ପୁରୀ ମାମଲା: ନୋଟିସ କଲେ ଏନଏଚଆରସି

ଭୁବନେଶ୍ୱର: ପୁରୀ କେ. ଋମେଶ ହାଜତ ମୃତ୍ୟୁ ଅଭିଯୋଗ ମାମଲାରେ ରାଜ୍ୟ ସରକାରଙ୍କୁ ଜାତୀୟ ମାନବାଧିକାର କମିଶନ ନୋଟିସ କରିଛନ୍ତି । ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ଡିଜିଙ୍କୁ ଏନଏଚଆରସି ନୋଟିସ ଜାରି କରିଛନ୍ତି । ୪ ସପ୍ତାହ ମଧ୍ୟରେ ସବିଶେଷ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଷ ଦିଆଯାଇଛି । ମୃତ୍ୟୁର କାରଣକୁ ନେଇ ସବିଶେଷ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୋଗ ଏବଂ ଅଭିଯୁକ୍ତ ନାଁରେ ଦାୟର ହୋଇଥିବା ଏତଲା କପି ଦେବାକୁ ବି ନିର୍ଦ୍ଦେଶ ଦେଇଛନ୍ତି । ଆରେଷ୍ଟ ମେମୋ, ଇନ୍ସପେକ୍ସନ ମେମୋ କପି ଦେବାକୁ ବି ନିର୍ଦ୍ଦେଶ କରାଯାଇଛି । ଗିରଫ ନେଇ ପରିବାରକୁ ଜଣାଯାଇଥିଲା କି ନାହିଁ ଜଣାଇବାକୁ ନିର୍ଦ୍ଦେଶ ହୋଇଛି । ମୃତକଙ୍କ ମେଡିକାଲ ଲିଗାଲ ସାର୍ଟିଫିକେଟ କପି ଦେବାକୁ ବି ହୋଇଛି ନିର୍ଦ୍ଦେଶ । ଏହାସହିତ ପଂଚନାମା, ପୋଷ୍ଟମର୍ଟମ ଓ ଏହାର ଭିଡିଓ କ୍ୟାସେଟ ଦେବା ସହ ଭିସେରା, ମୃତ୍ୟୁ କାରଣ ନେଇ ଫୋରେନସିକ ରିପୋର୍ଟ ଦାଖଲ ନିର୍ଦ୍ଦେଶ ରହିଛି । ଖାଲି ଏତିକି ନୁହେଁ, ମାଜିଷ୍ଟେରିଆଲ ତଦନ୍ତ ରିପୋର୍ଟ ଦେବାକୁ ମଧ୍ୟ ଏନଏଚଆରସି ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ ନୋଟିସ କରିବା ସହ ଏନଏଚଆରସି ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ହାଜତ ମୃତ୍ୟୁ ଘଟିବାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ଆଇନର ଶାସନ ଚାଲୁଥିବା ଏକ ଦେଶରେ ଏସବୁ ଗ୍ରହଣୀୟ ନୁହେଁ ।

LEAVE A REPLY

Please enter your comment!
Please enter your name here