27.1 C
Bhubaneswar
Friday, March 29, 2024
Homeଓଡିଶାଶ୍ରୀଜଗନ୍ନାଥଙ୍କ ଅର୍ଥ ୟେସ ବ୍ୟାଙ୍କରେ ରଖାଯିବା ଘଟଣାର ତଦନ୍ତ କରିବ ଗୃହ କମିଟି

ଶ୍ରୀଜଗନ୍ନାଥଙ୍କ ଅର୍ଥ ୟେସ ବ୍ୟାଙ୍କରେ ରଖାଯିବା ଘଟଣାର ତଦନ୍ତ କରିବ ଗୃହ କମିଟି

ଭୁବନେଶ୍ୱର : ପୁରୀ ଶ୍ରୀଜଗନ୍ନାଥଙ୍କ ଅର୍ଥ ୟେସ ବ୍ୟାଙ୍କରେ ରଖାଯିବ ଘଟଣାକୁ ନେଇ ଯେଉଁ ବିବାଦ ଦେଖାଦେଇଥିଲା ସେ ସମ୍ପର୍କରେ ଅନୁଧ୍ୟାନ ପାଇଁ ଗୃହ କମିଟି ଗଠନ କରିବାକୁ ବିରୋଧୀଙ୍କ ଦାବିକୁ ଶେଷରେ ସରକାର ଗ୍ରହଣ କରିଛନ୍ତି । ଏଥିପାଇଁ ବାଚସ୍ପତିଙ୍କ ଅଧକ୍ଷତାରେ ଏକ ୧୨ ଜଣିଆ କମିଟି ଗଠନ କରାଯାଇଛି । ୟେସ ବ୍ୟାଙ୍କ ଅର୍ଥ ଫେରିପାଇବା ପାଇଁ କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଙ୍କୁ କମିଟି ସ୍ମାରକ ପତ୍ର ଦେବ । ବାଚସ୍ପତିଙ୍କ ଅଧକ୍ଷତାରେ ଏହି କମିଟିରେ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ ,ସଂସଦୀୟ ବ୍ୟାପର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ,କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର , ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର , ପ୍ରତାପ କେଶରୀ ଦେବ ,ସୁବାଷ ପାଣିଗ୍ରାହୀ ,ଅତନୁ ସବ୍ୟସାଚୀ ନାୟକ ,ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା ,କଂଗ୍ରେସ ବିଧାୟକ ତାର ପ୍ରସାଦ ବାହିନୀପତି ,ବିଜେପି ବିଧାୟକ ମୋହନ ମାଝୀ ।
ଶ୍ରୀମନ୍ଦିର ଅର୍ଥ ରାଷ୍ଟ୍ରିୟାତ ବ୍ୟାଙ୍କ ବଦଳରେ ଘରୋଇ ୟେସ ବ୍ୟାଙ୍କରେ ରଖାଯିବା ଘଟଣା ଉପରେ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରିଥିଲେ । ଗତକାଲି ବିଧାନସଭାରେ ଏହା ଉପରେ ମୁଲତବୀ ପ୍ରସ୍ତାବ ଆଲୋଚନା ହୋଇଥିଲା । ଆଲୋଚନା ସମୟରେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ଗୃହ କୁ ଅବଗତ କରାଇଥିଲେ ଯେ ଶ୍ରୀମନ୍ଦିର ପରିଚାଳନା ରେ ସରକାର ହସ୍ତକ୍ଷେପ କରନ୍ତି ନାହିଁ | ପରିଚାଳନା କମିଟି ନିଷ୍ପତି ଅନୁସାରେ ମନ୍ଦିର ପରିଚାଳନା ହୋଇଥାଏ । କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର  ଶ୍ରୀମନ୍ଦିର ପରିଚାଳନା ଆଇନ ବ୍ୟବସ୍ଥାକୁ ଉଲ୍ଲେଖ କରି ସିଧା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ । ଆଇନର ବ୍ୟବସ୍ଥା ଅନୁସାରେ ଶ୍ରୀମନ୍ଦିର ପାଣ୍ଠି ପରିଚାଳନା ପାଇଁ ଏକ କମିଟି ରହିଛି ଓ ଏହାର ଅଧକ୍ଷ ହେଉଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କୁ ଅବଗତ ନକରି କିଭଳି ଅର୍ଥ ରଖାଗଲା ? ଏହା ପଛରେ କେଉଁ ମାନେ ଅଛନ୍ତି, ତାହା ଅନୁଧ୍ୟାନ ପାଇଁ ଗୃହ କମିଟି ଗଠନ କରିବାକୁ ଦାବି କରିଥିଲେ । କିନ୍ତୁ ଏହା ପଛରେ ବହୁ ଅର୍ଥ କାରବାର ହୋଇଛି, ଏହା ଜାଣିବା ପାଇଁ ସିବିଆଇ ତଦନ୍ତ କରିବାକୁ ବିଜେପି ବିଧାୟକ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ସିବିଆଇ ତଦନ୍ତ ଦାବି କରିଥିଲେ । ହେଲେ ଆଜି ବିଜେପି ବିଧାୟକ ମାନେ ଗୃହ କମିଟି ଗଠନ କରିବା ଦାବିରେ ଗୃହ ଅଚଳ କରିଥିଲେ । କଂଗ୍ରେସ ମଧ୍ୟ ଗୃହ କମିଟି ପାଇଁ ଦାବି କରିଥିଲା | ଶେଷରେ ଗୃହ କମିଟି ଗଠନ କରିବାକୁ ସରକାର ରାଜି ହେବ ପରେ ବାଚସ୍ପତି ଗୃହରେ ଘୋଷଣା କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking