30.1 C
Bhubaneswar
Monday, August 15, 2022
Homeଦେଶ ବିଦେଶୟୁକ୍ରେନ ଖୁଫିଆ ଏଜେନ୍ସିର ଦାବୀ, ଆଉ୨ ବର୍ଷରୁ କମ ସମୟ ବଞ୍ଚିବେ ପୁଟିନ

ୟୁକ୍ରେନ ଖୁଫିଆ ଏଜେନ୍ସିର ଦାବୀ, ଆଉ୨ ବର୍ଷରୁ କମ ସମୟ ବଞ୍ଚିବେ ପୁଟିନ

ନୂଆଦିଲ୍ଲୀ : ରୁଷ ରାଷ୍ଟ୍ରପତି ପୁଟିନ ଙ୍କ ସ୍ୱାସ୍ଥ୍ୟବସ୍ଥା ବିଗୁଡୁ ଥିବା ବେଳେ ୟୁକ୍ରେନ ର ଖୁଫିଆ ଏଜେନ୍ସି ର ମୁଖ୍ୟ ଏ ନେଇ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି କି , ଗମ୍ଭୀର ରୋଗରେ ପୀଡିତ ଅଛନ୍ତି ପୁଟିନ । ପୁଟିନ ଙ୍କ ପାଖରେ ବଞ୍ଚିବା ପାଇଁ ଆଉ ୨ ବର୍ଷରୁ କମ ସମୟ ରହିଛି । ଡେଲିମେଲ ର ରିପୋର୍ଟ ଅନୁସାରେ, ୟୁକ୍ରେନର ଖୁଫିଆ ଏଜେନ୍ସି ର ମେଜର ଜେନେରାଲ କାୟରଲୋ ବୁଡାନୋଭ କହିଛନ୍ତି କି, ଅନୁପ୍ରବେଶ କରିଥିବା ଗୁପ୍ତଚର ଙ୍କ ଦ୍ୱାରା ମାନବିକ ଜ୍ଞାନ ଆଧାରରେ ଏହା ଦାବି କରାଯାଇଛି ।
ପ୍ରତିରକ୍ଷାମନ୍ତ୍ରୀ ସରୋଜ ଶୋଏଗୁ ଙ୍କ ସହ ସାକ୍ଷାତ ସମୟରେ ପୁଟିନ ଟେବୁଲ ଧରିଥିବା ଫଟୋ ଭାଇରାଲ ହୋଇଛି । ଏହି ଫଟୋ ଦେଖିବା ପରେ ଲୋକମାନେ କହିଥିଲେ ଯେ ତାଙ୍କ ସ୍ୱାସ୍ଥ୍ୟ ଭଲ ନୁହେଁ । ପୁଟିନଙ୍କ ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି । ଭିଡିଓରେ ପୁଟିନ ଭାଷଣ ଦେବା ବେଳେ ପୋଡିୟମ ନିକଟରେ ଠିଆ ହୋଇ ଗୋଡ ହଲାଇଥିବାର ନଜର ଆସିଥିଲେ । ଏହି ଭିଡିଓ ସାମ୍ନାକୁ ଆସିବା ପରେ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ କ୍ରମାଗତ ଆଲୋଚନା ହେଉଛି ।
ଏକ ପୁରସ୍କାର ବିତରଣ ଉତ୍ସବରେ ପୁଟିନ ଯୋଗ ଦେଇଥିଲେ । ଏହି ସମୟରେ ତାଙ୍କ ପାଦ ଥରିଥିବାର ଦେଖାଯାଇଥିଲା । ଟେଲିଗ୍ରାମ ଚ୍ୟାନେଲ ର ଏସଭିଆର ରିପୋର୍ଟ ଅନୁଯାୟା, ଯେତେବେଳେ ପୁଟିନ ପରାମର୍ଶଦାତା ତଥା ସାମରିକ ନେତାଙ୍କ ସହ ଏକ ଭିଡିଓ କନଫରେନ୍ସ ପରେ ଡେସ୍କରୁ ଉଠିଲେ ,ସେତେବେଳେ ସେ ନିଜକୁ ବହୁତଦୁର୍ବଳ ଅନୁଭବ କଲେ । ପୁଟିନଙ୍କ ସ୍ଥିତି ଏବଂ ଚେହେରା ଦେଖି ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଅନେକ କଳ୍ପନା ଜଳ୍ପନା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking