ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ପକ୍ଷରୁ ଜିଲାପାଳ ଅପିଂସ ସମ୍ମୁଖରେ ବିକ୍ଷୋଭ

ଯାଜପୁର: ରାଜ୍ୟରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି,କେନ୍ଦ୍ର ସରକାର ଙ୍କ ସରକାରୀ ଉଦ୍ୟୋଗ କୁ ଘରୋଇ କରଣ ଉଦ୍ୟମ,ଶ୍ରମିକ,କୃଷକ ଓ କର୍ମଚାରୀ ବିରୋଧୀ ନିତୀ ବିରୋଧରେ ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ଯାଜପୁର ଜିଲା ଶାଖା ପକ୍ଷରୁ ଜିଲାପାଳ ଅପିଂସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କେନ୍ଦ୍ର ସରକାର ଯେଉଁଭଳି ଶ୍ରମିକ ମାରଣ ନିତି ଧରିଛନ୍ତି ଏବଂ ଗୋଟିଏ ପରେ ଗୋଟିଏ ସରକାରୀ ସଂସ୍ଥାକୁ ନିଲାମ କରିବାକୁ ଲାଗିଛନ୍ତି ଏହାର ପ୍ରତିବାଦରେ ସଂଗଠନ ପକ୍ଷରୁ ଆଗାମୀ ୩ ଦିନ ପର୍ଯ୍ୟନ୍ତ ଏହି ପ୍ରତିବାଦ ଚାଲିବ । ସନ୍ତୋଷ ନନ୍ଦଙ୍କ ନେତୃତ୍ୱରେ ଚାଲିଥିବା ଏହି ପ୍ରତିବାଦରେ ଜିଲାର ବହୁ ସଂଗଠକ,ଶ୍ରମିକ ସାମିଲ ହୋଇ ଉଭୟ ରାଜ୍ୟ ଓ କେନ୍ଦ୍ରସରକାରଙ୍କ ଉପରେ ବର୍ଷିଥିଲେ ।

LEAVE A REPLY

Please enter your comment!
Please enter your name here