31.1 C
Bhubaneswar
Friday, March 29, 2024
Homeଓଡିଶାଶ୍ରୀ କ୍ଷେତ୍ର ଭଉଁରୀ ରେ ରଥ ନିର୍ମାଣ ଲାଗି ଚକ ସହ ଅଖ ସଂଯୋଗ

ଶ୍ରୀ କ୍ଷେତ୍ର ଭଉଁରୀ ରେ ରଥ ନିର୍ମାଣ ଲାଗି ଚକ ସହ ଅଖ ସଂଯୋଗ

ପୁରୀ  : ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ । ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରାର ଶେଷ ଦିନ । ସେପଟେ ପରମ୍ପରା ଅନୁଯାୟୀ ଆଜି ତିନି ରଥର ୩ ନାହାକା ଅଖରେ ଚକ ସଂଯୋଗ ଅନୁକୂଳ ହୋଇଛି ।
ଚଳିତ ବର୍ଷ କରୋନା କାରଣରୁ ବାହାର ଚନ୍ଦନ ନୀତି ସଂପନ୍ନ ହେଉଛି ଶ୍ରୀ ମନ୍ଦିର ଭିତରେ । ତେଣୁ ଶ୍ରୀକ୍ଷେତ୍ରରେ ଭଉଁରୀର ସମସ୍ତ ନୀତି ଏଥର ମଧ୍ୟ ମନ୍ଦିର ଭିତରେ କରାଯାଉଚି  । ଭଉଁରୀ ତିଥିରେ ତିନି ପୂଜାପଣ୍ଡା ସକାଳ ଧୂପ ପରେ ମହାପ୍ରଭୁଙ୍କ ନିକଟରୁ ୩ଟି ଆଜ୍ଞାମାଳ ଆଣି ତିନି ରଥର ଚକ ଅଖ ନିକଟରେ ଲାଗି କରିଛନ୍ତି l
 ଏହିକ୍ରମରେ ତିନି ରଥର ତିନୋଟି ଅଖରେ ମୋଟ୍ ୬ଟି ଚକ ସଂଯୋଗ କରା ଯାଇଛି ।  । ଭଉଁରୀ ତିଥିରେ ତିନି ପୂଜାପଣ୍ଡା ସକାଳ ଧୂପ ପରେ ମହାପ୍ରଭୁଙ୍କ ନିକଟରୁ ୩ଟି ଆଜ୍ଞାମାଳ ଆଣି ତିନି ରଥର ଚକ ଅଖ ନିକଟରେ ଲାଗି କରିବା ପରେ ମୁଖ୍ୟ ବିଶ୍ୱକର୍ମା ମାନଙ୍କୁ ଶାଢୀ ବନ୍ଧା ଯାଇ ଥିଲା ।
ଏହା ପରେ ରଥ ଚକ ଅଖ ଯୋଡା କାମ ଅନୁକୂଳ ହୋଇ ଥିଲା । ରଥ ସଂହିତା ଅନୁସାରେ ତିନି ରଥରେ ଚକ ଅଖ ଡେରା ଏକ ପ୍ରମୁଖ କାମ । ଭଭଁରୀ ଓ ରଥ ଚକ ଅଖ ଡେରା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ବ୍ୟବସ୍ଥା ହୋଇଥିଲା ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking