27.1 C
Bhubaneswar
Thursday, March 28, 2024
Homeଓଡିଶା୪ ନାହାକା ଉପରେ ପଡ଼ିଲା ପ୍ରଥମ ଭୂଇଁ

୪ ନାହାକା ଉପରେ ପଡ଼ିଲା ପ୍ରଥମ ଭୂଇଁ

ପୁରୀ : ରଥଖଳାରେ ଆଗେଇ ଚାଲିଛି ୩ରଥର ନିର୍ମାଣ କାର୍ଯ୍ୟ । ସୋମବାର  ୩ରଥର ୪ନାହାକା ଉପରେ ପ୍ରଥମ ଭୂଇଁ ପଡ଼ି ୪ନାହାକା ଚତୁଃପାଶ୍ୱର୍ରେ ଚଉଦ ନାହାକା ଉଠିବା ସମ୍ପୂର୍ଣ୍ଣ ହୋଇଛି । ଏଥିସହିତ ୩ରଥର ତୃତୀୟ ଭୂଇଁ ପାଇଁ ଫ୍ରେମ ସେଟିଂ ଶେଷ ହୋଇଛି । ୩ରଥର ଦୁଆର ବେଢ଼ା ତଳେ ନାଟଗୋଡ଼ ଉପରେ ଲାଗିବା ପାଇଁ ୩ଟି ଲେଖାଏଁ ଗାରେଣୀ ଚଉପଟ ହୋଇଛି । ୩ରଥର ଦ୍ୱାରବେଢ଼ା ପାଇଁ ୮ଟି ମଗର ପଟାରୁ ୪ଟି ପଟାରେ ମଗରମୁଖ ନିର୍ମାଣ ମଧ୍ୟ ଶେଷ ହୋଇଛି । ଏଥିସହିତ ୩ରଥର ୪ଟି ଲେଖାଏଁ ଅଁଳା ଚଉପଟ କାମ ମଧ୍ୟ ସରିଛି । ଏହା ରଥର ଦ୍ୱାର ବେଢ଼ା ମଝିର ଉପରଭାଗରେ ଲଗାଯାଇଥାଏ ।

ତାଳଧ୍ୱଜ ରଥର ସିଂହାସନ କାର୍ଯ୍ୟ ଶେଷ ହୋଇଥିବା ବେଳେ ସେଥିରେ ରୂପକାର ସେବକମାନଙ୍କ ଦ୍ୱାରା କୁମ୍ଭ, ଡ଼ାଳି ଓ ଲତା ଖୋଦେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସୋମବାର ଦିନ ଦେବଦଳନ ରଥର ପଟାଗୁଜରେ ରୂପକାର ସେବକ ସିଂହବିରାଳ, ଗଜ ବିରାଳ ରୂପ ଖୋଦେଇ ଆରମ୍ଭ କରିଛନ୍ତି । ସେହିଭଳି ରୂପକାର ସେବକମାନଙ୍କ ଦ୍ୱାରା ୩ରଥର ନାଟଗୋଡ଼ରେ ରାହୁରୂପ ଖୋଦେଇ କାର୍ଯ୍ୟ ଜାରି ରହିଛି । ଦୋଳବେଦୀ ସ୍ଥିତ କମାରଶାଳରେ ଓଝା ମହାରଣା ସେବକ ୩ରଥର ଭୂଇଁ ପାଇଁ କତାବିଡ଼ିଆ କଣ୍ଟା ଓ ପୋଟଳ ଓରାକଣ୍ଟା ନିର୍ମାଣ ଶେଷ କରି ତୃତୀୟ ଭୂଇଁ ଉପର ଗୋଡ଼ିଛାଲ କଣ୍ଟା ଓ ବାଗିଆ କଣ୍ଟା ତିଆରି କାର୍ଯ୍ୟ ଚଳାଇଛନ୍ତି । ସୋମବାର ଦିନ ରଥଖଳାରେ ମୋଟ ୧୯୭ଜଣ ନିର୍ମାଣକାରୀ ନିୟୋଜିତ ହୋଇଥିଲେ । ସେମାନଙ୍କ ମଧ୍ୟରେ ୭୮ଜଣ ମହାରଣା, ୭୭ଜଣ ଭୋଇ ସେବକ, ୫ଜଣ କରତି ସେବକ, ଜଣେ ପାହି ମହାରଣା, ୨ଜଣ ତୁମ୍ବ ବିନ୍ଧ କାରିଗର, ୧୮ଜଣ ରୂପକାର ସେବକ, ୧୬ଜଣ ଓଝା ବା କମାର ସେବକ ଏବଂ ଜଣେ ରଥଖଳା ସହାୟକ ଅନ୍ତର୍ଭୁକ୍ତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking