40.1 C
Bhubaneswar
Thursday, April 25, 2024
Homeଓଡିଶାବିଧାୟକଙ୍କ ପିଏସ୍‌ଓଙ୍କ ଆତ୍ମହତ୍ୟା !

ବିଧାୟକଙ୍କ ପିଏସ୍‌ଓଙ୍କ ଆତ୍ମହତ୍ୟା !

ଭୁବନେଶ୍ୱର : ଗୁଳିମାଡ଼ରେ ବଣାଇ ବିଧାୟକଙ୍କ ପିଏସ୍‌ଓଙ୍କ ମୃତ୍ୟୁ । ବିଧାୟକ ଲକ୍ଷ୍ମଣମୁଣ୍ଡାଙ୍କ ପିଏସ୍‌ଓ ଡମ୍ବରୁ ସାହୁଙ୍କ ମୃତ୍ୟୁ । ନିଜ ସର୍ଭିସ ରିଭରଭଲରୁ ଗୁଳି କରି ପିଏସ୍‌ଓଙ୍କ ଆତ୍ମହତ୍ୟା ସୂଚନା । କୁର୍ଡ଼ା ବାସଭବନରେ ଗୁଳି କରି ଆତ୍ମହତ୍ୟା କରିଛନ୍ତି ବୋଲି ସୂଚନା ମିଳିଛି । ହେଲେ କ’ଣ ପାଇଁ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡ଼ି ନାହିଁ । ଏ ନେଇ ବଣାଇ ଆଇଆଇସିଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଘଟଣାସ୍ଥଳରେ ପୁଲିସ ପହଂଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ଆଜି ଭୋରରୁ ହଠାତ୍  ବଣାଇ ଥାନା ଅନ୍ତର୍ଗତ କୁର୍ଡା ଗ୍ରାମରେ ସ୍ଥିତ ଡମ୍ବରୁଧର ସାହୁଙ୍କ ଘରେ ଏକ ବଡ଼ ଧରଣର ଶବ୍ଦ ହୋଇଥିଲା। ଏହାଶୁଣି ଘରଲୋକେ ଧାଇଁ ଆସିଥିଲେ। ସେମାନେ ଡମ୍ବରୁଧରଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ବଣାଇ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
https://onakhabar.com/2020/06/18/petrol-diesel-price-2/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking