ପୁରୀ : ଗତ ବର୍ଷ ଫନି, ପରେ ମହାମାରୀ କରୋନା ଏବେ ସମ୍ଭାବ୍ୟ ବାତ୍ୟା କୁ ନେଇ ଲୋକମାନଙ୍କ ଭିତରେ ଭୟ ବାର୍ତ୍ତାବରଣ ସୁଷ୍ଟି ହୋଇଛି ! ପୁରୀ ଉପକୂଳ ରେ ଆଫନ ର ପ୍ରଭାବ ଦେଖିବାକୁ ମିଳିଛି !ଆଫନ ମୁକାବିଲା ପାଇଁ ପୁରୀ ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି !ପୁରୀ ଜିଲ୍ଲା ଉପକୂଳ ବର୍ତ୍ତୀ ପାଞ୍ଚ ଟି ବ୍ଲକ ରେ ବାତ୍ୟା ମୁକାବିଲା ପ୍ରସ୍ତୁତି କୁ କଡାକଡି କରାଯାଇଛି ! ଜିଲ୍ଲା ରେ 885 ଟି ବାତ୍ୟା ଆଶ୍ରୟସ୍ତଳ ଚିନ୍ହଟ କରାଯାଇଛି ! କୌଣସି ପରିସ୍ଥିତି ରେ ବାତ୍ୟା ର ପ୍ରଭାବ ପଡିଲେ ଲୋକମାନକୁ ବାତ୍ୟା ଆଶ୍ରୟ ସ୍ଥଳ କୁ ସ୍ଥାନସ୍ତଳତ କରାଯିବା ସହ ସେଠାରେ ଖାଦ୍ୟ, ପାନୀୟ, ଔଷଧ ର ଵେବସ୍ତା କରାଯାଇଛି ! ବାତ୍ୟା ଆଫନ ର ସାଧାରଣ ପ୍ରଭାବ ଦେଖିବାକୁ ମିଳିବା ସହ ଗତ କାଲି ଓ ଆଜି ମଧ୍ୟ ରେ ପୁରୀ ବେଳାଭୂମି ରେ 4 ଫୁଟ 4 ଫୁଟ ଉଞ୍ଚ ରେ ଜୁଆର ଦେଖିବା କୁ ମିଳିଛି ! ପାଗ ସମ୍ପୂର୍ଣ ଭାବେ ବଦଳିବା ସହ ଆକାଶ ମଧ୍ୟରେ କଳାବାଦଲ ଛାଇ ହୋଇ ରହିଛି ! ଗତ ବର୍ଷ ଫନି ର ତାଣ୍ଡବ କୁ ଦୃଷ୍ଟି ରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀ ଉପକୂଳବର୍ତ୍ତୀ 6 ଟି ବ୍ଲକ କୁ ତଥା ଅସ୍ତରଙ୍ଗ, କାକଟପୁର, ଗୋପ, , ପୁରୀ ସଦର, ନିମାପଡା, କୋଣାର୍କ ଏନଏସି ଅଂଚଳ କୁ ଅଧିକ ସତର୍କତା ଅବଲମ୍ବନ କରାଯାଇଛି ! ପୁରୀ ଜିଲ୍ଲାପ୍ରଶାସନ ପକ୍ଷରୁ ମସ୍ୟଜୀବି ମାନଂକୁ ସମୁଦ୍ର ମଧ୍ୟ କୁ ନ ଯିବା ପାଇଁ ବାରଣ କରାଯାଇଛି ! ଆଜି କୌଣସି ଡ଼ଙ୍ଗା ମଧ୍ୟ ସମୁଦ୍ର ମଧ୍ୟ କୁ ଯାଇନାହିଁ ! ଅନ୍ୟପଟେ ପୁରୀ ବେଳାଭୂମି ଉଠା ଦୋକାନୀ ମାନଂକୁ ଦୋକାନ ସ୍ଥାନସ୍ଥରୀତ କରିବାକୁ ପ୍ରଶାସନ ନିର୍ଦେଶ ଦେବା ପରେ ସମସ୍ତ ଉଠା ଦୋକାନୀ ମାନେ ନିଜ ନିଜ ଦୋକାନ କୁ ବେଳାଭୂମି ରୁ ଖାଲି କରି ସ୍ୱର୍ଗଦ୍ୱାର ସ୍ଥିତ ମେନ ରୋଡ ଉପରକୁ ନେଇ ଆସିଛନ୍ତି !