38.8 C
Bhubaneswar
Friday, April 19, 2024
Homeଓଡିଶାବିନା ଭକ୍ତରେ ହେବ ସ୍ନାନ ଯାତ୍ରା ?

ବିନା ଭକ୍ତରେ ହେବ ସ୍ନାନ ଯାତ୍ରା ?

ପୁରୀ : ପୁରୀ ସହର ସମେତ ସମଗ୍ର ଜିଲ୍ଲାରେ ବଢ଼ି ଚାଲିଛି କୋଭିଡ଼ ସଂକ୍ରମଣ । ପ୍ରତ୍ୟହ ଜିଲ୍ଲାରେ ଶହ ଶହ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଲକଡ଼ାଉନ ଓ ସଟଡ଼ାଉନ ସତ୍ତ୍ୱେ କୋଭିଡ଼ ସଂକ୍ରମଣକୁ କାବୁ କରାଯାଇ ପାରିନାହିଁ । ଏଥିସହିତ ସାରା ରାଜ୍ୟରେ ମଧ୍ୟ କୋଭିଡ଼ ସଂକ୍ରମଣ ଓ ମୃତ୍ୟୁ ଜାରି ରହିଛି । ଏଭଳି ପରିସ୍ଥିତିରେ ଜୁନ ୨୪ତାରିଖ ଗୁରୁବାର ଦେବସ୍ନାନ ପୂର୍ଣ୍ଣମୀ ଅବସରରେ ଅନୁଷ୍ଠିତ ହେବାକୁ ଯାଉଛି ମହାପ୍ରଭୁଙ୍କ ପ୍ରସିଦ୍ଧ ସ୍ନାନ ଯାତ୍ରା ।

କୋଭିଡ଼ ସଂକ୍ରମଣର ସାମ୍ପ୍ରତିକ ସ୍ଥିତି ଜାରି ରହିଲେ ଗତବର୍ଷ ଭଳି ଏ ବର୍ଷ ମଧ୍ୟ ବିନା ଭକ୍ତରେ ସ୍ନାନ ଯାତ୍ରା ସମ୍ପନ୍ନ ହୋଇପାରେ ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ତେବେ ସ୍ନାନ ଯାତ୍ରା ନେଇ ଏ ପର୍ଯ୍ୟନ୍ତ କୌଣସି ନିର୍ଦ୍ଧିଷ୍ଟ ନିଷ୍ପତ୍ତି ନିଆଯାଇନାହିଁ । ତେବେ ରଥ ନିର୍ମାଣ କାର୍ଯ୍ୟ ଯଥାରୀତି ଆଗେଇ ଚାଲିଛି ।

କୋଭିଡ଼ ସଂକ୍ରମଣର ସ୍ଥିତି ଉପରେ ନିର୍ଭର କରୁଛି ସ୍ନାନଯାତ୍ରା ସମ୍ପର୍କିତ ନିଷ୍ପତ୍ତି । ଯଦି କୋଭିଡ଼ର ଦୈନିକ ସଂକ୍ରମଣ ହାର ଅବ୍ୟାହତ ରହେ ତେବେ ବିନା ଭକ୍ତରେ ହୋଇପାରେ ସ୍ନାନଯାତ୍ରା । ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନର ବୈଠକରେ ଏ ସମ୍ପର୍କରେ ଯାହା କିଛି ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ପ୍ରକାଶ କରିଛନ୍ତି । ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଜିଲ୍ଲାପାଳ କହିଛନ୍ତି ଯେ ରଥ ନିର୍ମାଣ କାର୍ଯ୍ୟ ଯଥାରୀତି ଚାଲିଛି । ସ୍ନାନ ପୂର୍ଣ୍ଣମୀ ପ୍ରାୟ ୩ସପ୍ତାହ ବାକି ରହିଛି ।

ତେଣୁ ପରିସ୍ଥିତିକୁ ଦେଖି ଯାହା କିଛି ନିଷ୍ପତ୍ତି ନିଆଯିବ । ଜିଲ୍ଲାପାଳ ପ୍ରକାଶ କରିଛନ୍ତି ଯେ ରଥଖଳାରେ ଆଉ କୌଶସି ସେବକ ପଜିଟିଭ ଚିହ୍ନଟ ହୋଇନାହାନ୍ତି । ନିର୍ବିଘ୍ନରେ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ରଥ ନିର୍ମାଣରେ ନିୟୋଜିତ ସେବକମାନଙ୍କୁ ଅନ୍ୟମାନଙ୍କ ସଂସ୍ପର୍ଶରେ ଆସିବାକୁ ଦିଆଯାଉନାହିଁ । ସ୍ନାନଯାତ୍ରା ସମ୍ପର୍କରେ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରାଯାଉଛି । ସମସ୍ତଙ୍କ ମତାମତ ବିଚାରକୁ ନେଇ ପରିସ୍ଥିତି ଦୃଷ୍ଟିରୁ ଯାହା କିଛି ନିଷ୍ପତ୍ତି ଗ୍ରହଣ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking