27.1 C
Bhubaneswar
Friday, March 29, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧଫିନ୍‌ଲାଣ୍ଡକୁ ପୁଟିନ୍‌ଙ୍କ ଚେତାବନୀ, ମହଙ୍ଗା ପଡ଼ିପାରେ ନାଟୋରେ ସାମିଲ ହେବା

ଫିନ୍‌ଲାଣ୍ଡକୁ ପୁଟିନ୍‌ଙ୍କ ଚେତାବନୀ, ମହଙ୍ଗା ପଡ଼ିପାରେ ନାଟୋରେ ସାମିଲ ହେବା

ବ୍ୟୁରୋ : ଫିନ୍‌ଲାଣ୍ଡକୁ ପୁଟିନ୍‌ଙ୍କ ଚେତାବନୀ। ନାଟୋରେ ସାମିଲ ହେବା ଫିନ୍‌ଲାଣ୍ଡ ପାଇଁ ଭୁଲ ସାବ୍ୟସ୍ତ ହୋଇପାରେ। ନାଟୋର ସଦସ୍ୟତା ପାଇଁ ଆବେଦନ ପୂର୍ବରୁ ଫିନ୍‌ଲାଣ୍ଡ ରାଷ୍ଟ୍ରପତି ସାଉଲି ନିନିସ୍ତୋଙ୍କ ସହ କଥା ହୋଇଛନ୍ତି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌। ଫୋନ୍‌ରେ କଥାବାର୍ତ୍ତା ବେଳେ ଫିନ୍‌ଲାଣ୍ଡ ରାଷ୍ଟ୍ରପତିଙ୍କୁ ନିର୍ଦ୍ଦିଷ୍ଟ ଭାବେ କିଛି ଧମକ ଦେଇ ନାହାନ୍ତି ପୁଟିନ୍‌। କିନ୍ତୁ ନିରପେକ୍ଷତାକୁ ଛାଡ଼ି ନାଟୋରେ ସାମିଲ ହେବା ଭୁଲ ହୋଇପାରେ ବୋଲି ଚେତାଇ ଦେଇଛନ୍ତି। ନାଟୋରେ ସାମିଲ ହେଲେ ରୁଷ୍‌-ଫିନ୍‌ଲାଣ୍ଡ ସମ୍ପର୍କ ଉପରେ ନକାରାତ୍ମକ ପ୍ରଭାବ ପଡ଼ିପାରେ। ଅନ୍ୟପଟେ ଫିନ୍‌ଲାଣ୍ଡର ସୁରକ୍ଷା ପ୍ରତି କୌଣସି ବିପଦ ନାହିଁ ବୋଲି ନିନିସ୍ତୋଙ୍କୁ କହିଛନ୍ତି ପୁଟିନ୍‌। ତେବେ ଫିନ୍‌ଲାଣ୍ଡ ସୁରକ୍ଷା ପ୍ରସଙ୍ଗରେ କହିବା ବେଳେ ୟୁକ୍ରେନ୍‌ ଆକ୍ରମଣ ସମ୍ପର୍କରେ ପୁଟିନ୍‌ଙ୍କୁ ନିନିସ୍ତୋ କହିଥିଲେ।

ନାଟୋରେ ସାମିଲ ହେବା ପ୍ରସଙ୍ଗରେ ପୂର୍ବରୁ ଅନେକ ଥର ଫିନ୍‌ଲାଣ୍ଡକୁ ଧମକ ଦେଇ ସାରିଛି ରୁଷ୍‌। ନିକଟରେ ଫିନ୍‌ଲାଣ୍ଡକୁ ବିଜୁଳି ଯୋଗାଣ କାଟି ଦେଇଛି ରୁଷ୍‌। ଫିନ୍‌ଲାଣ୍ଡ ଓ ରୁଷ୍‌ ମଧ୍ୟରେ ୧୩୦୦ କିଲୋମିଟରର ସୀମା। ନାଟୋରେ ଫିନ୍‌ଲାଣ୍ଡ ସାମିଲ ହେଲେ ତାହା ରୁଷ୍‌ ପାଇଁ ବିପଦ ହେବ ବୋଲି ମସ୍କୋ କହି ଆସୁଛି। ତେବେ ରୁଷ୍‌ର ବାରମ୍ବାର ଧମକ ସତ୍ତ୍ୱେ ନାଟୋରେ ସାମିଲ ହେବାକୁ ଚୂଡ଼ାନ୍ତ ନିଷ୍ପତ୍ତି ଘୋଷଣା କରି ସାରିଛି ଫିନ୍‌ଲାଣ୍ଡ। ରୁଷ୍‌ର ଅନ୍ୟତମ ପଡ଼ୋଶୀ ରାଷ୍ଟ୍ର ସ୍ୱିଡ଼େନ୍‌ ମଧ୍ୟ ନାଟୋରେ ସାମିଲ ହେବାକୁ ଯାଉଛି।

ବର୍ଲିନ୍‌ରେ ନାଟୋ ବୈଦେଶିକ ମନ୍ତ୍ରୀଙ୍କ ବୈଠକ ଆରମ୍ଭ ହୋଇଛି। ଏହି ଅଣଆନୁଷ୍ଠାନିକ ବୈଠକ ଆୟୋଜନ କରିଛି ଜର୍ମାନୀ। ପ୍ରଥମ ଥର ପାଇଁ ନାଟୋରେ ଏଭଳି ଏକ ଅଣଆନୁଷ୍ଠାନିକ ବୈଠକ ଡକାଯାଇଛି। ବୈଠକରେ ମୁଖ୍ୟ ଫୋକସ୍‌ ରହିଛି ୟୁକ୍ରେନ ଯୁଦ୍ଧ ସ୍ଥିତି। ଏଥିରେ ଆଗାମୀ ରଣନୀତି ସହ ନାଟୋର ସମ୍ପ୍ରସାରଣ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରାଯିବ। ବୈଠକରେ ଫିନ୍‌ଲାଣ୍ଡ ଓ ସ୍ୱିଡେନ୍‌ ପ୍ରତିନିଧିଙ୍କୁ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରିତ କରାଯାଇଛି। ନାଟୋରେ ସାମିଲ ହେବା ନେଇ ଦୁଇ ଦେଶର ଜନମତ କଣ, ତାହା ସେମାନେ ନାଟୋ ବୈଦେଶିକ ମନ୍ତ୍ରୀମାନଙ୍କୁ ଅବଗତ କରିବେ ବୋଲି ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking