ପୁଅ ବୋହୂ ପାଇଁ ଅଲୋଡା ହେଉଛି ମା’

ପୁରୀ : ଦଶ ମାସ ଦଶ ଦିନ ଯେଉଁ ପୁଅକୁ ଗର୍ଭରେ ଧରି ଲାଳନ ପାଳନ କରେ ସେହି ପୁଅ ବଡ ହେଲା ପରେ ମା’ର ବଳିଦାନକୁ ଭୂଲିଯାଏ । ଜନ୍ମରୁ ଲାଳନ ପାଳନ କରି ଅତି ଗେହ୍ଲାରେ ବଢାଇଥିବା ପୁଅ ପାଇଁ ଏବେ ଅଲୋଡ଼ା ହୋଇଛି ମାଆ । ପୁରୀ ମାଟିଆପଡା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଏକ ଦୁଃଖଦ ଘଟଣା । ୭୦ ବର୍ଷିୟା ବୃଦ୍ଧା ଆରତୀ ଦୋରା ଏବେ ପୁଅ-ବୋହୂଙ୍କ ନିର୍ଯାତନାର ଶିକାର । ବୃଦ୍ଧା ଜଣକ ମଧୁମେହ ଓ ପକ୍ଷାଘାତ ରୋଗରେ ଆକ୍ରାନ୍ତ । ତାଙ୍କର ଦୁଇ ଝିଅ ଓ ଗୋଟିଏ ପୁଅ । ସମସ୍ତେ ବିବାହ କରି ସାରିଛନ୍ତି । ତେବେ ଗତବର୍ଷ ପୁଅ ବାହା ହେବା ପରେ ସମ୍ପୂର୍ଣ୍ଣ ବଦଳିଯାଇଛି ବ୍ୟବହାର । ମାଆକୁ ଠିକ ସେ ଖାଇବାକୁ ନଦେଇ ଘର ଛାଡ଼ି ଚାଲିଯିବାକୁ କହୁଛି । ମାଆର ଦୁଃଖ ଦେଖି ନପାରି ଦୁଇ ବିବାହିତ ଝିଅ ଘରକୁ ଆସିଲେ ଭାଇ-ଭାଉଜ ସେମାନଙ୍କୁ ଆସିବାକୁ ବାରଣ କରୁଛନ୍ତି । ପ୍ରତିବାଦ କଲେ ମିଥ୍ୟା ମାମଲା କରିବାକୁ ଧମକ ଦେଉଛି ଭାଉଜ ।

LEAVE A REPLY

Please enter your comment!
Please enter your name here