39.1 C
Bhubaneswar
Tuesday, April 23, 2024
Homeଓଡିଶାସବୁ ପରୀକ୍ଷା ବନ୍ଦ ଏବଂ ମ୍ୟାଟ୍ରିକ ଖାତା ମୂଲ୍ୟାୟନ ସ୍ଥଗିତ

ସବୁ ପରୀକ୍ଷା ବନ୍ଦ ଏବଂ ମ୍ୟାଟ୍ରିକ ଖାତା ମୂଲ୍ୟାୟନ ସ୍ଥଗିତ

ଭୁବନେଶ୍ୱର : ସାରା ବିଶ୍ୱରେ କରୋନାଭାଇରସ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି । ମହାମାରୀ କରୋନା ଭାଇରସ ଚାଇନାରୁ ଆରମ୍ଭ ହୋଇ ପୂରା ବିଶ୍ୱକୁ କବଳିତ କରିବାକୁ ବସିଲାଣି । ଡିସେମ୍ବର ମାସରେ ଚାଇନାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ । କିନ୍ତୁ ଏହା ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଟପି ଯାଇଛି । ସେହିପରି କରୋନା ଜନିତ ମୃତ୍ୟୁସଂଖ୍ୟା ୮ ହଜାର ଡେଇଁଛି।ଚୀନରେ କରୋନା ଭାଇରସର ପ୍ରକୋପ ହ୍ରାସ ପାଉଥିବାବେଳେ ସଂକ୍ରମଣର କେନ୍ଦ୍ରସ୍ଥଳୀ ୟୁରୋପକୁ ଚାଲିଆସିଛି । ଏହି କରୋନା ଭାଇରସର ଅପଡେଟ ଦେଇଛନ୍ତି ମୁଖପାତ୍ର ସୁବ୍ରତ ବାଗଚୀ ।
କରୋନା ଭୂତାଣୁ ସଂକ୍ରମଣ ଦୃଷ୍ଟିରେ ରଖି ସମସ୍ତ ସ୍କୁଲ୍, କଲେଜ୍, ସମସ୍ତ କୋଚିଂ ସେଣ୍ଟର, ଜିମ୍, ଫିଲ୍ମ ହଲ୍, ସପିଂ ମଲ୍, ଶୋ ରୁମ, ପାର୍ଲର, ସ୍ପା ସେଣ୍ଟର ଓ ପର୍ଯ୍ୟଟନ ସ୍ଥଳୀକୁ ବନ୍ଦ କରିଦିଆଯାଇଥିବା ବେଳେ ଅନେକ ଜନଗହଳି ପୂର୍ଣ୍ଣ ସ୍ଥାନ ଗୁଡିକୁ ବନ୍ଦ କରି ଦିଆଯାଇଛି । କେବଳ ସେତିକି ନୁହେଁ ଏହା ଛଡା ବିଭିନ୍ନ ପରୀକ୍ଷା ଗୁଡିକ ମଧ୍ୟ ସ୍ଥଗିତ ରଖାଯାଇଛି । କାଲିଠାରୁ ମନ୍ଦିର , ମସଜିଦ, ଗୀର୍ଜା ମନା ହୋଇଛି । ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ ଧର୍ମୀୟ ଅନୁଷ୍ଠାନରେ ସାଧାରଣ ଦର୍ଶନ ବନ୍ଦ ରହିବ । କୌଣସି ମନ୍ଦିର, ମସଜିଦ, ଗୀର୍ଜାକୁ ଯାଇ ପାରିବେନି ଦର୍ଶନାର୍ଥୀ । ତେବେ ଧର୍ମୀୟ ଅନୁଷ୍ଠାନର ସମସ୍ତ ନୀତିକାନ୍ତି ଚାଲୁ ରହିବ । ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ବନ୍ଦ କରାଯାଇଛି । ଆଇସିଏସଇ ୧୦ମ ଓ ଦ୍ୱାଦଶ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିବା ବେଳେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପରିଚାଳିତ ୧୦ମ ଓ ଦ୍ୱାଦଶ ପରୀକ୍ଷାକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ସେହିଭଳି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ର ଦଶମ ଓ ଦ୍ୱାଦଶ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଛି । ଆଜିଠୁ ଆରମ୍ଭ ହୋଇଥିବା ମ୍ୟାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ପ୍ରକ୍ରିୟାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି । କରୋନା ଭାଇରସ ବ୍ୟାପିବାକୁ ହ୍ରାସ ନିମନ୍ତେ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସରକାରଙ୍କ ଆଇଇସି ମୁଖ୍ୟ ତଥା ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking