ନାବାଳିକାକୁ ଦୁର୍ଷ୍କମ ଓ ହତ୍ୟା ଘଟଣା; ରାହୁଲ–ତେଜସ୍ୱୀଙ୍କ ନୀରବତା ଉପରେ ବିଜେପିର ପ୍ରଶ୍ନ

ପଞ୍ଜାବ: ପଞ୍ଜାବ ସ୍ଥିତ ଟାଣ୍ଡା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗରୁବାର ଦିନ ଏକ ୬ ବର୍ଷର ନାବାଳିକା ସହ ବଳତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ପୋଲିସ୍ ର କହିବା ଅନୂସାରେ, ଝିଅ ଟିର ମୃତ ଶରୀର ଅଧଜଳା ଅବସ୍ଥାରେ ଟାଣ୍ଡାର ଏକ ଭଙ୍ଗାଘରୁ ମିଳିଛି । ଏହି ଘଟଣା ଏବେ ରାଜନୈତିକ ମୋଡ ନବାକୁ ଲାଗିଛିା ଦଳିତଙ୍କୁ ନେଇ ରାଜନୀତି କରୁଥିବା ରାହୁଲ ଗାନ୍ଧୀ ଓ ତେଜସ୍ୱୀ ୟାଦବ ,ଏହି ଘଟଣାକୁ ନେଇ ଚୁପ୍ କାହିଁକି ବୋଲି ବିଜେପି ପ୍ରଶ୍ନ କରିଛି?
ପଞ୍ଜାବ ପୋଲିସ୍‌ର କହିବା ଅନୂସାରେ ମୃତ ନାବାଳିକା ଜଣକ ଏକ ପ୍ରବାସୀ ଶ୍ରମିକଙ୍କ ଝିଅ ଥିଲେ ଓ ଏହି ଗ୍ରାମରେ ରହୁଥିଲେ । ବିଜେପିର ରାଷ୍ଟ୍ରିୟ ସୂଚନା ଅଧିକାରୀ ଅମିତ୍ ମାଲବୀୟ କହିଛନ୍ତି, ଏହି ଦଳିତ ପରିବାର ବିହାରର ଏକ ପ୍ରବାସୀ ଶମିକ । ମାଲବୀୟ କହିଥିଲେ କି ଏହି ଦଳିତ ପରିବାରର ଏହି ୬ ବର୍ଷର ଝିଅକୁ ଦୁର୍ଷ୍କମ କରି ତା ପରେ ତାକୁ ଜଳାଇ ମାରିଦିଆଯାଇଛି । ଏହି ଘଟଣାର ମାମଲାରେ ପୋଲିସ୍ ଗୁରପ୍ରିତ୍ ସିଂ ଓ ଦାଦା ସୁରଜିତ ସିଂଙ୍କୁ ହତ୍ୟା ,ଦୁଷ୍କର୍ମ ଓ ଆ.ଇ.ପି.ସିର ଅନ୍ୟ ଧାରା ସହ ପସ୍କୋ ଆକ୍ଟରେ ଗିରଫ କରିଛି । କିନ୍ତୁ ରାହୁଲ ଗାନ୍ଧି ଓ ତେଜସ୍ୱୀ ଯାଦବ ଏହି ଘଟଣାକୁ ନେଇ ଚୁପ୍ ଅନ୍ଥି ।
ସୂଚନା ଥାଉ କି ଉତ୍ତର ପ୍ରଦେଶର ହାତରସରେ ହେଇଥିବା ହତ୍ୟା ଓ ଦୁର୍ଷ୍କମ କୁ କେନ୍ଦ୍ର କରି କଂଗ୍ରେସ ସହ ଅନ୍ୟ ବିରୋଧୀ ଦଳ ୟୁ.ପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରକୁ ଆକ୍ଷେପ କରିବା ସହିତ ଶାସନ ବ୍ୟବସ୍ଥା ଉପରେ ଆରୋପ ଲଗାଇଥିଲେ ।

LEAVE A REPLY

Please enter your comment!
Please enter your name here