27.1 C
Bhubaneswar
Friday, March 29, 2024
Homeଓଡିଶାସବୁ ରବିବାର ବନ୍ଦ ରହିବ ଶ୍ରୀମନ୍ଦିର

ସବୁ ରବିବାର ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ: ଶ୍ରୀମନ୍ଦିର ପକ୍ଷରୁ ଜାରି ହେଲା ନୂଆ ଏସଓପି । ଏଣିକି ସକାଳ ୬ରୁ ଜଗା ଦର୍ଶନ କରିବେ ଭକ୍ତ । ଏହାସହ କାଲିଠୁ ସବୁ ରବିବାର ଶ୍ରୀମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ପ୍ରତି ରବିବାର ମନ୍ଦିର ସାନିଟାଇଜ ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ । ଅନ୍ୟ ବାରରେ ସକାଳ ୬ରୁ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି । କେବଳ ଏତିକି ନୁହେଁ ବରଂ ସପ୍ତାହରେ ୨ ଥର ରାତିରେ ମନ୍ଦିର ବନ୍ଦ ପରେ ମନ୍ଦିରକୁ ସାନିଟାଇଜ କରାଯିବ ବୋଲି ସୂଚନା ମିଳିଛି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ମନ୍ଦିର ପ୍ରଶାସନର ନୂଆ ଏସ୍‌ଓପି ଜାରି କରିଛି ।
ଏପ୍ରିଲ ୪ ତାରିଖ ପରଠାରୁ ପ୍ରତ୍ୟେକ ରବିବାର ଶ୍ରୀମନ୍ଦିର ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ବନ୍ଦ ରହିବ । ପ୍ରତି ରବିବାର ଦିନ ମନ୍ଦିର ପରିସରର ସମ୍ପୂର୍ଣ୍ଣ ପରିମଳ କରାଯିବ । ସପ୍ତାହରେ ଦୁଇ ଥର ସର୍ବସାଧାରଣ ଦର୍ଶନ ଶେଷ ହେବ ପରେ ମନ୍ଦିର ବନ୍ଦ ହେବା ପରେ ରାତିରେ ମନ୍ଦିର ପରିସରକୁ ସାନିଟାଇଜ କରାଯିବ । ଏହାଛଡା କୋଭିଡ୍ ଉପଯୁକ୍ତ ଆଚରଣ ପାଳନ ନିଶ୍ଚିତ କରିବା ପାଇଁ ତଦାରଖ ବ୍ୟବସ୍ଥା କଡାକଡି କରାଯିବ । ସେହିପରି ଅନ୍ୟ ରାଜ୍ୟରୁ ଆସୁଥିବା ବ୍ୟକ୍ତିଙ୍କ ଉପରେ ପ୍ରତିବନ୍ଧକ ସମ୍ପର୍କରେ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀଗୁଡିକ ମଧ୍ୟ ପାଳନ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking