27.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଏୟାରବସ୍ କମ୍ପାନୀ ବିରୋଧରେ ମାମଲା: ୧୦୦ କୋଟି ଡଲାର ଦାବିକଲା କାତାର ଏୟାରୱେଜ୍‌

ଏୟାରବସ୍ କମ୍ପାନୀ ବିରୋଧରେ ମାମଲା: ୧୦୦ କୋଟି ଡଲାର ଦାବିକଲା କାତାର ଏୟାରୱେଜ୍‌

ଦୋହା : ୟୁରୋପର ବୃହତ୍ତମ ବିମାନ ନିର୍ମାଣକାରୀ କମ୍ପାନୀ ଏୟାରବସ୍ କର୍ତ୍ତୃପକ୍ଷଙ୍କ ବିରୋଧରେ କାତାର ଏୟାରୱେଜ୍ ପକ୍ଷରୁ ୧୦୦ କୋଟି ଡଲାର ଦାବିକରି ଏକ କ୍ଷତିପୂରଣ ମାମଲା ରୁଜୁ କରାଯାଇଛି । ସୂଚନାଯୋଗ୍ୟ ଏୟାରବସ୍ ପକ୍ଷରୁ ଯୋଗାଇ ଦିଆଯାଇଥିବା ଏକାଧିକ ବିମାନର ରଙ୍ଗ ଛାଡି ବିକୃତ ହୋଇଥିବାରୁ ଏହା ଉଡାଣ ଉପଯୋଗୀ ହୋଇପାରୁନାହିଁ । କାତାର ଏୟାରୱେଜ୍ କର୍ତ୍ତୃପକ୍ଷ ବାଧ୍ୟ ହୋଇ ୨୩ଟି ବିମାନର ଉଡାଣକୁ ବାତିଲ କରିଛନ୍ତି । ମାମଲା ବର୍ତ୍ତମାନ ବ୍ରିଟେନର ଏକ ଅଦାଲତରେ ବିଚାରାଧୀନ ରହିଛି । ତେବେ ଆପୋଷ ଆଲୋଚନା ପରେ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ଏୟାରବସ୍ କମ୍ପାନୀର ସିଇଓ ଗୁଇଲାମ୍ ଫଉରି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking