34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗସିବିଆଇ ବିଜେପିର ମୋର୍ଚ୍ଚା ନୁହେଁ

ସିବିଆଇ ବିଜେପିର ମୋର୍ଚ୍ଚା ନୁହେଁ

ଭୁବନେଶ୍ୱର : ଦେବୀ ମିଶ୍ରଙ୍କ ଘରେ ସିବିଆଇ ରେଡ ନେଇ ବିଜେପି ନେତା ପୃଥ୍ୱୀରାଜ ପ୍ରତିକ୍ରିୟା ରଖିଛନ୍ତି । ସିବିଆଇ ବିଜେପିର ମୋର୍ଚ୍ଚା ନୁହେଁ, ବରଂ ଏହା ଏକ ସ୍ୱାଧୀନ ସଂସ୍ଥା ଅଟେ । କେବଳ ଦେବୀ ମିଶ୍ର ନୁହନ୍ତି, ବହୁ ନେତା, ଅଫିସର ଏଥିରେ ସଂପୃକ୍ତ ଅଛନ୍ତି । ଚିଟ୍ ଫଣ୍ଡ ସ୍କାମରେ ସଂପୃକ୍ତ ଥିବା ସମସ୍ତ ବ୍ୟକ୍ତି ଦଣ୍ଡ ପାଇବେ । ବିଜେଡି ସିବିଆଇକୁ ଏତେ ଭୟ କରିବାର କାରଣ କଣ ବୋଲି ପୃଥ୍ୱୀରାଜ ହରିଚନ୍ଦନ ପଚାରିଛନ୍ତି । ସିବିଆଇ ଏକ ସ୍ୱାଧୀନ ସଂସ୍ଥା, କାହା ଉପରେ କାର୍ଯ୍ୟାନୁଷ୍ଠାନ ହେବ , ତାହା ସେମାନଙ୍କ ନିଷ୍ପତ୍ତି ଅଟେ । ସିବିଆଇ ସୁପ୍ରିମକୋର୍ଟ ନିର୍ଦ୍ଦେଶରେ କାମ କରୁଛି । ତଦନ୍ତ ନିଷ୍କର୍ଷରେ ପହଁଚିବା ଆଶା ରହିଛି ।
ଗତକାଲି ବରିଷ୍ଠ ବିଜେପି ନେତା ତଥା ବଡମ୍ବା – ନରସିଂହପୁର ବ୍ଲକର ବିଧାୟକ ଦେବୀ ମିଶ୍ରଙ୍କ ଘରେ ସିବିଆଇ ତରଫରୁ ରେଡ କରାଯାଇଥିଲା । ଏହି ରେଡ ସମୟରେ ସିବିଆଇ କର୍ମଚାରୀଙ୍କ ଦ୍ୱାରା ଦେବୀମିଶ୍ରଙ୍କ ୟୁନିଟ-୧ ସ୍ଥିତ ବାସଭବନରୁ ବିଭିନ୍ନ କାଗଜ ଜବତ କରିଥିଲେ । ଏଥିସହ ଦେବୀମିଶ୍ରଙ୍କ ପୈତୃକ ଘର ନରସିଂହପୁରରେ ମଧ୍ୟ ଚଢାଉ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking