ଭୁବନେଶ୍ୱର: ଏରକଣା ବଜ଼ାରରେ ଓମଫେଡର ଚାଷୀ ମାରଣ ନୀତି ବିରୋଧ। ବହୁ ଚାଷୀ ରାସ୍ତା ଉପରେ କ୍ଷୀର ଢାଳି କଲେ ପ୍ରତିବାଦ। କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଏରକଣା ବଜାର ଠାରେ ଗୋଚାଷୀମାନେ କ୍ଷୀର ଦାମ କମ ହେବା ସହ ଚୋକଡ, ମେଡ଼ିସିନ, ପିଡିଆ ସମେତ ଦରଦାମ ବୃଦ୍ଧି ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଗୋଚାଷୀ ହରିବନ୍ଧୁ ରାଉତଙ୍କ ନେତୃତ୍ୱରେ ବିଶ୍ୱନାଥ ପରିଡା, ପୁନ ମଲିକ, ତନ୍ମୟ ଦାଶ, ଅଭିନ ସାମଲ, ବଳରାମ ସାମଲ, ଉଲ୍ଲାସ ଜେନା, ସୋମନାଥ ଜେନା, ଅଶୋକ ରାଉତ, ପରମାନନ୍ଦ ରାଉତ, ଅକ୍ଷୟ ରାଉଳ, ସୁରେନ୍ଦ୍ର ବେହେରା, କାର୍ତିକ ବାରିକ ଙ୍କ ସମେତ ବହୁ ଚାଷୀ ସରକାରଙ୍କ ମାରଣନୀତି ବିରୋଧରେ ନାରାବାଜି ଦେଇ କ୍ଷୀର ଢାଳି ପ୍ରତିବାଦ କରିଥିଲେ।