34.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶନାନ୍‌ସି ପେଲୋସିଙ୍କ ତାଇୱାନ୍ ଗସ୍ତର ବିରୋଧ : ଜୟବାୟୁ ପରିବର୍ତ୍ତନ କଥାବାର୍ତ୍ତାରୁ ଓହରିଲା ଚୀନ୍‌

ନାନ୍‌ସି ପେଲୋସିଙ୍କ ତାଇୱାନ୍ ଗସ୍ତର ବିରୋଧ : ଜୟବାୟୁ ପରିବର୍ତ୍ତନ କଥାବାର୍ତ୍ତାରୁ ଓହରିଲା ଚୀନ୍‌

ବେଜିଂ : ଆମେରିକା ପ୍ରତିନିଧି ସଭା ସ୍ପିକର୍ ନାନ୍‌ସି ପେଲୋସିଙ୍କ ତାଇୱାନ୍ ଗସ୍ତକୁ ନେଇ ଅସନ୍ତଷ୍ଟୁତ ଚୀନ୍ ଶୁକ୍ରବାର ଆମେରିକା ସହ ଜୟବାୟୁ ପରିବର୍ତ୍ତନ ଉପରେ ହେବାକୁ ଥିବା କଥାବାର୍ତ୍ତା, ମିଲିଟାରୀ ପ୍ରସଙ୍ଗ ଏବଂ ଡ୍ରଗ୍ସ ବିରୋଧୀ କାର୍ଯ୍ୟକ୍ରମକୁ ରୋକି ଦେଇଛି । ଏହି ଗସ୍ତ ବିରୋଧରେ ଚୀନ୍ ତାଇୱାନ୍‌କ ସାମୁଦ୍ରିକ ତଟର ଛଅଟି ଜୋନ୍‌ରେ ଅଗଷ୍ଟ ୪ ତାରିଖରୁ ମିଲିଟାରୀ ଏକ୍ସରସାଇଜ୍ ମଧ୍ୟ ଆରମ୍ଭ କରିଛି । ଶୁକ୍ରବାର ଚୀନ୍ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଚୀନ୍ ଓ ଆମେରିକାର କମାଣ୍ଡର ଏବଂ ପ୍ରତିରକ୍ଷା ବିଭାଗ ମୁଖ୍ୟଙ୍କ ମଧ୍ୟରେ ହେବାକୁ ଥିବା ଆଲୋଚନାକୁ ସସ୍‌ପେଣ୍ଡ କରାଯାଇଛି । ଏହା ସହିତ ମିଲିଟାରୀ ମେରିଟାଇମ୍ ସେଫ୍ଟି ଉପରେ କଥାବାର୍ତ୍ତାକୁ ମଧ୍ୟ ବାତିଲ କରାଯାଇଛି । ସେହିପରି ଅବୈଧ ଅପ୍ରବାସୀଙ୍କ ପ୍ରତ୍ୟାବର୍ତ୍ତନ, ଅପରାଧିକ ଇନ୍‌ଭେଷ୍ଟିଗେସନ୍‌, ଅନ୍ତରାଷ୍ଟ୍ରୀୟ ଅପରାଧ, ଅବୈଧ ଡ୍ରଗ୍ସ କାରବାର ଏବଂ ଜଳବାୟୁ ପରିବର୍ତ୍ତନକୁ ନେଇ କଥାବାର୍ତ୍ତାକୁ ସସ୍‌ପେଣ୍ଡ୍ କରାଯାଇଛି ।

ଚୀନ୍ ଆମେରିକା ପ୍ରତିନିଧି ସଭା ସ୍ପିକର୍ ନାନ୍ସି ପେଲୋସିଙ୍କ ଉପରେ ବ୍ୟାନ୍ ମଧ୍ୟ ଲଗାଇଛି । ଏହା ସହିତ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ମଧ୍ୟ ଚୀନ୍ ଏହି ବ୍ୟାନ୍ ପରିସରଭୁକ୍ତ କରିଛି । ପେଲୋସିଙ୍କ ତାଇୱାନ୍ ଗସ୍ତ ପରେ ଚୀନ୍ ପକ୍ଷରୁ ଆମେରିକା ବିପକ୍ଷରେ ଏହା ଉଠାଯାଇଥିବା ସବୁଠୁ ବଡ଼ ପଦକ୍ଷେପ । ଚୀନ୍ ମୁଖପତ୍ର ଗ୍ଲୋବାଲ୍ ଟାଇମ୍ସରେ ଚୀନ୍ ବିଦେଶ ମନ୍ତ୍ରଣାଳୟ କହିଛି, ପେଲୋସିଙ୍କ ତାଇୱାନ୍ ଗସ୍ତ ଚୀନ୍‌ର ଅସମ୍ମାନ କରିଛି । ଏହା ଚୀନ୍‌ର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରିବା ଭଳି କାର୍ଯ୍ୟ । ଏପରି କରି ଆମେରିକା ଚୀନ୍‌ର ଏକତା ଏବଂ ସାର୍ବଭୌମତ୍ୟକୁ ଚାଲେଞ୍ଜ୍ କରିଛି । ଏହା ବ୍ୟତୀତ ଚୀନ୍‌ର ୱାନ୍ ଚୀନ୍ ପଲିସିକୁ ଆମେରିକା ଅଣଦେଖା ମଧ୍ୟ କରିଛି । ଏହି କାରଣରୁ ତାଇୱାନ୍ ଷ୍ଟେଟ୍ ସମେତ ପୂରା ଅଞ୍ଚଳର ଶାନ୍ତି ଏବଂ ସ୍ଥିରତା ପ୍ରତି ଗମ୍ଭୀର ବିପଦ ସୃଷ୍ଟି ହୋଇଛି ବୋଲି ଗ୍ଲୋବାଲ୍ ଟାଇମ୍ସରେ ପ୍ରକାଶ ପାଇଛି ।

ନାନ୍ସିଙ୍କ ଏହି ଗସ୍ତକୁ ନେଇ ଅସନ୍ତୁଷ୍ଟ ଚୀନ୍ ଅଗଷ୍ଟ ୪ ତାରିଖରୁ ତାଇୱାନ୍‌ର ଚତୁଃପାଶ୍ୱର୍ରେ ଲାଇଭ୍ ଫାୟର୍ ଡ୍ରିଲ୍ ଆରମ୍ଭ କରିଛି, ଯାହା ୭ ତାରିଖ ପର୍ଯ୍ୟନ୍ତ ଚାଲିବ । କେବଳ ଏତିକି ନୁହେଁ ତାଇୱାନ୍‌କୁ ଭୟଭୀତ କରିବା ଉଦ୍ଦେଶ୍ୟରେ ଚୀନ୍ ତାଇୱାନ୍‌ର ଜଳରାଶିରେ ମିସାଇଲ୍ ମାଡ଼ କରିଛି । ଏହା ବ୍ୟତୀତ ଜାପାନର ଇକୋନୋମିକ୍ ଜୋନ୍‌ରେ ମଧ୍ୟ ଚୀନ୍ ୫ଟି ମିସାଇଲ୍ ମାଡ଼ କରିଛି ।
ଅନ୍ୟପକ୍ଷରେ ତାଇୱାନ୍ ସମୁଦ୍ରରେ ଚୀନ୍‌ର ଉତ୍ତେଜନା ସୃଷ୍ଟିକାରୀ କାର୍ଯ୍ୟକୁ ବିରୋଧ କରି ଶୁକ୍ରବାର ହ୍ୱାଇଟ୍ ହାଉସ୍ ପକ୍ଷରୁ ଚୀନ୍ ଆମ୍ବାସଡର୍‌ଙ୍କୁ ସମନ କରାଯାଇଛି । ଆମେରିକା ଅଧିକାରୀମାନେ ଚୀନ୍‌ର ଏପରି ମିଲିଟାରୀ କାର୍ଯ୍ୟାନୁଷ୍ଠାନକୁ ଦାୟିତ୍ୱହୀନ କହିବା ସହ ତାଇୱାନ୍ ସମୁଦ୍ର ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ରକ୍ଷାରେ ଏହା ବାଧକ ହେବ ବୋଲି କଡ଼ା ଶବ୍ଦରେ ଚୀନ୍ କୂଟନୈତିକଙ୍କୁ କହିଛନ୍ତି । ଚୀନ୍ କାର୍ଯ୍ୟାନୁଷ୍ଠାନ ଜବାବରେ ଆମେରିକାର ଦକ୍ଷିଣ ଚୀନ୍ ସାଗରରେ ସାମରିକ ଯୁଦ୍ଧାଭ୍ୟାସ ଯୋଜନା କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking