27.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଓଡିଶା ବିଶ୍ୱବିଦ୍ୟାଳୟ ଆଇନ ୧୯୮୯ ସଂଶୋଧନକୁ ନେଇ ପ୍ରତିବାଦ

ଓଡିଶା ବିଶ୍ୱବିଦ୍ୟାଳୟ ଆଇନ ୧୯୮୯ ସଂଶୋଧନକୁ ନେଇ ପ୍ରତିବାଦ

ବଲାଙ୍ଗିର: ଗତ ସେପ୍ଟେମ୍ବର ୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକରେ ଓଡିଶା ବିଶ୍ୱବିଦ୍ୟାଳୟ ଆଇନ ୧୯୮୯ ତଥା ରେଭେନ୍ସା ବିଶ୍ୱବିଦ୍ୟାଳୟ ଆଇନ ୨୦୦୫ କୁ ସଂଶୋଧନ କରାଯାଇଛି । ଏହାକୁ ଛାତ୍ର ସଂଗଠନ ଏଆଇଡିଏସଓ ତରଫରୁ ରାଜ୍ୟବ୍ୟାପି ବିରୋଧ କରାଯାଉଛି । ଏହି କ୍ରମରେ ବଲାଙ୍ଗୀର ଏଆଇଡିଏସଓ ତରଫରୁ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରାଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସଙ୍ଗଠନ ତରଫରୁ କୁହାଯାଇଛି ଯେ , ଏହି ସଂଶୋଧନ ବଳରେ ବିଶ୍ୱବିଦ୍ୟାଳୟରେ ସିନେଟକୁ ଉଚ୍ଛେଦ କରାଯାଇଛି । ଏହା ଦ୍ୱାରା ଛାତ୍ରଛାତ୍ରୀ ତଥା ଶିକ୍ଷକମାନଙ୍କ ଗଣତାନ୍ତ୍ରିକ ଅଧିକାରକୁ ହତ୍ୟା କରାଯାଇଛି । ତେଣୁ ସରକାର ତୁରନ୍ତ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରନ୍ତୁ । ଓଡିଶା ପବ୍ଲିକ ସର୍ଭିସ କମିଶନ ଜରିଆରେ ଅଧ୍ୟାପକଅଧ୍ୟାପିକ ନିଯୁକ୍ତ ପାଇଁ ନିଷ୍ପତ୍ତି ନିଆଯାଇଛି । ଏହାଦ୍ୱାରା ଓଡିଶାର ପ୍ରଭୁତ କ୍ଷତ୍ି ହେବ । ଶାସନରେ ଥିବା ଦଳ ନିଜ ମନଇଚ୍ଛା ନିଯୁକ୍ତି ପ୍ରଦାନ କରିବେ । ଉପ କୁଳପତି ଚୟନରେ ରାଜ୍ୟ ସରକାରଙ୍କ ଏକ ପ୍ରତିନିଧି ରହିବେ । ଏହା ଦ୍ୱାରା ରାଜନୈତିକ ହସ୍ତକ୍ଷେପ ରହିବ । ତେଣୁ ସରକାର ନେଇଥିବା ନିଷ୍ପତ୍ତିର ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ସଙ୍ଗଠନ ଦାବି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking