37.2 C
Bhubaneswar
Friday, April 19, 2024
Homeଓଡିଶା୩ରଥରେ ଲାଗିଲା ପଞ୍ଚ ଦଣ୍ଡା, ଗୁଜ ଉପରେ ପଡ଼ିଲା ନିରାଡ଼ି

୩ରଥରେ ଲାଗିଲା ପଞ୍ଚ ଦଣ୍ଡା, ଗୁଜ ଉପରେ ପଡ଼ିଲା ନିରାଡ଼ି

ପୁରୀ : ରଥଖଳାରେ ଆଗେଇ ଚାଲିଛି ୩ରଥର ନିର୍ମାଣ କାର୍ଯ୍ୟ । ସୋମବାର ମୋଟ ୧୯୮ଜଣ ନିର୍ମାଣକାରୀ ରଥ ନିର୍ମାଣରେ ନିୟୋଜିତ ହୋଇଥିଲେ । ସେମାନଙ୍କ ମଧ୍ୟରେ ୮୦ଜଣ ମହାରଣା, ୭୬ଜଣ ଭୋଇ ସେବକ, ୫ଜଣ କରତି ସେବକ, ଜଣେ ପାହି ମହାରଣା, ୨ଜଣ ତୁମ୍ବ ବିନ୍ଧକାରିଗର, ୧୮ଜଣ ରୂପକାର ସେବକ, ୧୫ଜଣ ଓଝା ବା କମାର ସେବକ ଓ ଜଣେ ରଥଖଳା ସହାୟକ ଅନ୍ତର୍ଭକ୍ତ । ସୋମବାର ଦିନ ୩ରଥର ପଞ୍ଚଦଣ୍ଡାରେ କଣ୍ଟାବାଡ଼ିଆ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ୩ରଥର କମାର ସେବକ, ମହାରଣା ଓ ଭୋଇ ସେବକଙ୍କ ସହଯୋଗରେ ଏହି କାର୍ଯ୍ୟ ସମାପନ ହୋଇଥିଲା ।

୩ରଥର ଅଖ ଉପରେ ଦଣ୍ଡାରେ କଣ୍ଟାବାଡ଼ିଆ ପରେ ୫ଦଣ୍ଡାର ଆଗ ଓ ପଛରେ ମୁଁହାଟ ସଂଯୋଗ ହୋଇ ଆଗ ମୁଁହାଟରେ ୫ଟି ସାଲଗୁଜ ଏବଂ ପଛମୁଁହାଟରେ ୩ଟି ଜଳଯନ୍ତ୍ର ତଥା ୨ଟି ସାଲଗୁଜ ଉଠି ଗୁଜ ଉପରେ ନିରାଡ଼ି ପଡ଼ିଛି । ୩ରଥର ପଞ୍ଚଦଣ୍ଡାରେ କଣ୍ଟା ବାଡ଼ିଆ ପରେ ପଞ୍ଚଦଣ୍ଡାର ମଧ୍ୟଭାଗର ୨ପଟେ ୨ଟି ଗରଗରା ଖଞ୍ଜାଯାଇଛି । ଗରଗରା ସଂଯୋଗ ପୂର୍ବରୁ ଦଣ୍ଡା ସହ ଗରଗରାର ସଂଯୋଗ ସ୍ଥାନରେ ଗରଗରାଗର ତଳଭାଗ କାପ କରାଯାଇ ବିନ୍ଧ ପରେ କଣ୍ଟା ବାଡ଼ିଆ ଯାଇଥିଲା । ଏହା ପରେ ୩ରଥରେ ୨ଟି ଲେଖାଏଁ ପୋଲ ଗୟଳ ଖଞ୍ଜାଯାଇ ୪ନାହାକା ଉଠିବ ।

ଇତି ମଧ୍ୟରେ ତାଳଧ୍ୱଜ ରଥର ୨ଟି ଓ ନନ୍ଦିଘୋଷ ରଥର ୨ଟି ପୋଲ ଗୟଳର ଚଉପଟ ଶେଷ ହୋଇଥିବା ବେଳେ ଦେବଦଳନ ରଥର ପୋଲଗୟଳ ଚିରଟ ସାରି କରତି ସେବକମାନେ ଦେବଦଳନ ରଥର ମହାରଣାଙ୍କୁ ଯୋଗାଇଛନ୍ତି । ଗୟଳ ଚଉପଟ ପରେ ମଙ୍ଗଳବାର ଦିନ ୩ରଥରେ ଗୟଳ ଖଞ୍ଜା ହେବାର ସମ୍ଭାବନା ରହିଛି । ସୋମବାର ଦିନ ୩ରଥର ପ୍ରଥମ ଭୂଇଁ ପାଇଁ ୪ଟି ପୋଟଳ ଖମ୍ବି ସାଲ ହେବା ସହ ୭ଟି ଯୋଖା ଖୋଦେଇ ଶେଷ ହୋଇଛି । ୩ରଥର ୨ଟି ଲେଖାଏଁ ପୋଟଳ କାରେଣୀ, ୭ଟି ଲେଖାଏଁ ଯୋଖା ଓ ଗୋଟିଏ ଲେଖାଏଁ ଚାର ପରିଛା କାର୍ଯ୍ୟ ଶେଷ ହୋଇଛି । ପ୍ରତି ରଥ ପାଇଁ ୮ଟି ନାଟଗୋଡ଼ରୁ ୪ଟି ଲେଖାଏଁ ନାଟଗୋଡ଼ରେ ରୂପ ଖୋଦେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ୩ରଥର ଓଝା ଓ କମାର ସେବକମାନେ ଦଣ୍ଡା ଓ ଗରଗରାରେ କଣ୍ଟାବାଡ଼ିଆ ଉପରି ଭାଗ ପାଇଁ କଣ୍ଟା ତିଆରିରେ ଲାଗିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking