37.1 C
Bhubaneswar
Thursday, March 28, 2024
Homeଓଡିଶା୪ ଦିନ ପାଇଁ ଜାମିନରେ ଜେଲରୁ ବାହାରିଲେ ପୁଞ୍ଜିଲାଲ

୪ ଦିନ ପାଇଁ ଜାମିନରେ ଜେଲରୁ ବାହାରିଲେ ପୁଞ୍ଜିଲାଲ

ପାଟଣାଗଡ଼ : ମା’ଙ୍କ ଶ୍ରାଦ୍ଧ କାର୍ଯ୍ୟକ୍ରମରେ ଯୋଗଦେଇଥିବା ପାଟଣାଗଡ଼ ବୋମା ବିସ୍ପୋରଣର ଏକମାତ୍ର ତଥା ମୁଖ୍ୟଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ କୋର୍ଟ ୪ଦିନିଆ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଗୁରୁବାର ସକାଳୁ ଜେଲରୁ ବାହାରିବା ପରେ ପୁଞ୍ଜିଲାଲ୍ ପାଟଣଗଡ଼ ଯାଇଛନ୍ତି । ଶ୍ରାଦ୍ଧ କାର୍ଯ୍ୟ ସରିବା ପରେ ପୁଞ୍ଜିଲାଲ ପୁଣି ୨୮ ତାରିଖ ଦିନ ୧୧ ଟା ସୁଦ୍ଧା  ଜେଲ ୍‌ହାଜତକୁ ଫେରି ଆସିବେ । ତେବେ କୋର୍ଟ ପୁଞ୍ଜିଲାଲଙ୍କ କିଛି କଡ଼ା ସର୍ତ୍ତ ରଖିଛନ୍ତି । ଏହି ଜାମିନ ଅବଧି ସମୟରେ ସେ କୌଣସି ଗଣମାଧ୍ୟମକୁ ବିବୃତ୍ତି ଦେଇ ପାରିବେ ନାହିଁ । ସାକ୍ଷ୍ୟମାନଙ୍କୁ ପ୍ରଭାବିତ କରିବା ପାଇଁ ଉଦ୍ୟମ କରିବେ ନାହିଁ, ଘରୁ ଅନ୍ୟ ଆଡ଼କୁ ଗଲେ ପାଟଣାଗଡ଼ ଥାନାଧିକାରୀରୁଙ୍କୁ ଜଣାଇବେ । ଏହାସହିତ ପୁଞ୍ଜିଲାଲଙ୍କ ଉପରେ ୨୪ ଘଣ୍ଟା ନଜର ରଖିବା ପାଇଁ ପାଟଣାଗଡ଼ ଥାନାଧିକାରୀଙ୍କୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ପୁଞ୍ଜିଲାଲ ଜେଲରେ ଥିବା ସମୟରେ ତାଙ୍କ ମା’ଙ୍କର ମୃତ୍ୟୁ ହୋଇଥିଲା । ସେହି ସମୟରେ ଜାମିନ ପ୍ରଦାନ ପାଇଁ ପୁଞ୍ଜିଲାଲଙ୍କ ଓକିଲ କୋର୍ଟରେ ଆବେଦନ କରିଥିଲେ । ତେବେ ୧୨ ତାରିଖ ଦିନ ମା’ଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେବା ପାଇଁ କୋର୍ଟ ୨୪ ଘଣ୍ଟିଆ ମହଲତ ପ୍ରଦାନ କରିଥିଲେ । ହେଲେ ନିୟମିତ ଜାମିନ ଆଗ୍ରହ୍ୟ କରିଥିଲେ । ପରେ ପୁଞ୍ଜିଲାଲଙ୍କ ପରିବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଓ ହାଇକୋର୍ଟ ଶ୍ରାଦ୍ଧ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ୪ ଦିନିଆ ଜାମିନ ପ୍ରଦାନ କରିଛନ୍ତି ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking