୟାରଲାଇନ୍ସ, କ୍ୱାଣ୍ଟାସ, ଏମିରେଟ୍‌ସ, କ୍ୟାଥେ ପ୍ୟାସିଫିକ୍‌, ଭର୍ଜିନ ଆଟଲାଣ୍ଟିକ, ୟୁନାଇଟେଡ ଏୟାରଲାଇନ୍‌ସ, ଇଭା ଏୟାର, ବ୍ରିଟିଶ ଏୟାରୱେଜ୍‌, ଲୁଫ୍‌ଥାନ୍‌ସା, ଏଏନ୍‌ଏ, ଫିନ୍ ଏୟାର, ଜାପାନ ଏୟାରଲାଇନ୍ସ, କେଏଲଏମ, ହାୱାଇଆନ୍ ଏୟାରଲାଇନ୍ସ, ଆଲାସ୍କା ଏୟାରଲାଇନ୍ସ, ଭର୍ଜିନ ଅଷ୍ଟ୍ରେଲିଆ, ଡେଲଟା ଏୟାରଲାଇନ୍ସ ଓ ଏତିହାଦ୍ ଏୟାରୱେଜ୍ ଯଥାକ୍ରମେ ଦୁଇରୁ କୋଡିଏ ସ୍ଥାନରେ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking