32.1 C
Bhubaneswar
Thursday, March 28, 2024
Homeଓଡିଶା୩ରଥର ପାଶ୍ୱର୍ରେ ପଡ଼ିଲା ଛନ୍ଦାଗୟଳ

୩ରଥର ପାଶ୍ୱର୍ରେ ପଡ଼ିଲା ଛନ୍ଦାଗୟଳ

ପୁରୀ : ତ୍ୱରାନ୍ୱିତ ହୋଇଛି ରଥଖଳାରେ ୩ରଥର ନିର୍ମାଣ କାର୍ଯ୍ୟ । ୩ରଥରେ ୨ଟି ଲେଖାଏଁ ପୋଲଗୟଳ ପଡ଼ିବା ପରେ ଗରଗରା ଉପରେ ଚାରିନାହାକା ଉଠି ପାଶ୍ୱର୍ ଗୟଳ ପଡ଼ିଥିଲା । ବୁଧବାର ଦିନ ୩ରଥର ୨ପାଶ୍ୱର୍ରେ ଛନ୍ଦା ଗୟଳ ପଡ଼ିଛି । ଦେବଦଳନ ରଥର ୨ପାଶ୍ୱର୍ରେ ୨ଟି ଲେଖାଏଁ ଛନ୍ଦା ଗୟଳ ପଡ଼ିଥିବା ବେଳେ ତାଳଧ୍ୱଜ ଓ ନନ୍ଦିଘୋଷ ରଥର ୨ପାଶ୍ୱର୍ରେ ଗୋଟିଏ ଲେଖାଏଁ ଛନ୍ଦା ଗୟଳ ପଡ଼ିଛି । ବୁଧବାର ଦିନ ୧୯୮ଜଣ ରଥ ନିର୍ମାଣକାରୀ ନିୟୋଜିତ ହୋଇଥିଲେ । ସେମାନଙ୍କ ମଧ୍ୟରେ ଥିଲେ ୮୦ଜଣ ମହାରଣା ସେବକ, ୭୬ଜଣ ଭୋଇ ସେବକ, ୫ଜଣ କରତି ସେବକ, ଜଣେ ପାହି ମହାରଣା, ୧୮ଜଣ ରୂପକାର ସେବକ, ୨ଜଣ ତୁମ୍ବ ବିନ୍ଧ କାରିଗର, ୧୫ଜଣ ଓଝା ବା କମାର ସେବକ ଏବଂ ଜଣେ ରଥଖଳା ସହାୟକ । ତାଳଧ୍ୱଜ ରଥର ୬ଗୋଟି ଛନ୍ଦାଗୟଳ ମଧ୍ୟରୁ ଏ ମଧ୍ୟରେ ୩ଟିର ଚଉପଟ କାମ ଶେଷ ହୋଇ ଅବଶିଷ୍ଟ ୩ଟିର ଚଉପଟ କାମ ଚାଲୁ ରହିଛି ।

ଦେବଦଳନ ରଥର ୪ଟି ଛନ୍ଦା ଗୟଳର ଚଉପଟ କାମ ଶେଷ ହୋଇଥିବା ବେଳେ ନନ୍ଦିଘୋଷ ରଥର ୬ଟି ଛନ୍ଦା ଗୟଳ ମଧ୍ୟରୁ ୪ଟିର ଚଉପଟ ଶେଷ ହୋଇ ଆଉ ୨ଟିର ଚଉପଟ କାର୍ଯ୍ୟ ଚାଲୁ ରହିଛି । ୩ରଥର ମୂଳଭୂଇଁ ଚଉତାର ୪ଟି ଲେଖାଏଁ ସାଲ ସରି ବିନ୍ଧ ଶେଷ ହୋଇଛି । ୩ରଥର ମଝି ଭୂଇଁ ଚଉତା ଏବଂ ଅଗଭୂଇଁ ଚଉତା ପାଇଁ ୮ଟି ଲେଖାଏଁ କାଠ ଯୋଗାଇ ଦିଆଯାଇଛି । ଏ ସବୁ କାଠର ଚଉପଟ କାମ ଆରମ୍ଭ ହେବ । ଏଥିସହିତ ପ୍ରତି ରଥର କୋଣମାନଙ୍କର ସେଟିଂ ପାଇଁ ଦେବଦଳନ ରଥର ୫ଟି, ତାଳଧ୍ୱଜ ରଥର ୮ଟି ଓ ନନ୍ଦିଘୋଷ ରଥର ୧୦ଟି ଯୋଖା ନିର୍ମାଣ ଶେଷ ହୋଇଛି । ରୂପକାର ସେବକମାନେ ୩ରଥର ନାଟ ଗୋଡ଼ମାନଙ୍କରେ ରାହୁରୂପ ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି । ଦୋଳବେଦୀ ସ୍ଥିତ ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ୩ରଥର ଧ୍ୱଜ-ବତା କଣ୍ଟା, ତାଗ କଣ୍ଟା, ବାଗିଆ କଣ୍ଟା ଓ ହାତିଆଳ ମାଳ କଣ୍ଟା ନିର୍ମାଣରେ ନିୟୋଜିତ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking