30.1 C
Bhubaneswar
Wednesday, April 24, 2024
Homeଖେଳଚିୟୁଙ୍ଗଙ୍କୁ ହରାଇ ପ୍ରି-କ୍ୱାର୍ଟର ଫାଇନାଲରେ ସିନ୍ଧୁ

ଚିୟୁଙ୍ଗଙ୍କୁ ହରାଇ ପ୍ରି-କ୍ୱାର୍ଟର ଫାଇନାଲରେ ସିନ୍ଧୁ

ନୂଆଦିଲ୍ଲୀ : ଆଜି ହେଉଛି ଟୋକିଓ ଅଲିମ୍ପିକ-୨୦୨୦ର ଷଷ୍ଠ ଦିବସ । ଆଜି ଭାରତୀୟ ବ୍ୟାଡମିଣ୍ଟନ ତାରକା ପି.ଭି. ସିନ୍ଧୁ ଦେଶ ପାଇଁ ଖୁସି ଖବର ଆଣିଛନ୍ତି । ସେ ହଂକଂର ଚିୟୁଙ୍ଗ ନଗନ ୟିଙ୍କୁ ୨୧-୯, ୨୧-୧୬ ସେଟରେ ପରାସ୍ତ କରିଛନ୍ତି । ଚଳିତ ଅଲିମ୍ପିକରେ ସିନ୍ଧୁଙ୍କର ଏହା ହେଉଛି ଦ୍ୱିତୀୟ ବିଜୟ । ଆଜିର ବିଜୟ ପରେ ସିନ୍ଧୁ ଗ୍ରୁପରେ ଟପରେ ପହଞ୍ଚିଛନ୍ତି । ପୂରା ମ୍ୟାଚରେ ସିନ୍ଧୁ ପ୍ରତିପକ୍ଷ ଚିୟୁଙ୍ଗ ଉପରେ ଆଧିପତ୍ୟ ବିସ୍ତାର କରି ମ୍ୟାଚକୁ ସହଜରେ ଜିତିନେଇଥିଲେ । ତେବେ ଏହି ବିଜୟ ସହ ସିନ୍ଧୁ ଅନ୍ତିମ ୧୬ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି । ତେବେ ସିନ୍ଧୁ ପରବର୍ତ୍ତୀ ମ୍ୟାଚରେ ଡେନମାର୍କର ମିଆ ବ୍ଲିଞ୍ଚଫେଲ୍ଡଟଙ୍କୁ ଭେଟିବାର ସମ୍ଭାବନା ରହିଛି । ପୂର୍ବରୁ ସିନ୍ଧୁ ଗ୍ରୁପ-ଜେରେ ନିଜର ପ୍ରଥମ ମ୍ୟାଚରେ ସେ ଇସ୍ରାଏଲର ସେନିୟା ପୋଲିକାରପୋବାଙ୍କୁ ସହଜରେ ୨୧-୭, ୨୧-୧୦ ସେଟରେ ପରାସ୍ତ କରିଥିଲେ । ଉକ୍ତ ମ୍ୟାଚରେ ୨୯ ମିନିଟର ମହିଳା ସିଙ୍ଗଲ୍ସ ମୁକାବିଲାକୁ ସିନ୍ଧୁ ନିଜ ନାମରେ କରିପାରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking