34.1 C
Bhubaneswar
Friday, March 29, 2024
Homeଓଡିଶାସ୍ୱାମୀଙ୍କ ବିରୋଧରେ ଗୁରୁତର ଅଭିଯୋଗ କରି ସ୍ତ୍ରୀ ଏସପିଙ୍କ ଦ୍ୱାରସ୍ଥ

ସ୍ୱାମୀଙ୍କ ବିରୋଧରେ ଗୁରୁତର ଅଭିଯୋଗ କରି ସ୍ତ୍ରୀ ଏସପିଙ୍କ ଦ୍ୱାରସ୍ଥ

ପୁରୀ : ସ୍ତ୍ରୀର ମାନ୍ୟତା ଦେଇ ଘରକୁ ନେବାକୁ କହିଲେ ସ୍ୱାମୀ ଚୁଟି ଟାଣି ମାରଧର କରନ୍ତି । ସବୁବେଳେ ଧମକ ଦିଅନ୍ତି ଆମ ଘରକୁ ନେଇ ଛାତରୁ ଠେଲି ମାରିଦେବି । ଫଳରେ ମୋର ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇ ଯାଉଛି ବୋଲି ଅଭିଯୋଗ କରିବା ସଙ୍ଗେ ସଙ୍ଗେ ତାଙ୍କୁ ନ୍ୟାୟ ପ୍ରଦାନ ପୂର୍ବକ ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏସପିଙ୍କୁ ଆକୁଳ ନିବେଦନ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ବାରିଜଙ୍ଗ ଗ୍ରାମର ରବୀନ୍ଦ୍ର ମହାପାତ୍ରଙ୍କ କନ୍ୟା ଅନସୂୟା ମହାପାତ୍ର(୨୭) । ପୂର୍ବରୁ ତାଳବଣିଆ ଥାନା ଓ ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ଫଳ ନମିଳିବାରୁ ପୁନର୍ବାର ଅନସୂୟା ଏସପିଙ୍କୁ ତାଙ୍କର ଦୁଃଖର କାହାଣୀ ଲିଖିତ ଭାବେ ଜଣାଇଛନ୍ତି । ଅନସୂୟା ଅଭିଯୋଗ କରିଛନ୍ତି ଯେ ୨୦୧୬ମସିହାରେ ବାଲିଘାଟ ସୁଭଦ୍ରାନଗର ଧ୍ରୁବ ମହାନ୍ତିଙ୍କ ପୁଅ ଅଜିତ ମହାନ୍ତି(୩୫)ଙ୍କୁ ସେ କୋର୍ଟ ବିବାହ କରିଥିଲେ ।

ସ୍ୱାମୀ ତାଙ୍କ ସହ ଶାରୀରିକ ସମ୍ପର୍କ ରକ୍ଷା କରିବା ପରେ ସେ ୨ମାସର ଗର୍ଭବତୀ ହୋଇଥିଲେ କିନ୍ତୁ ତାଙ୍କର ଗର୍ଭପାତ କରାଇ ଦିଆଗଲା । ଫଳରେ ସେ ସବୁବେଳେ ଅସୁସ୍ଥତା ଅନୁଭବ କରୁଛନ୍ତି । ସ୍ତ୍ରୀର ଅଧିକାର ଦାବି କରିବା ପାଇଁ ସାନଭାଇକୁ ଧରି ଅଟୋରିକ୍ସାରେ ସ୍ୱାମୀଙ୍କ ଘରକୁ ଯାଇଥିଲେ କିନ୍ତୁ ସ୍ୱାମୀ ଓ ତାଙ୍କ ଦୁଇ ସାନଭାଇ ଘର ଭିତରକୁ ଭିଡ଼ି ନେଇ ହାତରୁ ଚୁଡ଼ି ଭାଙ୍ଗି ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ । ଏ ସମ୍ପର୍କରେ ସେ ତାଳବଣିଆ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ପକ୍ଷରୁ ଆଇପିସିର ୪୯୮(କ), ୩୫୪, ୩୫୪(ଖ), ୩୦୭, ୫୦୬ ଓ ୩୪ ଦଫାରେ ୧୨୪/୨୦ ନମ୍ବର ମାମଲା ରୁଜୁ କରାଯାଇ ଏଏସଆଇ ପୂର୍ଣ୍ଣଚନ୍ଦ୍ର ମଲ୍ଲିକଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଥିଲା ।

ବିନାମୂଲ୍ୟରେ ତାଙ୍କୁ ଏତଲା କପି ଯୋଗାଇଦେବାକୁ ଆଇଆଇସି ନିର୍ଦ୍ଦେଶ ଦେଇଥିଲେ କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ସେ ୨୦୨୦ ମସିହା ଅକ୍ଟୋବର ୨୯ତାରିଖରେ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ସ୍ୱାମୀ ତାଙ୍କୁ ମାନସିକ ନିର୍ଯାତନା ଦେବା ସହ ଅନ୍ୟମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିବା ଓ ଗର୍ଭ ନଷ୍ଟ କରିବା ନେଇ ଅଭିଯୋଗ କରାଯାଇଥିଲା । ଏପର୍ଯ୍ୟନ୍ତ ତାଙ୍କ ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ଅନସୂୟା ପୁନର୍ବାର ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking