18.1 C
Bhubaneswar
Sunday, November 24, 2024
Homeଓଡିଶା୫ବର୍ଷ ଧରି ମାଟି ଖାଇ ବଞ୍ଚି ରହିଛି ପୁଷ୍ପା

୫ବର୍ଷ ଧରି ମାଟି ଖାଇ ବଞ୍ଚି ରହିଛି ପୁଷ୍ପା

ମାଲକାନଗିରି : ଗତ ପାଞ୍ଚ ବର୍ଷ ଧରି ମାଟି ଖାଉଛି ଜଣେ ନାବାଳିକା ଝିଅ । କେବଳ ମାଟି ନୁହେଁ ଘରର ଇଟା କାନ୍ଥକୁ ମଧ୍ୟ ଖାଇ ଖାଇ ଘର ସାରା ଗାତ କରି ଦେଇଛି ନାବାଳିକା ଝିଅ । ଖାଦ୍ୟ ବଦଳରେ ହାତରେ ଧରିଛି ମାଟି ଗୁଣ୍ଡ । କେବଳ ଯେ ହାତରେ ଧରିଛି ତାହା ନୁହେଁ ଏହାକୁ ପାଟିରେ ପକାଇ ଚୋବେଇ ଚୋବେଇ ଖାଉଛି । ଏହିଭଳି ଆଶ୍ଚର୍ଯ୍ୟକର ଦୃଶ୍ୟ ଦେଖିବାକୁ ମିଳିଛି, ଆଦିବାସୀ ଅଧ୍ୟ୍ୟୁଷିତ ମାଲକାନଗିରି ଜିଲ୍ଲାରେ । ଜିଲ୍ଲା ସଦର ଠାରୁ ମାତ୍ର ୫ କି.ମି ଦୂର ଚମ୍ପାଖାରୀ ଗାଁ’ର ଦିନ ମଜୁରିଆ ନରସିଂହ ମାଢିଙ୍କ ବଡ ଝିଅ ପୁଷ୍ପା ମାଢି । ଗତ ପାଞ୍ଚ ବର୍ଷ ଧରି ଏପରି ମାଟି ଖାଉଛି । ପୁଷ୍ପାର ବୟସ ଏବେ ୧୪ ବର୍ଷ ହେଲେ ଦୁନିଆର ଆଲୋକ ବର୍ତ୍ତମାନ ସୁଦ୍ଧା ସେ ଭଲ ଭାବେ ଦେଖି ନାହିଁ । କାରଣ ଗତ ୧୦ ବର୍ଷ ଧରି ଘରର ଏକ ଅନ୍ଧାର କୋଠରି ଭିତରେ ରହୁଛି ସେ ।
ନିଜ ମା’ଙ୍କୁ ଛାଡି ଦେଲେ ଆଉ କାହାରି ସାଙ୍ଗରେ ସେ କଥା ମଧ୍ୟ ହୁଏ ନାହିଁ । ହେଲେ ଅର୍ଥ ଅଭାବରୁ ନିଜ ଝିଅର ଚିକିତ୍ସା କରି ପାରୁନଥିବା ଏହି ଗରିବ ଆଦିବାସୀ ପରିବାର ଲୋକେ ଏବେ ଗୁଣିଆ ଉପରେ ଭରଷା କରିଛନ୍ତି । ତେବେ ଏହି ମାଟି ଖିଆ ମଣିଷ ପୁଷ୍ପା ମାଢିଙ୍କ ସମ୍ପର୍କରେ ଆମେ ଜିଲ୍ଲା ସଦର ଚିକିତ୍ସାଳର ସୁପରିଟେଣ୍ଡେଣ୍ଟ ଡାକ୍ତର ଏ.କେ. ଭୋଳ ଙ୍କୁ ପଚାରିଥିଲୁ ତେବେ ତାଙ୍କର କହିବାନୁଯାୟୀ ମାଟି ଖାଇବା ହେଉଛି ଏକ ପାଇକା ରୋଗ । ଜନ୍ମରୁ ପେଟରେ କୃମି ଜନିତ ରୋଗ ଥିଲେ ସେହି ପିଲାମାନେ ମାଟି ଖାଆନ୍ତି । ହେଲେ ପୁଷ୍ପା କ୍ଷେତ୍ରରେ କିନ୍ତୁ ଏହା ସମ୍ପୂର୍ଣ୍ଣ ଅଲଗା କାରଣ ପୁଷ୍ପା କେବଳ ମାଟି ଖାଇ ଗତ ପାଞ୍ଚ ବର୍ଷ ଧରି ଜୀବିତ ରହିଛି । ତେଣୁ ପୁଷ୍ପା ଖାଉଥିବା ମାଟିରେ କଣ ଉପାଦାନ ରହିଛି ତାହା ବୈଜ୍ଞାନିକ ପରୀକ୍ଷା ପରେ ହିଁ ଜଣା ପଡିବ ବୋଲି ଡାକ୍ତର କହିଛନ୍ତି । ତେବେ ଏ ସମ୍ପର୍କରେ ଅବଗତ ହେବା ପରେ ପୁଷ୍ପାଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରତିଶୃତି ଦେଇଛନ୍ତି । ଜଣେ ବ୍ୟକ୍ତି ନ ଖାଇ ଅଧିକ ହେଲେ ଦିନକ ରୁ ଦୁଇ ଦିନ ବଞ୍ଚିପାରିବ ନାହିଁ କିନ୍ତୁ ଗତ ପାଞ୍ଚ ବର୍ଷ ଧରି ପୁଷ୍ପା କେମିତି ମାଟି ଖାଇ ବଞ୍ଚିଛି ତାହା ଗବେଶଣାର ଆବଶ୍ୟକ ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking