32.1 C
Bhubaneswar
Thursday, March 28, 2024
Homeଓଡିଶାଜେଏମ୍‌ଆଇ ବିଶ୍ୱ ବିଦ୍ୟାଳୟରେ ପୋଲିସର ଗୁଳି ଚାଳନା ବିରୋଧରେ ଏଆଇଡିଏସ୍‌ଓ ର ବିକ୍ଷୋଭ

ଜେଏମ୍‌ଆଇ ବିଶ୍ୱ ବିଦ୍ୟାଳୟରେ ପୋଲିସର ଗୁଳି ଚାଳନା ବିରୋଧରେ ଏଆଇଡିଏସ୍‌ଓ ର ବିକ୍ଷୋଭ

ବଲାଙ୍ଗୀର,(ଦେବାଶିଷ ମିଶ୍ର) – ଜାମିଆ ମିଲିଆ ବିଶ୍ୱ ବିଦ୍ୟାଳୟରେ ପୋଲିସର ବର୍ବର ଗୁଳିଚାଳନା ଓ ଲାଠିଚାର୍ଯର ପ୍ରତିବାଦରେ ଆଜି ଏଆଇଡିଏସ୍‌ଓ ବଲାଙ୍ଗିର ଜିଲ୍ଲା କମିଟି ତରଫରୁ ସନ୍ଧ୍ୟାରେ କଲେଜ ଛକରେ ପ୍ରତିବାଦ କରାଯାଇଛି । ବିଶ୍ୱ ବିଦ୍ୟାଳୟରେ ଶାନ୍ତିପୂର୍ଣ୍ଣ ଭାବରେ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ଚାଲିଥିବା ଆନ୍ଦୋଳନ ଯାହାର ହିଂସା ସହିତ କୌଣସି ସଂପର୍କ ନାହିଁ କିନ୍ତୁ ବିଭିନ୍ନ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରି କ୍ୟାମ୍ପସକୁ ପୋଲିସର ଧସେଇ ପଶିବା ଏବଂ ଅମାସିକ ଭାବରେ ଲାଠିଚାର୍ଯ୍ୟ ଓ ଗୁଳି ଚାଳନା କରି ଶତାଧିକ ଛାତ୍ରଛାତ୍ରୀମାନଙ୍କୁ ମରଣାନ୍ତ୍ରକ ଆକ୍ରମଣ କରିବା ସଂପୂର୍ଣ୍ଣ ଅଗଣତାନ୍ତ୍ରିକ । ଏହା ବିରୁଦ୍ଧରେ ସାରା ଦେଶରେ ଗଣତାନ୍ତ୍ରିକ ଆନ୍ଦୋଳନ କରିବା ପାଇଁ ଛାତ୍ର ଛାତ୍ରୀ ତଥା ଜନସାଧାରଣଙ୍କୁ ସଂଗଠନ ତରଫରୁ ଆହ୍ୱାନ କରାଯାଇଛି । ଆଜିର ପ୍ରତିବାଦ ସଭାରେ ଏଆଇଡିଏସ୍‌ଓ ସର୍ବ ଭାରତୀୟ କାଉନସିଲ ସଭ୍ୟ ସୁନିଲ ଭୋଇ, ଜିଲ୍ଲା ସଭାପତି ରାଜେନ୍ଦ୍ର ରଣା, ଉପ-ସଭାପତି ଲକ୍ଷ୍ମୀଧର ସାମଲ, କୁଶପୃଷ୍ଟି ବାଗ, ବିକାଶ ଜେନା, ମମତା ନାୟକ, ମଳୟ କୁଅଁର, ଖୁସିରାମ ସୁନା ସହ ଅନେକ ଛାତ୍ର ଛାତ୍ରୀ ପ୍ରତିବାଦରେ ସାମିଲ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking