39.1 C
Bhubaneswar
Wednesday, April 24, 2024
Homeଓଡିଶାଆଜିଠାରୁ ଶ୍ରୀମନ୍ଦିର ସେବାୟତଙ୍କୁ ଦିଆଯିବ ହୋମିଓପାଥି ଔଷଧ

ଆଜିଠାରୁ ଶ୍ରୀମନ୍ଦିର ସେବାୟତଙ୍କୁ ଦିଆଯିବ ହୋମିଓପାଥି ଔଷଧ

ଭୁବନେଶ୍ୱର : ଶ୍ରୀମନ୍ଦିର ସେବାୟତଙ୍କୁ ହୋମିଓପାଥି ଔଷଧ ଦିଆଯିବ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ହୋମିଓପାଥି ଔଷଧ ଦିଆଯିବ। ଔଷଧ ଦେବାକୁ ନୀଳାଦ୍ରୀ ଭକ୍ତ ନିବାସରେ ଆଜିଠାରୁ ଏକ ଶିବିର ଖୋଲାଯିବ। ଏହି ଶିବିର ଆୟୋଜନ ପାଇଁ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ରିଜିଓନାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଅଫ୍ ହୋମିଓପାଥି କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି। ଏହି ଶିବିର ଆଜିଠାରୁ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଆଜିଠାରୁ ଅନୁଷ୍ଠିତ ହୋଇଥିବା ଶିବରର ପ୍ରଥମ ଦିନରେ ୭୪ ଜଣ ଦଇତାପତି, ଦ୍ବିତୀୟ ଦିନରେ ୩୪୫ଜଣ ପ୍ରତିହାରୀ, ତୃତୀୟ ଦିନରେ ୬୦୦ ସୁଆର ମହାସୁଆର, ଚତୁର୍ଥ ଦିନରେ ୧୫୪ଜଣ ପୂଜାପଣ୍ଡା, ପଞ୍ଚମ ଦିନରେ ୩୪ଜଣ ଗରାବଡୁ ସେବକଙ୍କୁ ଔଷଧ ଦିଆଯିବ। ଅନ୍ୟପଟେ ଆସନ୍ତା ଜୁନ୍ ୨୩ରେ ରହିଛି ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏନେଇ ରାଜ୍ୟ ସରକାର ପୁରୀ ଶ୍ରୀ ମନ୍ଦିର ନଖୋଲିବା ପାଇଁ ନଷ୍ପତି ନିଆଯାଇଛି। ତେବେ ରାଜ୍ୟ ସରକାର ଶ୍ରୀମନ୍ଦିର ପ୍ରତି କୋହଳ ମନୋଭାବ ପ୍ରଦର୍ଶନ କରିବାକୁ ସେବାୟତ ଦାବି କରିଛନ୍ତି।
https://onakhabar.com/2020/06/09/food-cooked-for-migrant-wastege-at-gajapati-dist/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking