28.1 C
Bhubaneswar
Friday, March 29, 2024
Homeଓଡିଶାଅନବସରରେ ମହାପ୍ରଭୁ : ଅଲାରନାଥ ଶୂନଶାନ,୧୪୪ଧାରା ଜାରି

ଅନବସରରେ ମହାପ୍ରଭୁ : ଅଲାରନାଥ ଶୂନଶାନ,୧୪୪ଧାରା ଜାରି

ପୁରୀ : ଆଷାଢ କୃଷ୍ଣ ପ୍ରତିପଦାଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପଟିଦିଅଁଙ୍କ ପୂଜା । ପ୍ରଭୁ ବଳଭଦ୍ର ଅନନ୍ତ ବାସୁଦେବ, ଶ୍ରୀ ଜଗନ୍ନାଥ ଅନନ୍ତ ନାରାୟଣ, ଦେବୀ ସୁଭଦ୍ରା ଭୁବନେଶ୍ୱରୀ ଓ ଶ୍ରୀସୁଦର୍ଶନଙ୍କୁ ପତିତପାବନ ରୂପରେ ପୂଜା କରାଯାଉଛି । ଅଣସର ତାଟିରେ ପୂଜା ପାଉଥିବା ପଟିଦିଅଁଙ୍କ ଆଗରେ ପଡିଥିବା ଖଟ ଉପରେ ଦଶାବତାର ଠାକୁର ଓ ନୀଳମାଧବଙ୍କୁ ପୂଜା କରାଯାଉଛି । ପଟିଦିଅଁଙ୍କ ନିକଟରେ ଅନ୍ନ ମହାପ୍ରସାଦ ଭୋଗ କରାଯାଉଛି । ଅଣସର ପିଣ୍ଡିରେ ଦାରୁବିଗ୍ରହମାନଙ୍କ ଗୁପ୍ତସେବା କରୁଛନ୍ତି ଦଇତାପତି ସେବକ । ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତ ନବଯୌବନ ଦର୍ଶନ ପର୍ଯ୍ୟନ୍ତ ଅଣସରରେ ରହୁଥିବାରୁ ଭକ୍ତମାନଙ୍କୁ ଦାରୁବିଗ୍ରହମାନଙ୍କର ଦର୍ଶନ ମିଳିନଥାଏ ।

ଏହି ସମୟରେ ଭକ୍ତମାନେ ବ୍ରହ୍ମଗିରିସ୍ଥିତ ଅଲାରନାଥ ଦେବଙ୍କ ଦର୍ଶନ କରିଥାନ୍ତି । ଅଲାରନାଥଙ୍କୁ ଦର୍ଶନ କଲେ ଜଗନ୍ନାଥ ଦର୍ଶନର ପୂଣ୍ୟଫଳ ପ୍ରାପ୍ତି ହୋଇଥାଏ ବୋଲି ଭକ୍ତମାନଙ୍କ ମଧ୍ୟରେ ବିଶ୍ୱାସ ରହିଛି । ଆସନ୍ତାକାଲିଠାରୁ ଅଲାରନାଥ ପୀଠରେ ଆରମ୍ଭ ହେବ ଅଣସର ଯାତ୍ରା । କରୋନା କଟକଣା ଯୋଗୁଁ ମନ୍ଦିର ବନ୍ଦ ରହିଛି । କେବଳ ଠାକୁରଙ୍କ ନୀତିକାନ୍ତି ସମାପନ ହେଉଛି । ମନ୍ଦିର ଚତୁଃପାଶ୍ୱର୍ରେ ଜାରି ହୋଇଛି ୧୪୪ଧାରା । ଫଳରେ ଅଣସର ସମୟରେ ଚଳଚଞ୍ଚଳ ହେବାକୁ ଥିବା ଏହି ପ୍ରସିଦ୍ଧ ବିଷ୍ଣୁପୀଠ ଏବେ ଖାଁ ଖାଁ । କ୍ଷୀରି ପାଇଁ ପ୍ରସିଦ୍ଧ ଏହି ଅଲାରନାଥ ପୀଠକୁ ଦୂରଦୂରାନ୍ତରୁ ଆସିଥାନ୍ତି ବହୁ ଭକ୍ତ । ପ୍ରସିଦ୍ଧ ବିଷ୍ଣୁ କ୍ଷେତ୍ର ଅଲାରନାଥ ପୀଠରେ ବର୍ଷକେ ଥରେ କ୍ଷୀରି ଖାଇବା ଲାଗି ଆଶା ବାନ୍ଧିଥିବା ଭକ୍ତଙ୍କ ମନରେ ନୈରାଶ୍ୟ ଦେଖାଦେଇଛି କିନ୍ତୁ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଠାକୁରଙ୍କ ଅଣସର ଯାତ୍ରା କେବଳ ନୀତିକାନ୍ତିରେ ସୀମିତ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking