32.1 C
Bhubaneswar
Thursday, March 28, 2024
Homeଓଡିଶାପରଲୋକରେ ବିଶିଷ୍ଟ ଶିକ୍ଷାବିତ୍‌ ପୁରୁଷୋତ୍ତମ ରାଉତ

ପରଲୋକରେ ବିଶିଷ୍ଟ ଶିକ୍ଷାବିତ୍‌ ପୁରୁଷୋତ୍ତମ ରାଉତ

ଭୁବନେଶ୍ୱର : ପରଲୋକରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ତେନ୍ତୁଳିକୋଳି ଗ୍ରାମର ବିଶିଷ୍ଟ ଶିକ୍ଷାବିତ୍‌ ପୁରୁଷୋତ୍ତମ ରାଉତ । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । କହିବାକୁଗଲେ , ସେ ଜଣେ ପରୋପକାରୀ, ମିଷ୍ଟଭାଷୀ, ଧର୍ମପରାୟଣ ତଥା ବିଶିଷ୍ଟ ଶିକ୍ଷାବିତ ଭାବେ ପରିଚିତ ଥିଲେ । ସ୍ୱର୍ଗତ ରାଉତ କରୋନାରେ ଆକ୍ରାନ୍ତ ହୋଇଥିଲେ। ଗତ ଜୁନ ୨୧ ତାରିଖରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ଜୁଲାଇ ୬ ତାରିଖରେ ସେ ମୃତ୍ୟୁବରଣ କରିଥିଲେ।

ସ୍ୱର୍ଗତଃ ରାଉତଙ୍କ ଜନ୍ମ ୧୯୩୭ ମସିହା ଜୁଲାଇ ୭ ତାରିଖ। ସେ ୧୯୬୧ ମସିହାରେ ଭଦ୍ରକ ମହାବିଦ୍ୟାଳୟରୁ କଳାରେ ସ୍ନାତକ ଓ ଅନୁଗୁଳ ଟ୍ରେନିଂ ମହାବିଦ୍ୟାଳୟରୁ ଶିକ୍ଷାରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଏହାପରେ ସେ ରାଜେନ୍ଦ୍ର ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା ଆରମ୍ଭ କରିଥିଲେ । ୧୯୯୬ ମସିହାରେ ଚାକିରୀରୁ ଅବସର ଗ୍ରହଣ କରିବା ପରେ ସ୍ୱର୍ଗତଃ ରାଉତ ନିଜ ଅଞ୍ଚଳରେ ରହି ବିଭିନ୍ନ ଗଠନମୂଳକ କାର୍ଯ୍ୟ କରିବା ସହିତ ସମାଜସେବାରେ ନିଜକୁ ନିୟୋଜିତ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking