40.1 C
Bhubaneswar
Thursday, April 25, 2024
Homeଓଡିଶାସୁନାବେଶରେ ଅଘଟଣ : ଖସିଗଲା ମହାପ୍ରଭୁଙ୍କ କିରିଟିର କିଆ

ସୁନାବେଶରେ ଅଘଟଣ : ଖସିଗଲା ମହାପ୍ରଭୁଙ୍କ କିରିଟିର କିଆ

ପୁରୀ: ସରିଲା ସୁନାବେଶ। ମହଣ ମହଣ ସୁନାରେ ସଜ୍ଜିତ ହୋଇ ମହାପ୍ରଭୁ ରାଜରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ। କିରୀଟ, ଶ୍ରୀପୟର, ଶ୍ରୀଭୂଜ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡକାନି, ଘାଗଡାମାଳି, କଦମ୍ବମାଳି, ବାହାଡାମାଳି, ତାବିଜ ମାଳି, ସେବତୀ ମାଳି, ହଳ ଓ ମୂଷଳ ଲାଗି ହୋଇ ଅପୂର୍ବ ବେଶରେ ସଜ୍ଜିତ ହୋଇଥିଲେ । ତେବେ ଗତବର୍ଷ ଭଳି ଏଥର ମଧ୍ୟ ବିନା ଭକ୍ତରେ ମହାପ୍ରଭୁଙ୍କ ସୁନାବେଶ ହୋଇଥିଲା ।ସୁନାବେଶ ପାଇଁ ପୁରୀର କିଛି ଅଞ୍ଚଳରେ କର୍ଫ୍ୟୁ ବଳବତ୍ତର ରହିଛି ।

ସୁନାବେଶ ସମୟରେ ଘଟିଯାଇଛି ଏକ ଅଘଟଣ। ମହାପ୍ରଭୁଙ୍କ କିରିଟିର ବାମପଟୁ ତୃତୀୟ କିଆ ଭାଙ୍ଗିଯାଇଛି ସୁନାବେଶ ସମୟରେ। ଭାଙ୍ଗିଯାଇଥିବା କିଆ ସ୍ଥାନରେ ଫୁୁଲ ଲଗାଇ ଦିଆଯାଇଥିବା ଦେଖିବା ମିଳିଥିଲା। ମହାପ୍ରଭୁଙ୍କ ଏହି କିରିଟିରେ ସାଧାରଣତଃ ୨୧ଟି କିଆ ଥାଏ। ତେବେ ୨୦ଟି ଥିବାବେଳେ ଗୋଟିଏ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଥିଲା ସୁନାବେଶ ସମୟରେ।

ଶ୍ରୀଜଗନ୍ନାଥଙ୍କ ବାମପଟ ତୃତୀୟ କିଆଟି ନଥିଲା। ତେବେ ଭଣ୍ଡାର ମେକାପ ଲକ୍ଷ୍ମୀନାରାୟଣ ମେକାପ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଭଣ୍ଡାରରୁ ଆଣିବା ସମୟରେ ଠିକଠାକ୍ ଥିଲା। କିନ୍ତୁ ରଥ ଉପରେ ହାତ ବାଜି ଭାଙ୍ଗିଯାଇଛି। ତାକୁ ସୁରକ୍ଷିତ ଭାବେ ରଖାଯାଇଛି। ଏହାର ମରାମତି ହେବ ବୋଲି କହିଛନ୍ତି। ସେହିପରି ଛତିଶା ନିଯୋଗ ନାୟକ କହିଛନ୍ତି ଏସବୁର ମରାମତି ପାଇଁ ପୂର୍ବରୁ କୁହାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking